ପୁରୁଷମାନଙ୍କର ସ୍ପର୍ମ କାଉଣ୍ଟ ଉପରେ ପ୍ରଭାବ ପକାଏ ଏହି ୪ଟି କାମ ଦୂରେଇ ରୁହନ୍ତୁ ନଚେତ୍ ଯୌନ ଜୀବନରେ ହେବ ଅସୁବିଧା 
man problem

ଯେତେ ଉନ୍ନତ ମଣିଷ ହେଉଛି ସେତେ ରୋଗାକ୍ରାନ୍ତ ଆଡକୁ ପାଦ ଥାପୁଛି । ଏଥିପାଇଁ ବହୁତ କାରଣ ବାଟ ଜଗି ବସିଛି । ଆଜିକାଲି ଲୋକଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରର ରୋଗ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି ।

ସାଧାରଣତଃ ଏଥିପାଇଁ ଭୁଲ ଖାଦ୍ୟ ଅଭ୍ୟାସ ଏବଂ ଅସ୍ଵାସ୍ଥ୍ୟକର ଜୀବନଶୈଳୀ ହିଁ ଦାୟୀ ଅଟେ । ତେବେ, ଏପରି ମଧ୍ୟ କିଛି ଅଭ୍ୟାସ ରହିଛି ଯାହାକି ପୁରୁଷମାନଙ୍କ ଠାରେ ଅବସାଦ ଏବଂ ଯୌନ ସମସ୍ୟା ସୃଷ୍ଟି କରିଥାଏ । ଖାସ୍ କରି ଏହା ମଣିଷର ସ୍ପର୍ମ କାଉଣ୍ଟ ଉପରେ ପ୍ରଭାବ ପକାଇଥାଏ ।

୧. ସାଧାରଣତଃ ପୁରୁଷମାନେ ଅଧିକ କର୍ମଶୀଳ ଏବଂ ନିଜ ଫିଟନେସ୍ ଉପରେ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ, ନୀତିଦିନ ବ୍ୟାୟାମ କରୁନଥିବା ବ୍ୟକ୍ତିଙ୍କ ଠାରେ ସ୍ପର୍ମ କାଉଣ୍ଟ କମିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଯାହାର ସିଧା ପ୍ରଭାବ ସେମାନଙ୍କର ପ୍ରଜନନ କ୍ଷମତା ଉପରେ ପଡିଥାଏ ।

୨. ଚିନ୍ତାଗ୍ରସ୍ତ ହୋଇ ରହିବା ମଧ୍ୟ ପୁରୁଷଙ୍କ ଯୌନ ଜୀବନ ଉପରେ ପ୍ରଭାବ ପକାଇଥାଏ । ଅଧିକ ଚିନ୍ତାଗ୍ରସ୍ତ ହୋଇ ରହିବା ଦ୍ୱାରା ପୁରୁଷଙ୍କ ସ୍ପର୍ମ କାଉଣ୍ଟ କମିବାକୁ ଲାଗିଥାଏ ।

୩. ରାତିରେ ଅଧିକ ଲେଟ୍ କରି ଶୋଇବା ଏକ ବଡ଼ ବଦଅଭ୍ୟାସ ଅଟେ । ଏହା କରିବା ଦ୍ୱାରା ମଣିଷର ଇମ୍ୟୁନିଟି ଏବଂ ଷ୍ଟାମିନା ଉପରେ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ ଏହା ପୁରୁଷଙ୍କର ସ୍ପର୍ମ କାଉଣ୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

୪. ପ୍ୟାଣ୍ଟର ଆଗ ପକେଟରେ ଫୋନ ରଖିବା ପୁରୁଷମାନଙ୍କର ଏକ ସାଧାରଣ ଅଭ୍ୟାସ ଅଟେ । କିନ୍ତୁ, ଏଥିରୁ ବାହାରୁଥିବା ରେଡ଼ିଏସନ୍ ଆପଣଙ୍କ ସ୍ପର୍ମ କାଉଣ୍ଟ କମାଇବାକୁ ପର୍ଯ୍ୟାପ୍ତ ଅଟେ ।

Share this story