ହକି ଉଦଘାଟନୀ କାର୍ଯ୍ୟକ୍ରମ କଟକିଆଙ୍କ ଦାୟିତ୍ୱ : ବବି ଧରିବେ ମଙ୍ଗ

ctc hockey

ହକି ବିଶ୍ୱକପ୍ ଉଦ୍‌ଘାଟନୀ ସମାରୋହ ଜାନୁଆରି ୧୧ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। କଟକରେ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଜେଡିର ରାଜ୍ୟସଂଗଠନ ସଂପାଦକ ତଥା ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଭାପତି ପ୍ରଣବ ପ୍ରକାଶ ଦାସ (କବି) ମଙ୍ଗ ଧରିବାକୁ ଯାଉଛି। ଆଜି ପ୍ରଥମ ଦଫାରେ କଟକର ହୋଟେଲ୍ ଗ୍ରାଥ ରେସିଡେନ୍ସିରେ ଆୟୋଜିତ ଏକ ବୈଠକରେ ବିଶ୍ବ କପ୍ ହକି ଆୟୋଜନକୁ ସଫଳ କରିବା ପାଇଁ ସେ ବିଜେଡିର କର୍ପୋରେଟର, ବିଧାୟକ, ମେୟର ଓ ଅନ୍ୟ ବରିଷ୍ଠ ନେତା ମାନଙ୍କୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକରେ ଏ ପ୍ରକାର ଏକ ଆୟୋଜନରେ କେହି କୌଣସି ପ୍ରକାର ବାଧା ସୃଷ୍ଟି ନ କରି ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଫଳରେ ହକି ଆୟୋଜନ ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟକୁ ନେଇ ବିଜେଡି ଭିତରୁ ଯେଉଁ ପ୍ରତିବାଦର ସ୍ୱର ଉଠୁଥିଲା, ତାହାକୁ ଆରମ୍ଭରୁ ଚାପି ଦିଆଯାଇଛି। 

ବିଜେଡିର ନେତା ଭାବେ ଆଜି ବବି ଦଳର କର୍ପୋରେଟର ଓ ନେତାମାନଙ୍କୁ ହଢି ଆୟୋଜନରେ ସାମିଲ କରିଥିବା  ବେଳେ ଜାନୁଆରି ପ୍ରଥମ ସପ୍ତାହ (ସମ୍ଭବତଃ ୩ ତାରିଖ) ରେ ଓସିଏ ସମ୍ମିଳନୀ କକ୍ଷରେ ବବି ଏକ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ କଟକର ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯିବ। ବିଶେଷ କରି ପୂଜା କମିଟି, ଶାନ୍ତି କମିଟି କର୍ମକର୍ତା, ବିଭିନ୍ନ ପ୍ରମୁଖ ସଂଗଠନ, କ୍ଲବର କର୍ମକର୍ତା, କ୍ରୀଡାବିତ ଏବଂ ବୁଦ୍ଧିଜୀବୀ ମାନଙ୍କୁ ଏହି ବୈଠକକୁ ଡାକି ବିଶ୍ଵକପ୍ ହକି ଉଦଘାଟନ ଆୟୋଜନ କଟକ ପାଇଁ ସମ୍ମାନ ଆଉ ଗୌରବର ବିଷୟ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ବବି ଆହ୍ୱାନ ଦେବେ ।

ଅନ୍ୟପଟେ ଆଜି ସିଏମ୍‌ସି କାଉନସିଲ ବୈଠକରେ  ବିଶ୍ଵକପ୍ ହକି ଉଦଘାଟନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିଶେଷ ଆଲୋଚନା ହୋଇଛି। ବିଶ୍ବକପ୍ ହକି ଟ୍ରଫି ଆମନ୍ତା ୧୧ ତାରିଖରେ କନଳକୁ ଆସିବ । ଜଗତସିଂହପୁର ଜିଲ୍ଲାରୁ ଏହାକୁ ଏକ ଶୋଭାଯାତ୍ରାରେ କଟଳକୁ ଅଣାଯିବ। ସକାଳ ୬ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ସହର ପରିକ୍ରମା କରିବ । ସହରର ଚଣ୍ଡୀ ମନ୍ଦିରରୁ ଆରମ୍ଭ କରି ଗୋପବଂଧୂ ଛକ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ ପରି କଟକର ପ୍ରମୁଖ ସ୍ଥାନକୁ ଏହି ଟ୍ରଫିକୁ ନିଆଯିବ। ଏରେ ମନ୍ଦିରର ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯିବ ଶୋଭାଯାତ୍ରାରେ କଟକବାସୀ ସାମିଲ ହେବାକୁ ସହରର ପ୍ରତ୍ୟେକ ଘରକୁ ପୌର ନିଗମ ପକ୍ଷରୁ ନିମନ୍ତ୍ରଣ କାର୍ଡ ପଠାଯିବ ବୋଲି ଅଜିର କାଉନସିଲ ବୈଠକରେ କମିସନର ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି । 
  
ଏହି ଅବସରରେ ବାଲିଯାତ୍ରା ତଳ ପଡ଼ିଆରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ସେଠାରେ ଅପରାହ୍ନରେ ଟ୍ରଫି ରଖାଯିବା ପରେ ତାହାକୁ ଷ୍ଟାଡିୟମ ଭିତରକୁ ନିଆଯିବ। ଉଦ୍‌ଘାଟନୀ ଉତ୍ସବ ଜାନୁଆରି ୧୧ ତାରିଖ ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବେଳେ ସହରର ୧୬ଟି ସ୍ଥାନରେ 'ଫ୍ୟାନ ପାଇଁ କରାଯିବ। ସେଠାରେ ବଡ଼ ପରଦାରେ ଉଦ୍‌ଘାଟନୀ ଉତ୍ସବର ସିଧା ପ୍ରସାରଣ କରାଯିବ। ଏହାସନ ପ୍ରତି ୱାର୍ଡରେ କର୍ପୋରେଟରଙ୍କ ନେତୃତ୍ବରେ ଏଲ୍‌ଇଡି ମାଧ୍ୟମରେ ଏହାର ସିଧା ପ୍ରସାରଣ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରତ୍ୟେକ କର୍ପୋରେଟରଙ୍କୁ ୨୦ ନଗର ଟଙ୍କା ଦିଆଯିବ। ଯେଉଁଥିରେ ଲୋକଙ୍କ ବସିବା ବ୍ୟବସ୍ଥା, ବ୍ଲାକ୍ସ, ଏଲ୍‌ଇଡି ଇତ୍ୟାଦିର ବ୍ୟବସ୍ଥା କରିବାକୁ କୁହାଯାଇଛି। ତନ୍ତ୍ର କାର୍ଯ୍ୟକ୍ରମକୁ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାମଲମ, ବୃଦ୍ଧାଶ୍ରମ, ଭିକ୍ଷୁକ ଅଂଶୁମ, ଡାକ୍ତରଖାନା ପରି ସ୍ଥାନରେ ଟିଭି ମାଧ୍ୟମରେ ଦେଖାଇବାକୁ ମଧ୍ୟ ଯୋଜନା କରାଯାଇଛି। ହକି ବିଶ୍ୱଳୟ ଉଦ୍‌ଘାଟନୀ ଉତ୍ସବ ପାଇଁ ବାଧିଥିବା ମହରର ରିଂ ବନ୍ଧ ସୌନ୍ଦର୍ଯ୍ୟାଳରଣ କମ ଆସନ୍ତା ସପ୍ତାଜ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ କଲ୍ୟାଣ କାଉନସିଲ ବୈଠକରେ ସୂଚନା ଦେଇଛନ୍ତି।

Share this story