ନିଟ ବିବାଦ ପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର, କହିଲେ ଏପରି କଥା…

Soa Ad
Spread the love

ଧର୍ମେନ୍ଦ୍ର କହିଲେ କୌଣସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯିବନି। ପୁନଃ ପରୀକ୍ଷା ବଦଳରେ NTA ପକ୍ଷରୁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇ ଗ୍ରେସ ମାର୍କ ବ୍ୟବସ୍ଥା ହୋଇଥିଲା। ଗ୍ରେସ ମାର୍କ ରଦ୍ଦ ସହ ପୁଣି ପରୀକ୍ଷା କରିବାକୁ NTA ନିଷ୍ପତ୍ତି ନେଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ କରି ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, NEET ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ରକ୍ଷା କରିବାରେ ସରକାର ପ୍ରତିବଦ୍ଧ । ପରୀକ୍ଷାର୍ଥୀଙ୍କ ଚିନ୍ତାଧାରାକୁ ନ୍ୟାୟ ଓ ସମାନତା ସହିତ ବିଚାର କରାଯିବ ବୋଲି କହିଛନ୍ତି। ଏହା ବି କହିଛନ୍ତି ଯେ, କୌଣିସି ଛାତ୍ର ଅସୁବିଧାରେ ପଡ଼ିବେନି, ପିଲାଙ୍କ ଭବିଷ୍ୟତ ସହ ଖେଳାଯିବନି ।

ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧିନ ରହିଛି । ଗତ ମେ ୫ରେ ଅନୁଷ୍ଠିତ NEET ପରୀକ୍ଷାରେ ଦେଶବ୍ୟାପୀ ୪ ହଜାର ୭୫୦ ସେଣ୍ଟରରେ ପ୍ରାୟ ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ତେବେ ୬ଟି ସେଣ୍ଟରରେ ପିଲାଙ୍କୁ ମିଳିଥିଲା ଭୁଲ୍ ପ୍ରଶ୍ନପତ୍ର। ପାଖାପାଖି ୩୦ ମିନିଟ୍ ପରେ ପରୀକ୍ଷାର୍ଥୀଙ୍କ ପାଖରେ ସଠିକ୍ ପ୍ରଶ୍ନପତ୍ର ପହଁଚିଥିଲା। ଏଥିଯୋଗୁ ସେସବୁ ସେଣ୍ଟରର ୧୫୬୩ ଛାତ୍ରଛାତ୍ରୀ ଟାଇମ୍ ଲସ୍ ର ଶିକାର ହୋଇଥିଲେ ।

ସେମାନଙ୍କ ପାଇଁ ପୁନଃ ପରୀକ୍ଷା ବଦଳରେ NTA ପକ୍ଷରୁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇ ଗ୍ରେସ ମାର୍କ ବ୍ୟବସ୍ଥା ହୋଇଥିଲା। ଗ୍ରେସ ମାର୍କ ରଦ୍ଦ ସହ ପୁଣି ପରୀକ୍ଷା କରିବାକୁ NTA ନିଷ୍ପତ୍ତି ନେଇଥିଲା।

ସୂଚନାଯୋଗ୍ୟ, NEET ବିବାଦ ମାମଲାରେ ସୁପ୍ରିମକୋର୍ଟ ଗତକାଲି ବଡ଼ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ପୁଣି ପରୀକ୍ଷା ଦେବେ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ । ନଚେତ୍, ଗ୍ରହଣ କରିବାକୁ ପଡିବ ଫାଇନାଲ୍ ମାର୍କ । ବନ୍ଦ ହେବନି କାଉନସେଲିଂ । NEET ବିବାଦକୁ ନେଇ ଦେଶବ୍ୟାପୀ ହଇଚଇ ମଧ୍ୟରେ ଏଭଳି କଡ଼ା ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସ୍ପଷ୍ଟ କରିଛନ୍ତି, ଗ୍ରେସ୍ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷା ଦେବାକୁ ପଡିବ। ତେବେ ଏହି ସମୟରେ କାଉନସେଲିଂ ଜାରି ରହିବ। ଦୁଇ ସପ୍ତାହ ମଧ୍ୟରେ ଏନଟିଏକୁ ଜବାବ ମାଗିଛନ୍ତି ଉଚ୍ଚତମ ନ୍ୟାୟାଳୟ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ।