କାହା କୋଳରେ କେଉଁ ମିଡିଆ ? କିଏ ପାରି କରିବ ନିର୍ବାଚନ ବୈତରଣୀ, ଦେଖନ୍ତୁ ଏହି ଭିଡ଼ିଓ

media odisha

ଓଡିଶା  ଟିଭି ମିଡ଼ିଆ କେଉଁ ପଟେ କିଏ ? କେଉଁ ଦଳ ପାଖରେ ଅଧିକ ସମର୍ଥନ । ମିଡ଼ିଆ  ସମର୍ଥନ ବିନା ହାତ ହତାଶ । କୁହାଯାଏ ଗଣାମଧାମ ହିଁ ରାଜ୍ୟନୈତିକ ଦଳର ଭାଗ୍ୟ ଓ ଭବିଷ୍ୟତ ନିର୍ଧାରଣ କରେ ।ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ଟିକି ନିକି ଖବର ପହଁଚୁଥିବାରୁ ରାଜନୈତିକ ଦଳ ଅପେକ୍ଷା ସାଧାରଣ ଲୋକଙ୍କର ଅଧିକ ଭରସା ଗଣମାଧ୍ୟମ ଉପରେ ରହିଥାଏ ।ଯେଉଁଥିପାଇଁ ରାଜନୈତିକ ଦଳଗୁଡିକ ନିଜ ସମର୍ଥନରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ଗଣମାଧ୍ୟମକୁ ଗେଲ୍ହା  ପୁଅ କରିଥାନ୍ତି ।ଆଉ ଏବେ ଓଡିଶା ରାଜନୀତିରେ ଗଣମାଧ୍ୟମ ରାଜନୈତିକ ଦଳ ମଧ୍ୟରେ ଏକ ପ୍ରକାର ବାଣ୍ଟି ହୋଇ ଯାଇଛି କହିଲେ ଏକପ୍ରକାର ଅଚୁକ୍ତି ହେବ ନାହିଁ।

କାରଣ ଏକାଧିକ ଗଣମାଧ୍ୟମ ପଛ ପଟରେ ରହିଛି ରାଜନୈତିକ ବ୍ୟକ୍ତିତ୍ୱଙ୍କ ହାତ । ଯେଉଁମାନଙ୍କ ଇଙ୍ଗିତରେ ଏବେ ଗଣମାଧ୍ୟମ ଦଳ ମାଧ୍ୟମରେ ପରିଣତ ହୋଇଥିବା ଚର୍ଚା ହେଉଛି । ଖାସ କରି ଓଡ଼ିଶାରେ ଟେଲିଭିଜନ ମିଡ଼ିଆ ଏବେ ଦଳ ବାରୀ ଭାଗ ଭାଗ ହୋଇଥିବା  ସୋସିଆ ମେଡିଆରେ ଚର୍ଚା ହେଉଛି ।ଏବେ କେଉଁ ମିଡ଼ିଆ କେଉଁ ଦଳ ସମର୍ଥନରେ ରହିଛ ଓ  କିଭଳି ଖବରପ୍ରସାରନ କରୁଛି ତାହା ସୋସିଆଲ ମେଡିଆରେ ଇଉଜରସଙ୍କୁ ଅନୁସରଣ   କଲେ ବେଶ ଭଲ ଭାବେ ଜାଣିପାରିବେ । ଓଡିଶା ର ପ୍ରମୁଖ ଟିଭି ମେଡିଆ ର ମାଲିକାନା  ରାଜନୈତିକ ବ୍ୟକ୍ତତ୍ୱ ନଚେତ ତାଙ୍କ ପାରିବାରିକ ମାଲିକାନାରେ ରହୁଛି ଯାହାର ଫାଇଦା ରାଜନୈତିକ ଉଠାଉଥିବା ଦେଖିବାକୁ ମିଳୁଛି । 

ଓଡ଼ିଶାର ପ୍ରମୁଖ ଟିଭି ଗଣ ମାଧ୍ୟମ ଉପରେ ଯଦି ନଜର ପକାଇବା ତେବେ ଅର୍ଗସ ,ନନ୍ଦିଘୋଷ ଟିଭି  ସମ୍ପୂର୍ଣ ରୂପେ ଦଳୀୟ ଭିତ୍ତିରେ ଭାନ୍ତି ହୋଇ ଯାଇଥିବା କୁହାଯାଉଛି । ନନ୍ଦିଘୋଷ ଟିଭି ସମ୍ପୂର୍ଣ ରୂପେ ବିଜେଡି ସମର୍ଥନରେ ଖବର ପ୍ରସାରଣ କରୁଥିବା ବେଳେ ବିଜେପିକୁ ଟାର୍ଗେଟ କରୁଛି ସେହିପରି ଅର୍ଗସ ଟିଭି ବିଜେପିକୁ ଅଧିକ ଟେକୁଥିବା ବେଳେ ବିଜେଡ଼ିକୁ ବଦନାମ କରିବାକୁ ଟିକିଏବି ସୁଯୋଗ ହାତଛଡା କରୁନଥିବା କହାଯାଉଛି ।କିନ୍ତୁ ଅନ୍ୟ ଚାନେଲ ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ନ୍ୟାୟରେ ଆଗକୁ ବଢୁଥିବା କୁହାଯାଉଛି ।  

