ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ନିର୍ଦ୍ଦେଶିକା ଶ୍ରୀମତି ହନୀ ପଟ୍ଟନାୟକ ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି ।
ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ଅନୁମୋଦନ କ୍ରମେ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ସଂଘ ଗଠନ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ଦଶପଲ୍ଲା ସ୍ଥିତ ‘ରେଡିଓ ସୁରଭି’ ର ମୁଖ୍ୟ ଶିଶିର କୁମାର ଦାସଙ୍କୁ ରାଜ୍ୟ ସଭାପତି, ‘ରେଡିଓ ଉତ୍କଳ’ର ମୁଖ୍ୟ ଅମିୟ ଭୂଷଣ ବିଶ୍ୱାଳଙ୍କୁ ସମ୍ପାଦକ, ‘ରେଡିଓ ମୁସ୍କାନ’ ର ଧନେଶ୍ୱର ସାହୁଙ୍କୁ କୋଷାଧ୍ୟକ୍ଷ, ‘ସୋଆ କମ୍ୟୁନିଟି ରେଡିଓ’ ର ନିର୍ଦ୍ଦେଶିକା ହନି ପଟ୍ଟନାୟକଙ୍କୁ ଉପସଭାପତି ଓ ‘ରେଡିଓ ବାଘାଯତୀନ’ର ମିନତି ବିନ୍ଧାଣିଙ୍କୁ ସହ-ସମ୍ପାଦକ ଭାବେ ମନୋନୀତ କରାଯାଇଛି ।
ଏ ନେଇ ନିକଟରେ ଅନୁଷ୍ଠିତ ସଂଘର ଜାତୀୟ ଉପ-ସଭାପତି ପ୍ରଦୀପ୍ତ ଦତଙ୍କ ଅଧ୍ୟକ୍ଷତାରେ ସଭାରେ ଓଡିଶାର ସମସ୍ତ କମ୍ୟୁନିଟି ରେଡିଓ ସଭ୍ୟମାନେ ଉପସ୍ଥିତ ଥିଲେ ।
ଏହା ଛଡ଼ା ରାଜ୍ୟର ବିଭିନ୍ନ ଅଂଚଳର କମ୍ୟୁନିଟି ରେଡିଓ ମୁଖ୍ୟ ବିକାଶ ମହାପାତ୍ର, ସୁଜିତ ପଟ୍ଟନାୟକ, ପ୍ରଭାସ ସାମନ୍ତରାୟ, ସୌମ୍ୟ ରଂଜନ ନାୟକ, ପ୍ରତାପ ବାରିକ ଓ ଲିଙ୍ଗରାଜ ସାମନ୍ତରାୟଙ୍କୁ ସଭ୍ୟ ଭାବେ ଚୟନ କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ ବର୍ତମାନ ମୋଟ ୩୭ଟି କମ୍ୟୁନିଟି ରେଡିଓ କାର୍ଯ୍ୟ କରୁଛି ।