ଅଣଓଡ଼ିଆଙ୍କ ଜାଲରେ ଫସିବେ ମୋହନ ସରକାର

Soa Ad
Spread the love

ଭୁବନେଶ୍ୱର (୨୮/୦୬/୨୦୨୪): ଯେଉଁ ଅଣଓଡ଼ିଆଙ୍କୁ ବିରୋଧ କରି ନିର୍ବାଚନ ବୈତରଣୀ ପାର କରିଥିଲା ବିଜେପି ସରକାର ଏବେ ସେଇ ସରକାର ଅଣଓଡ଼ିଆ ଜାଲରେ ଫସିବାକୁ ଯାଉଛନ୍ତି। ଓଡ଼ିଆ ଅସ୍ମିତା, ଅଣଓଡ଼ିଆ ଶାସନକୁ ପ୍ରମୁଖ ମୁଦ୍ଦା କରି ଯେଉଁ ଦଳ କ୍ଷମତାକୁ ଦୀର୍ଘ ଦିନ ପରେ ଆସିଥିଲା ଏବେ ସେଇ ଦଳ ବର୍ତ୍ତମାନ ବଡ଼ ବିପଦର ସାମ୍ନା କରିବାକୁ ଯାଉଥିବା ଶୁଣାଯାଉଛି। ସଦ୍ୟ ସୂଚନା ଅନୁଯାୟୀ ୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ମନୋଜ ଆହୁଜା ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ। ତେବେ ଅବସର ପରେ ପୂର୍ବ ସରକାର ଆଇଏଏସ ପ୍ରଦୀପ କୁମାର ଜେନାଙ୍କ ୬ ମାସ ବୃଦ୍ଧି କରିଥିଲେ ଯାହା ଆସନ୍ତା ୩୦ରେ ଶେଷ ହେଉଛି।

ମନୋଜ ଆହୁଜାଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ନିବେଦନ କରିଥିଲେ ମୋହନ ସରକାର। ପରେ ତାଙ୍କୁ କେନ୍ଦ୍ର ମଧ୍ୟ ରାଜ୍ୟର କଥା ରଖିଥିଲା। ସେବେଠୁ ଜଣାଥିଲା କି ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ରୂପେ ନିଯୁକ୍ତ ହୋଇପାରନ୍ତି। ତେବେ ଅଣଓଡ଼ିଆ ଅଫିସର ହୋଇଥିବାରୁ ମୁଖ୍ୟ ଶାସନ ସଚିବ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ରୂପେ ନିଯୁକ୍ତି ପାଇପାରନ୍ତି। କିନ୍ତୁ ଆଜି ରାଜ୍ୟ ସରକାର ବିଧିବଦ୍ଧ ଭାବେ ମୁଖ୍ୟ ଶାସନ ସଚିବ ପଦରେ ତାଙ୍କୁ ଅବସ୍ଥାପିତ କରିଛନ୍ତି। ତେବେ ତାଙ୍କ ନିଯୁକ୍ତି ପରଠୁ ରାଜନୈତିକ ମହଲରେ ବଡ ଧରଣର କମ୍ପନ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳିଛି। ଖୋଦ ବିଜେପି ଦଳରେ ମଧ୍ୟ ଏହାକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। କିପରି ଯେଉଁ ପଦର ୧୯୮୫ ମସିହାରୁ କେବେ କେହି ଅଣଓଡ଼ିଆ ଦାୟିତ୍ୱ ନେଇନାହାନ୍ତି କିପରି ପ୍ରଥମ ଥର ସରକାର କରିଥିବା ବିଜେପି ଜଣେ ଅଣଓଡ଼ିଆ ଅଫିସରଙ୍କୁ ଏହି ପଦରେ ରଖିଲା। ଏନେଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ହୋ ହଲ୍ଲା ଆରମ୍ଭ ହୋଇଛି। ବହୁ ବୃଦ୍ଧିଜୀବୀ ଓ ସାମାଜିକ କର୍ମୀ ଏହାକୁ ବିରୋଧ କରି କହିଛନ୍ତି ଯେ ଏହାକୁ କୁହନ୍ତି ଅସଲି ଓଡ଼ିଆ ଅସ୍ମିତା। କିଛିଜଣ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ଲେଖିଛନ୍ତି 👇

କେନ୍ଦୁଝର ଜିଲ୍ଲାର ସ୍ଥିତ ହରିୟାଣା ବ୍ଲକର ଅସ୍ମିତା ଗ୍ରାମରେ ଜନ୍ମଗ୍ରହଣ କରିଥିବା ମୋନାଜ ଅହୁଜା ଆମ ରାଜ୍ୟର ମୁଖ୍ୟ ପ୍ରଶାସନିକ ସଚିବ ହେଲେ.
Top notch Odia Asmita 😝

“ଓଡ଼ିଆ ଅସ୍ମିତା ଆମ ଆହୁଜା

“ଓଡିଶା ର ମୁଖ୍ୟ ଶାସନ ସଚିବ ଜଣେ ଅଣ ଓଡ଼ିଆ I ଯାହା ନବୀନ ବାବୁ କେବେ କରି ନାହାନ୍ତି ତାହା ଆଜି BJP ସରକାର କରିଦେଲା I କୁଆଡେ ଗଲା ଓଡ଼ିଆ ଅସ୍ମିତା ????”

“ଓଡ଼ିଆ ଅସ୍ମିତା ଖୋଜୁଥିଲି ବିଜେପି ସରକାର ଆସିଲା ପରେ ମିଳିଗଲା ।”

“ଆମ ପ୍ରିୟ ଅଣ ଓଡ଼ିଆ ମନୋଜ ଆହୁଜା”

“ଓଡ଼ିଆ ଅସ୍ମିତା”

ସରକାର ହେବା ପରଠୁ ବିଭିନ୍ନ ସମୟରେ ଝୁଣ୍ଟୁଥିବା ମୋହନ ସରକାର ଏହାକୁ କିପରି ସାମ୍ନା କରିବ ଦେଖିବାକୁ ବାକି ରହିଲା। ସୂଚନା ଅନୁଯାୟୀ ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖ ଦିନ ସରିବା ପରେ ନୂତନ ଭାବେ ଦାୟିତ୍ୱ ମିଳିଥିବା ମନୋଜ ଆହୁଜା ଜୁଲାଇ ମାସର ଦ୍ଵିତୀୟ ସପ୍ତାହରେ ନିଜ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ତେବେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ପ୍ରଦୀପ ଜେନାଙ୍କ ଅବସର ପରେ ସରକାର ତାଙ୍କୁ କୌଣସି ନୂତନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିପାରନ୍ତି।