ଏ ଦୁଇ ନେତା କେଉଁ ଦଳର ?

Soa Ad
Spread the love

ମୋକିମ୍ ଅନୁଭବଙ୍କ ଗତି କୁଆଡେ । ଧାମନଗର ଷ୍ଟାର ପ୍ରଚାରକ ଲିଷ୍ଟ ଖୋଲିଦେଲା ଦୁଇ ନେତାଙ୍କ ଭାଗ୍ୟ ଭବିଷ୍ୟତ । ନା ଏକୂଳ ହେଲେ ନା ସେ କୂଳରେ । ଅଦଳ ବଦଳ ହେବେ କି ଦୁଇ ନେତା । ମୋକିମ ଶଙ୍ଖ ଫୁଙ୍ଖିବେ କି ? ଦିନ ଥିଲା ଦୁଇ ନେତା ରାଜ୍ୟ ରାଜନୀତିରେ ଏକ ପ୍ରକାର ନିଜର ପ୍ରଭାବ ଜମେଇ ରଖିଥିଲେ । ଏହା ସହ ସମସ୍ତ ପ୍ରସଙ୍ଗରେ ଏକ ପ୍ରକାର ସକ୍ରିୟତା ଦେଖାଉଥିଲେ । କିନ୍ତୁ ଏହା ଦୀର୍ଘଦିନ ପାଇଁ ରହିଲା ନାହିଁ । ରାଜ୍ୟ ରାଜନୀତିରେ ନିଷ୍କ୍ରିୟ ହୋଇପଡିଲେ ଏଇ ଦୁଇ ପ୍ରଭାବି ନେତା ।

୨୦୧୯ ମସିହାରେ ତାଙ୍କ ରାଜନୈତିକ କ୍ୟାରିୟରରେ ନୂଆ ମୋଡ଼ ଆଣିଦେଇଥିଲା । କେନ୍ଦ୍ରାପଡ଼ାରୁ ସାଂସଦ ଭାବେ ପ୍ରାର୍ଥୀ ହୋଇଥିଲେ । ସେହି ସମୟରେ ତାଙ୍କୁ ଦଳ ଜିତାଇବା ପାଇଁ ଏକଜୁଟ ହୋଇ ପଡ଼ିଥିଲା । ତାଙ୍କର ମହତ୍ତ୍ୱ ଦଳରେ ବେଶ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା । ସେହି ସମୟରେ ବିଜେପିରୁ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା । ଧାମନଗର ଷ୍ଟାର ପ୍ରଚାରକ ଭାବେ ତାଙ୍କର ନାମ ସ୍ଥାନ ପାଇନଥିବା ବେଳେ ତାଙ୍କୁ ଦଳରେ ଗୁରୁତ୍ୱ ଜଣାପଡୁଛି । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଠାରୁ ତାଙ୍କୁ ଷ୍ଟାର ପ୍ରଚାରକ ଭାବେ ବାଦ ଦିଆଗଲା ।

ସେହିପରି କଂଗ୍ରେସ ବିଧାୟକ ମୋକିମଙ୍କ କଥା କହିଲେ ନସରେ । ଏହି ଷ୍ଟାର ପ୍ରଚାରକ ତାଲିକାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ପ୍ରକାଶ ପାଇନାହିଁ । ଏହି ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ଜଣ ପୂର୍ବତନ ପିସିସି ମୁଖ୍ୟ ସାମିଲ ଅଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ଯସୱନ୍ତ ସିହ୍ନାଙ୍କୁ ଭୋଟ କରିବା ପାଇଁ କଂଗ୍ରେସ ପକ୍ଷରୁ ହ୍ୱିପ ଜାରି ହୋଇଥିଲା । କିନ୍ତୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳ ନିର୍ଦ୍ଦେଶକୁ ବେଖାତିର କରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇଥିଲେ । ଆଉ ଏହା ପରେ ଦଳରେ ସେ ନିଜର ଦବଦବା ହରାଇଲେ । ଖାଲି ଏତିକି ନୁହଁ ଦଳ ତାଙ୍କୁ ୨୪ରେ ପ୍ରାର୍ଥୀ କରିବ କି ନାହିଁ ତାହା ମଧ୍ୟ ସନ୍ଦେହ ।

Leave a Reply

Your email address will not be published. Required fields are marked *