ବିରଜା ପିଠରେ ବଡ଼ ମେଡ଼ିକାଲ: ସ୍ୱାସ୍ଥ୍ୟ ସେବା ପାଇଁ ସମୂହ ଆଳତିରେ ସାମିଲ ବବି

ଯାଜପୁର: ଯାଜପୁରରେ ଆଉ କେହି ରହିବେ ନାହିଁ ରୋଗୀଣା । ଆଉ ଦୌଡ଼ିବାକୁ ପଡିବେନି କଟକ ବଡ଼ ମେଡ଼ିକାଲକ। କେବଳ ଯାଜପୁର ନୁହଁ ଆଖ ପାଖ ଲୋକଙ୍କୁ ମଧ୍ୟ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସେବା । ବିଗତରେ ବିଜୁ ପଟ୍ଟନାୟକ ଦେଖୁଥିବା ସ୍ବପ୍ନ ଆଜି ସାକାର ହୋଇଛି ।ଯାଜପୁର ତଥା ଆଖ ପାଖ ଜିଲ୍ଲାବାସୀଙ୍କ ଦିର୍ଘ ଦିନର ଆଶା ପୁରଣ ହେବାକୁ ଯାଉଛି । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଚେଷ୍ଟା ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଯାଜପୁରରେ ହେବାକୁ ଯାଉଛି ନୂତନ ମେଡ଼ିକାଲ କଲେଜ ।ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଫଳରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଦଶଶ୍ୱମେଧ ଘାଟରେ ସମୂହ ଦୀପ ଦାନ କରାଯାଇଛି । ଏଥିରେ ଜିଲ୍ଲାର ହଜାର ହାଜର ପୁରୁଷ ମହିଳା ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଫଳରେ ଆଜି ସହରରେ ଅଦିନିଆ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା । ଖୋଦ ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲୋକଙ୍କ ସହ ଉପସ୍ଥିତ ରହିଥିଲେ।

ଯାଜପୁର ସହରରରେ ଆଜି ଅଦିନିଆ ଦୀପାବଳୀର ମାହୋଲ । ଯାଜପୁର ଵିକାଶର ଧାରାରେ ଯୋଡି ହେଲା ସବୁଠାରୁ ବଡ ସଫଳତା। ମେଡିକାଲ କଲେଜକୁ ମିଳିଲା କ୍ୟାବିନେଟର ମଂଜୁରୀଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୌଠକରେ ଯାଜପୁର ରେ ମେଡିକାଲ କଲେଜ ନିଷ୍ପତ୍ତିକୁ କ୍ୟାବିନେଟର ମଂଜୁରୀ ମିଳିବା ପରେ ପୁରା ଯାଜପୁର ରେ ମୁଖ୍ୟମନ୍ତ୍ରୀଙ୍କୁ କୃତଞ୍ଜତା ଜଣାଇଛନ୍ତି ସହରବାସୀ। ଆଉ ସହରରେ ସୃ୍ଷ୍ଟି ହୋଇଛି ଅଦିନିଆ ଦୀପାଵଳୀ ।କ୍ୟବିନେଟ ନିଷ୍ପତି ଅନୁସାରେ ୧୦୦ ଭେଷଜ ମହାବିଦ୍ୟାଳୟ ୫୦୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତଷ୍ଠା କରାଯିବ। ଏଥି ପାଇଁ ୪୨୬ କୋଟିର ବ୍ୟୟ ଅଟକଳ ସହ ୩ ବର୍ଷରେ କାମ ଶେଷର ଲକ୍ଷ୍ୟ ରହିଛି l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏଥିରେ ସାମିଲ ହୋଇଥିଲେ l ପୂରା ନଦୀ କୂଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ଯାଜପୁର ବିଧାୟକ ସହ ପୁରା ସହରବାସୀ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ l