କଣ CM ବାଇଟ ଦେବେ ?

Soa Ad
Spread the love

ଭୁବନେଶ୍ୱର: ସମୟ ପ୍ରାୟ ସନ୍ଧ୍ୟା ୫ଟା। ସ୍ଥାନ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ। ପ୍ରସଙ୍ଗ ଥାଏ ବିଧାୟକ ଦଳ ବୈଠକ। ହଟାତ ଏକ ପୋଡ଼ିଅମ ଆସି ଥୁଆ ହେଲା ଶଙ୍ଖ ଭବନର ତଳ ମହଲାରେ ସାମ୍ବାଦିକ ସମସ୍ତେ ଏକାଠି ହେଲେ। ଭାବିଲେ ବିଧାୟକ ଦଳ ବୈଠକ ପରେ ଏଠାରେ ବରିଷ୍ଠ ବିଧାୟକ ଆସି ଗଣମାଧ୍ୟମକୁ ସୂଚନା ଦେବେ। ହଠାତ ଖବର ଆସିଲା ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ଭୋଧନ କରିବେ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଆରମ୍ଭ ହେଲା ଆଲୋଚନା। ସମସ୍ତଙ୍କ ମୁହଁରେ ଥାଏ ସମାନ ବାକ୍ୟ “କଣ CM ବାଇଟ ଦେବେ ?” ପ୍ରାୟ ସବୁ ସାମ୍ବାଦିକଙ୍କ ମାନେ ପରସ୍ପରକୁ ପଚାରୁଥାଆନ୍ତି ଏହି ସମାନ ପ୍ରଶ୍ନ।

ପରେ କଥା ଧୀରେ ଧୀରେ ସ୍ପଷ୍ଟ ହେଲା ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜ ଅଫିସକୁ ସୂଚନା ଦେଲେ ଯେ CM ଏବେ ବାଇଟ ଦେବେ ଲାଇଭ ବ୍ୟବସ୍ଥା କର। ଏହା ଶୁଣି ସେଠାରେ ଉପସ୍ଥିତ କର୍ମୀ ମାନେ ଖୁସି ଅନୁଭବ କରିଥିଲେ। କହିଥିଲେ ଆମ ପାଇଁ ସଦାସର୍ବଦା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ।

ବିଜୁ ଜନତା ଦଳର ବିରୋଧୀ ନେତା ଭାବେ ନବୀନ ପଟ୍ଟନାୟକ

ବିରୋଧୀ ଦଳ ଉପନେତା ଭାବେ ପ୍ରସନ୍ନ ଆଚାର୍ଯ୍ୟ

ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ

ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଭାବେ ପ୍ରତାପ କେଶରୀ ଦେଓ ନିର୍ବାଚିତ ହୋଇଥିଲେ।