ବିଜେଡି ନାଁ ବିଜେପି, ସୌମ୍ୟଙ୍କ ଝିଅକୁ କିଏ ଦେବ ଟିକେଟ ?

ରାଜନୀତିରୁ ସୌମ୍ୟ ନେବେ କି ସନ୍ୟାସ? ପାଲିଟିକ୍ସ ରେ ପାଦ ଦେବେ କି ତନୟା? କେଉଁ ଦଳରୁ ପ୍ରାର୍ଥୀ ହେବେ ତନୟା ? ବର୍ତ୍ତମାନ ସୌମ୍ୟଙ୍କ ସ୍ଥିତି କଣ ତାହା ବୋଧେ କାହାକୁ ଅଛପା ନାହିଁ । ୨୦୨୪ ନିର୍ବାଚନରେ ସୌମ୍ୟଙ୍କୁ ପୁଣି ଥରେ ଯେ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିବ ତାହାକୁ ନେଇ ସମ୍ଭାବନା କମ ସନ୍ଦେହ ଅଧିକ ହେଲାଣି । କିନ୍ତୁ ସନ୍ଦେହ ଯଦି ସତ ହୁଏ ତେବେ ସୌମ୍ୟଙ୍କ ଲିଗାସିରେ କଣ ବ୍ରେକ ଲାଗିବ । ଯଦି ନା ତେବେ ସୌମ୍ୟଙ୍କ ଲିଗାସି କୁ କିଏ ଆଗକୁ ନେବ । ଏଭଳି ଆଲୋଚନା ଭିତରେ ଏବେ ସୌମ୍ୟଙ୍କ ଝିଅ ତନୟାଙ୍କୁ ନେଇ ନୂଆ ସମୀକରଣ ତିଆରୀ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋରେ । ଓଡିଶା ରଜାନୀତିରେ ପାରିବାରବାଦ ରାଜନୀତି କିଛି ନୂଆ କଥା ନୁହେଁ । ଆଉ ଯଦି ତନୟା ରାଜନୀତିରେ ପାଦ ଦିଅନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର ଅବକାଶ ମଧ୍ୟ କିଛି ନାହିଁ । ଏହାବାଦ ଗତ କିଛି ଦିନ ତଳର କାର୍ଯ୍ୟକ୍ରମ ମଧ୍ୟ ସେହି ଦିଗକୁ ଇଙ୍ଗିତ କରୁଛି ଏପରିକି ତନୟାଙ୍କ ବ୍ରାଣ୍ଡ ତିଆରୀ କରିବାକୁ ତନୟାଙ୍କ ପର୍ଯ୍ୟାପ୍ତ ସାଧନ ମଧ୍ୟ ରହିଛି । ନିଜ ପରିବାରର ମାଲିକାନାରେ ଥିବା ଗଣାମାଧ୍ୟମ ସଂସ୍ଥା ଟିଭି, ଖବରକାଗଜ, ଏଫଏମ ତନୟାଙ୍କ ରାଜନୈତିକ ରାସ୍ତାକୁ ଆହୁରି ସହଜ କରିବା ନେଇ ଚର୍ଚ୍ଚା ହେଉଛି । କାରଣ ଏବେ ଯେଉଁମାନଙ୍କ ହାତରେ ମିଡ଼ିଆ ରହିଛି ସେମାନଙ୍କୁ ରାଜନୀତିରେ ପ୍ରବେଶ କରିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନି । ତେଣୁ ଏଭଳି କିଛି ଦିଗ ତନୟାଙ୍କୁ ନେଇ ଆରମ୍ଭ ହୋଇଥିବା ଚର୍ଚା କୁ ଖୋରାଗ ଯୋଗାଉଛି ।
ପୂର୍ବରୁ ତନୟା ସୋସିଆଲ ମିଡିଆରେ ସ୍ପଷ୍ଟ କରିଥିଲେ ଯେ ସେ ରାଜନୀତି କରିବେ ନାହିଁ । କିନ୍ତୁ ଗତ ପୌର ନିର୍ବାଚନରେ ମେୟର ପାଦ ପାଇଁ ସେ ଆଶାବାଦୀ ଥିବା ଚର୍ଚା ହେଉଛି । ଏସବୁ ଭିତରେ ୨୦୨୪ ନିର୍ବାଚନ ପାଇଁ ଯେତେବଳେ ରାଜନୈତିକ ଦଳ ପାଗ ଭିଡ଼ିଲେଣି ଓ ସୌମ୍ୟଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି । ସେତେବେଳେ ତନୟାଙ୍କ ରାଜନୀତିରେ ଏଣ୍ଟ୍ରି କରିବା ଚର୍ଚା ଅନେକ କିଛି ସମୀକରଣକୁ ଜନ୍ମ ଦେଇଥିବା କୁହ ଯାଉଛି । ଖଣ୍ଡପଡ଼ା, ଭୁବନେଶ୍ୱର ନା କଟକ ! କେଉଁ ଆସନକୁ ବାଛିବେ ତନୟା ! କେଉଁ ଦଳରୁ ଲଢ଼ିବେ !
