ରାଲି ନୁହେଁ, ଜୀବନ ବଡ଼ : ପ୍ରମାଣ କରି ଦେଖାଇଲେ ବିଜୟ ଶଙ୍କର

ନେତା ହେବା ପରେ ମାନବିକତା ଭୁଲିଯିବା ଘଟଣା ଆପଣ ଅନେକ ଦେଖିଥିବେ। ଲୋକଙ୍କ ଦୁଃଖ ଶୁଣୁନଥିବା ନେତାଙ୍କ ସମ୍ପର୍କରେ ନୀତିଦିନ ଅନେକ କଥା ଶୁଣୁଥିବେ। ହେଲେ ନିଜେ ରାସ୍ତା ଉପରେ ଛିଡା ହୋଇ ଭିଡ଼ ନିୟନ୍ତ୍ରଣ କରିବା ସହ ରୋଗୀଙ୍କ ଜୀବନ ବଞ୍ଚାଇବା ଘଟଣା ଆପଣ ଖୁବ କମ ଦେଖିଥିବେ। ଘଟଣାଟି ଏହିଭଳି ।
ଜଗତସିଂହପୁର ଜିଲ୍ଲାପାଳ ମୁଖ୍ୟାଳୟକୁ ବିଶ୍ୱକପ୍ ହକି ରୋଷଣୀ ରେ ଆସୁଥିବା ସମୟରେ ଭିଡ ଭିତରେ ଫଶିଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ରୋଗୀ ଛଟପଟ ହେଉଥିବା ବେଳେ ଆମ୍ବୁଲାନ୍ସକୁ ରାସ୍ତା କଢେଇ ନେଇଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଶ୍ୱକପ୍ ରୋଷଣୀ ରାଲି ରୁ କିଛି ସମୟ ପାଇଁ ବିରତି ନେଇଥିଲେ ବିଧାୟକ । ନିଜ ଗାଡିରୁ ବାହାରି ଆସି ଆମ୍ବୁଲାନ୍ସ କୁ ଭିଡ ଭିତରୁ କାଢ଼ିବା ପାଇଁ ରାସ୍ତା ରେ ଜମିଥିବା ଗାଡ଼ିକୁ ସାଇଡ୍ କରିଥିଲେ। ଅଯଥା ଭିଡ଼ ନକରିବାକୁ ନିବେଦନ କରିଥିଲେ। ନିଜ କର୍ମୀଙ୍କୁ ତୁରନ୍ତ ରାସ୍ତା କ୍ଲିଅର କରିବାକୁ କହିଥିଲେ। ଯାହା ଫଳରେ ଗୋଟିଏ ଜୀବନ ବଞ୍ଚିଯାଇଥିଲା ।
ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ସଭିଏଁ ପ୍ରଶଂସା କରିଥିଲେ। ଅନ୍ୟ ରାଜନେତା ମାନେ ବିଜୟଙ୍କ ଠୁ କିଛି ଶିଖନ୍ତୁ ବୋଲି ଟୁପୁରୁ ଟାପୁରୁ ହୋଇଥିଲେ । ଆଉ କିଛି ବୟସ୍କ ଲୋକ ବିଜୟଙ୍କ ମୁଣ୍ଡ ଥାପୁଡି ଦେଇ କହିଥିଲେ, " ବିଜୟୀ ଭାବ, ବିଧାୟକ ହେବ ତ ଆମ ବିଜୟ ଭଳି । "