ଆଜି ବି ମନେ ପଡେ ସେହି ଫୋନ କଲ, ବିଜୟ ବର୍ବାଦ ଆଉ ଅତନୁ ସାବ୍ୟସ୍ତ ହେଲେ ଲକି

Spread the love

ସମୟ କେତେବେଳେ କାହାକୁ କେଉଁ ସ୍ଥାନରେ ପହଞ୍ଚାଇଦିଏ ତାହା କହିବା ଅସମ୍ଭବ। ଦିନେ ସମୟ ଥିଲା ସେ ବିଜୁବାବୁଙ୍କ ଅତି ନିକଟତର ତଥା ସରକାରଙ୍କ ପରେ ସେ ୨ୟ ବ୍ୟକ୍ତି ଥିଲେ। ଏହା ସହିତ ସେ ବିଜେଡିର ସହ ପ୍ରତିଷ୍ଠାତା ମଧ୍ୟ ଥିଲେ। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର। ୧୯୯୦-୯୫ ବିଜୁବାବୁଙ୍କ ଘନିଷ୍ଠ ଥିବା ସମୟରେ ଜଳ ସଂପଦ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ।

ଯେତେବେଳେ ସେ ୨୦୦୦ ମସିହାରେ ବିଜେଡିର ପଲିଟିକାଲ୍ ଆଫେୟାର୍ସ କମିଟି ମୁଖ୍ୟ ତଥା ବିଧାନସଭା ଟିକେଟ୍ ବଣ୍ଟନ ଭଳି ଗୁରୁଦାୟିତ୍ଵ ନିଭାଉଥିଲେ ସେ ସମୟରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା। କିନ୍ତୁ କେତେବେଳେ ସେ ଘନିଷ୍ଠ ସହଯୋଗୀ ତଥା ପ୍ରମୁଖ ନେତାରୁ ଶତ୍ରୁ ପାଲଟିଗଲେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ତାହା ସେ ନିଜେ ମଧ୍ୟ ବୁଝି ପାରିଲେ ନାହିଁ।

ଯେତେବେଳେ ନବୀନ ଏହା ହୃଦବୋଧ କଲେ ଯେ ବିଜୟ ତାଙ୍କ ରାସ୍ତା ପାଇଁ ଏକ କଣ୍ଟା ହୋଇ ଆଗକୁ ଛିଡା ହୋଇ ପାରନ୍ତି, ତାଙ୍କୁ ସମୂଳେ ବିନାଶ ପାଇଁ ଯୋଜନା ଆରମ୍ଭ କରିବାକୁ ଲାଗିଲେ । ୨୦୦୦ ମସିହାରେ ଯେତେବେଳେ ନବୀନ ଓ ବିଜୟ ଉଭୟ ସାଧାରଣ ନିର୍ବାଚନ ପାଇଁ ସମୀକ୍ଷା କରୁଥାନ୍ତି ସେହି ସମୟରେ ଏକ ଅବିଶ୍ୱନୀୟ ଘଟଣା ଘଟିଲା। ବିଜୟ ପାରମ୍ପରିକ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ,ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଦଳୀୟ ସଭା କରୁଥିବା ସମୟରେ ଦିନ ୨ଟାରେ ଏକ ଫୋନ୍ ଆସିଲା। ଯେଉଁଥିରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

ବିଜୟଙ୍କ ସ୍ଥାନରେ ନବୀନ ଟିକେଟ୍ ଦେଲେ ଅତନୁ ସବ୍ୟସାଚୀ ନାୟକଙ୍କୁ। ଯଦିଓ ବିଜୟଙ୍କ ସପକ୍ଷରେ ସେତେବେଳେ ଦଳରେ ସ୍ୱର ଗୁଞ୍ଜରିତ ହେଉଥିଲା, କିନ୍ତୁ ନିର୍ବାଚନ ହେତୁ ନେତାମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ହୋଇ ରହିଲେ। ସେହି ସମୟରେ ବିଜୟଙ୍କ ପାଖରେ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ମଧ୍ୟ ସମୟ ନଥିଲା। ଅତନୁ ପେସାରେ ସାମ୍ବାଦିକ ତଥା ନେତା ରାଜକିଶୋର ନାୟକଙ୍କ ପୁତ୍ର ଥିଲେ। ତାଙ୍କ ପିତାଙ୍କୁ ୧୯୮୦ରେ ବିଜୟ ହଟାଇଥିଲେ।ଅତନୁ ୨୦ ଦଶନ୍ଧି ପରେ ବିଜୟଙ୍କୁ ହଟାଇଦେଲେ। ୧୯୭୧ ପରେ ଓଡ଼ିଶାରେ ମିଳିତ ସରକାର ଗଠନ ହେଲା ୨୦୦୦ ମସିହାରେ।

ସବୁ ଦଳ ମିଶିଲେ କିନ୍ତୁ ଜେଡିଏସ୍ ମୁଖ୍ୟ ଅଶୋକ ଦାସ ସେହି ମେଣ୍ଟରେ ମିଶିଲେ ନାହିଁ। କିନ୍ତୁ ରାଜନୀତି ଖେଳରେ ବଳି ପଡିଗଲେ ବିଜୟ।ମେଣ୍ଟ ସରକାରରେ ନିଜେ ବିଧାୟକ ନରହି ନିଜର ଅନୁଗତଙ୍କୁ ମନ୍ତ୍ରୀ କଲେ। ନିଜ ସହଯୋଗୀଙ୍କୁ ନିଜ ସାମ୍ନାରେ ରାଜ୍ୟସଭାକୁ ମଧ୍ୟ ପଠାଇଲେ।ନବୀନ ବିଜୟଙ୍କ ବିପକ୍ଷରେ ସମସ୍ତ ବଳ ଲଗାଇଲେ କିନ୍ତୁ ତ୍ରିଲୋଚନ ବେହେରାଙ୍କୁ ଖୁବ୍ ଶକ୍ତି ଲଗାଇ ଜିତାଇଲେ ବିଜୟ। ମାତ୍ର ନବୀନ ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ସେଥିପାଇଁ ଦୁଇ ଦଶନ୍ଧି ଧରି ବିଧାନସଭାରେ ପାଦ ରଖି ପାରିଲେ ନାହିଁ ବିଜୟ ମହାପାତ୍ର। ଓଡିଶା ରାଜନୀତିର ଏହି ଅଭୁଲା ଅଧ୍ୟାୟ ସବୁବେଳେ ମନେ ରହିବ ।

Leave a Reply

Your email address will not be published. Required fields are marked *