ମୁଖ୍ୟମନ୍ତ୍ରୀ ନେଲେ କରୋନା ଟିକା

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସରରେ ଥିବା ଡିସପେନସେରିରେ ଟିକା ନେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କୋଭାକ୍ସିନ ଟିକା ନେଇଛନ୍ତି । ଏନେଇ ଟ୍ୱିଟ କରି ଜଣାଇଛନ୍ତି।
ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଟିକାକରଣ ଚାଲିଥିବାବେଲେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଟିକା ନେବା ପରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ । ଟିକାର ପ୍ରଥମ ଡୋଜ୍ ନେଇ ମୁଁ ବହୁତ ଖୁସି । ଖୁବଶୀଘ୍ର ଟିକା ପ୍ରସ୍ତୁତ କରିଥିବାରୁ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନା ମୁକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଆଜିଠୁ ସାରା ଦେଶରେ ଦ୍ବିତୀୟ ପର୍ୟ୍ୟାୟ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ । ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷର କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି।