5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା

Soa Ad
Spread the love

ଭୁବନେଶ୍ବର: ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ. ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହୋଇଛନ୍ତି ଭି.କେ ପାଣ୍ଡିଆନ। ନୂଆ ଦାୟିତ୍ବ ମିଳିବା ପରେ ଭି.କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।
ମାନସ କହିଛନ୍ତି ଯେ, ନୂଆ ଭୂମିକା ଓ ନୂଆ ଦାୟିତ୍ବ ପାଇଁ ଆପଣଙ୍କୁ ଶୁଭେଚ୍ଛା । ଓଡ଼ିଶା ରୂପାନ୍ତରଣର ମଙ୍ଗୁଆଳ ହେଉଛନ୍ତି ଭି.କେ. ପାଣ୍ଡିଆନ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ହେବା ପରେ ବିକାଶ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ରିପୋର୍ଟ ଦ୍ବାରା ବିକାଶ ଧାରା କ୍ଷୀପ୍ର ହେବ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।