ସରକାର କିଣିବେ ଆଦିବାସୀଙ୍କ ଜମି

Spread the love

ଭୂବନେଶ୍ବର: ଏଣିକି ସରକାର କିଣିବେ ଆଦିବାସୀଙ୍କ ଜମି । ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି । 

ଏଥିପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରାଯାଇଛି । କମିଟିରେ ST SC ବିଭାଗରର ପ୍ରମୁଖ ସଚିବ, ST SC ବିଭାଗର ନିର୍ଦ୍ଦେଶକ, ବିଶେଷଜ୍ଞ, କିଛି ଅଭିଜ୍ଞ ଅଧିକାରୀ ରହିବେ । ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ । ଏହାସହ ଅନୁସୂଚିତ ଜନଜାତି ଓ ଜାତି ମାନଙ୍କର ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ, ST ଏବଂ SC ବିଭାଗର ଗୃହ କମିଟି, ବିଧାୟକ ମାନଙ୍କର ପରାମର୍ଶ ମଧ୍ୟ ନିଆଯିବ । ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେଲା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସରକାର ଉକ୍ତ ଜମିକୁ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବେ । ପରେ ଜମି ମାଲିକ ଚାହିଁଲେ ପୁଣି ସରକାରଙ୍କ ଠାରୁ ସେହି ଜମି କିଣିପାରିବେ । କିନ୍ତୁ ଯଦି ଜମି ମାଲିକ ଆଉ ଜମି ଫେରାଇ ନେବାକୁ ଚାହିଁବେ ନାହିଁ । ତେବେ ଅନୁସୂଚିତ ଜନଜାତି ଲୋକଙ୍କ ପାଖରୁ କିଣା ଯାଇଥିବା ଜମି ସେହି ବର୍ଗର ଲୋକଙ୍କୁ ହିଁ ନିଲାମ କରାଯିବ । ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଜମି ସେହି ବର୍ଗର ଲୋକଙ୍କୁ ନିଲାମ କରାଯିବ ।