ଓଟିଭିର କେଉଁ ଦଳ ପ୍ରତି ସଫ୍ଟ କର୍ଣ୍ଣର ଅଧିକ ରହିଛି ତାହା ବୋଧ ହୁଏ ଅଧିକ ଙ୍କୁ  ଜଣା। ନିଜକୁ ନିରପେକ୍ଷ ଦର୍ଶାଇବାକୁ ନିଜକୁ ୮୦ : ୨୦ ଅନୁପାତରେ ଖବର ପ୍ରସାରଣ  କରୁଥିବା କୁହାଯାଉଛି । ଯେହେତୁ ପରିଵାର ମାଲିକାନାରେ ଓଟିଭି ରହିଛି ତେଣୁ ବିଜେପି ପ୍ରତି ଭଲପାଇବା ରହିବା ସ୍ୱାଭାବିକ କଥା । ତେଣୁ ବ୍ୟବସାୟିକ ଦୃଷ୍ଟି କୋଣରୁ ସରକାରଙ୍କ ସପକ୍ଷରେ ୨୦ ପ୍ରତିଶତ ଓଟିଭି ବାଧ୍ୟ ହେଉଥିବା କୁହାଯାଉଛି ।ଅନ୍ୟପଟେ ଗତ କିଛି ବର୍ଷ ହେବେ ସୁବିଧା ବାଦି  ଭୂମିକାରେ କନକ ନିଉସ ଦେଖିବାକୁ ମିଳୁଥିବା ସାଧାରଣରେ ଚର୍ଚା ହୁଏ । ମାଲିକ ସୋମ୍ୟରଞ୍ଜନ  ପଟନାୟକଙ୍କ  ପରି କନକ ନିଉସ ଅଭିମୁଖ୍ୟର  ମଧ୍ୟ ଅନେକ  ଥର ପରିବର୍ତନ ଦେଖିବାକୁ ମିଳେ ବୋଲି କୁହାଯାଏ । ଆଉ ସାମ୍ପ୍ରତିକ ସ୍ତିସ୍ଥିରେ କନକ ନିଉସ ଉଭୟ ବିଜେପି ଓ ବିଜେଡି ସହ ହାତେ ମାପି ଚାଖଣ୍ଡେ ଚାଲିବା ନୀତିରେ ଆଗକୁ ବଢୁଥିବା ଚର୍ଚା ହେଉଛି । ଯେହେତୁ  ସୋମ୍ୟ ଶାସକ ଦଳର ବିଧାୟକ ତେଣୁ ୬୦ : ୪୦ ଅନୁପାତରେ ଖବରକୁ ପ୍ରସାରଣ କରୁଥିବା କୁହାଯାଉଛି । 

କନକ  ନିଉଜ ବିଜେଡ଼ିକୁ ପୂର୍ବରୁ ଯେଉଁ ଗୁରୁତ୍ୱ ଦେଉଥିଲା ସେଥିରେ କେବଳ ହ୍ରାସ ହୋଇନାହିଁ ବରଂ ଏହାର ଫାଇଦା ବିଜେପିକୁ ମିଳୁଥିବା ଶୁଣିବାକୁ ମିଳୁଛି । ସେହିଭଳି ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ମାଲିକାନରେ ଥିବା  କଳିଙ୍ଗ ଟିଭି ବିଜେଡି ସରକାରର ବିଭିନ୍ନ ବିକାଶ ମୂଳକ କାମକୁ ଖବର ଆକାରରେ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ବିଜେପି ପାଇଁ ସେତେ ଅସୁବିଧା ସୃଷ୍ଟି କରୁଥିବା ଦେଖିବାକୁ ମିଳେନି । ଅର୍ଥାତ କଣ୍ଟ୍ରୋଭରସିରୁ ଦୁରେଇ ରହିବାକୁ ବିଜେଡି ସପକ୍ଷରେ ମାତ୍ରାଧିକ ନିଉସ କରୁଥିବା କଳଙ୍ଗ ଟିଭି ବିଜେପି ବିପକ୍ଷରେ ସ୍ୱରକୁ ଏତେଟା ଶାଣିତ କରୁନଥିବା  କୁହାଯାଏ ।ସେହିପରି ନିଉସ 18  ଓଡ଼ିଆ ଓ ନିଉଜ 7  ସମାନ ଦୂରତ୍ୱରେ  ଫରମୂଲାରେ   ଆଗକୁ ବଢୁଥିବା ମିଡ଼ିଆ ଖଟିରେ ଚର୍ଚ୍ଚା।ଉଭୟ ଚାନେଲ ପରିସ୍ଥିତି ଓ ରାଜନୈତିକ ହବ ଅନୁଯାଇ ବିଜେପି ଓ ବିଜେଡ଼ିକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । କାହାକୁ ଵେଶୀ ଟାର୍ଗେଟ ନୁହେଁ କି କାହା ସମର୍ଥନରେ ବେଶୀ ଖବର ନଦେଖାଇ ସେଫ  ଜୋନରେ ଅଧିକ ପସନ୍ଦ କରୁଥିବା କୁହାଯାଉଛି । ଏବେ ଏହି ଦଳ ମାଧ୍ୟମ ଭିତରେ କଂଗ୍ରେସ ସମ୍ପୂର୍ଣ ଗୋଠ ଛଡା ହୋଇଥିବା ଦେଖିବାକୁ  ମିଳୁଛି ।ମିଡ଼ିଆକୁ ମ୍ୟାନେଜେ  କରିବାରେ କଂଗ୍ରେସ ସମ୍ପୂର୍ଣ ବିଫଳ ହୋଇଥିବା କୁହାଯାଉଛି ।

Share this story