ନାନା ମୁନିଙ୍କ ନାନା ମତ ମିଳୁଥିବା ବେଳେ ତନୟାଙ୍କୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସିବା ଆରମ୍ଭ ହେଲାଣି । ଖଣ୍ଡପଡ଼ା, ଭୁବନେଶ୍ୱର ଓ କଟକ ଏହି ତିନି ଆସନରୁ ଗୋଟିଏ ଆସନରେ ତନୟା ନିଜର ରାଜନୈତିକ ପରୀକ୍ଷା ଦେଇ ପାରନ୍ତି ବୋଲି ଚର୍ଚା ହେଉଛି । ଯେହେତୁ ଖଣ୍ଡ ପଡ଼ାରୁ ବାପା ବିଧାୟକ ଅଛନ୍ତି ତେଣୁ ଏହି ଆସନ ପ୍ରଥମ ପସନ୍ଦର ଆସନ ପାଲଟି ପାରେ । ସେଇ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଖାସ କରି ଆହେ ନୀଳଶୈଳ, ମହିଳା ବିଜନେସ ମେଳା ଜରିଆରେ ଭୁବନେଶ୍ୱରରେ ନିଜର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ତିଆରି କରିଥିବାରୁ ରାଜଧାନୀକୁ ରାଜନୀତିର ପ୍ରଥମ ପାହାଚ କରି ପାରନ୍ତି ତନୟା । ଭୁବନେଶ୍ୱର ସଂସଦ ଯେହେତୁ ଏବେ ବେଗୁନିଆ ମୁଁହା ତେଣୁ ଏହି ଆସନରୁ ଉଭୟ ବିଜେପି ଓ ବିଜେଡି ପାଇଁ ପ୍ରଥମ ପସନ୍ଦ ଚେହେରା ପାଲଟି ପାରନ୍ତି ତନୟା । ସେଇଭଳି କଟକରେ ମଧ୍ୟ ଭର୍ତ୍ତୃହରି ବିଜେଡିରୁ ଏକ ପ୍ରକାର କଣଠେସା ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରକାଶ ମିଶ୍ର ସେତେଟା ସକ୍ରିୟ ନାହାନ୍ତି । ଏଭଳି ସ୍ଥଳେ କଟକକୁ ମଧ୍ୟ ତନୟା ବାଛିପାରନ୍ତି ବୋଲି ଚର୍ଚା ହେଉଛି । ରାଜନୀତିରେ ପ୍ରତି ସେକେଣ୍ଡରେନୀତି ନିଷ୍ପତିରେ ପରିବର୍ତନ ହୁଏ ତେଣୁ ତନୟାଙ୍କ ନିଷ୍ପତି ଆଗକୁ କଣ ହେବ । ତାହା ଉପରେ ଏବେ ସମସ୍ତଙ୍କ ନଜର ।