ଧରାପଡ଼ିଗଲେ, ଏଥର ଫେଲ ମାରିବ ସୌମ୍ୟଙ୍କ ବ୍ଲାକମେଲ ପଲିଟିକ୍ସ, ଦେଖନ୍ତୁ ଏହି ଭିଡିଓ

ସୌମ୍ୟଙ୍କ ଖେଳ ଖତମ l ୨୪ରେ ରହିବନି ଖାତାଖତିଆନ l ଫେଲ ମାରିବ ବ୍ଲାକମେଲ ପାଲିଟିକ୍ସ l ଗଣମାଧ୍ୟମକୁ ଢାଲ କରି କ୍ଷମତା ଲଡ଼ୁ ଖାଇ ଚାଲିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ l ନିଜ ମାଲିକାନାରେ ରହିଥିବା ସମ୍ବାଦ ଓ କନକ ନିୟୁଜ ଜରିଆରେ ରାଜନୈତକ ପ୍ରଭାବ ବିସ୍ତାର କରିଛନ୍ତି l ନିଜକୁ ସୁହାଇଲା ଭଳି ଖବର ପରିବେଷଣ ସହିତ ବିପକ୍ଷଙ୍କୁ କାଉଣ୍ଟର କରିବାକୁ ଗଣମାଧ୍ୟମ କୁ ଭରପୁର ଉପଯୋଗ କରୁଛନ୍ତି ସୌମ୍ୟ l ଅବୋଲକରା ତୁଣ୍ଡରେ ନିଜ ଦଳକୁ ମଧ୍ୟ ଅଡୁଆରେ ପକାଇବାକୁ ପଛଉନାହାନ୍ତି l ହେଲେ ବାରମ୍ବାର ଦଳକୁ ଅକଳିରେ ପିବକାଇଲେ ବି ସୌମ୍ୟାଙ୍କ ବିରୋଧରେ ସେପରି କିଛି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନି l ଯାହାର ଏକମାତ୍ର କାରଣ ହେଉଛି ସୌମ୍ୟଙ୍କ ମାଲିକାନାରେ ଥିବା ଗଣମାଧ୍ୟମ l ଏହାର ଛାତ୍ରଛାୟା ତଳେ ରହି ରାଜନୈତିକ ଦଳକୁ ସୌମ୍ୟ ବ୍ଲାକମେଲ କରୁଥିବା କୁହାଯାଉଛି l
ହେଲେ ଦୀର୍ଘ ବର୍ଷ ଧରି ବ୍ଲାକମେଲ ପାଲିଟିସ କରୁଥିବା ସୌମ୍ୟଙ୍କ ଚାଲ ଆଉ କରିବନି l ଧିରେ ଧିରେ ସୌମ୍ୟଙ୍କ ଗଣମାଧ୍ୟମର ଲୋକପ୍ରିୟତା କମିବାର ଲାଗିଛି l ରାଜ୍ୟର ଦୁଇ ନଂ ରେ ଥିବା କନକ ନିୟୁଜ ଏବେ 3 ନଂ କୁ ଖସିଆସିଛି l ସେପଟେ ସମ୍ବାଦର ମଧ୍ୟ ପାଠକ୍ୟ ଆଦୃତ୍ତି ଦ୍ରୁତ ବେଗରେ ଖସିବାର ଲାଗିଛି l ଏହାପ୍ରଭାବରେ ସୌମ୍ୟଙ୍କ ପ୍ରଭାବ ମଧ୍ୟ ହ୍ରାସ ପାଇଛି l ଏଭଳି ସ୍ଥିତିରେ ସୌମ୍ୟ ବିଜେଡିରେ ଅଲୋଡ଼ା ହେବାରେ ଲାଗିଛନ୍ତି l ବାରମ୍ବାର ଦଳ ବିରୋଧରେ ମନ୍ତବ୍ୟ ଦେଇ ଏକପ୍ରକାର ଗୁରୁତ୍ୱ ହରାଇଛନ୍ତି ସୌମ୍ୟ l ଶୁଣାଯାଉଛି 2024ରେ ସୌମ୍ୟଙ୍କୁ ବିଜେଡି ଆଉ ଟିକେଟ ଦେବନି l ଖଣ୍ଡପଡା ଆସନରୁ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଶଙ୍ଖ ଟିକେଟରେ ଲଢ଼ିବା ଏକ ପ୍ରକାର ନିଶ୍ଚିନ୍ତ l ସୌମ୍ୟାଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ଏହାକୁ କାଉଣ୍ଟର କରିବାକୁ ଅନୁଭବ ସର୍ବଦା ସାମ୍ନାକୁ ଆସୁଛନ୍ତି l ତୃଣମୂଳ ସ୍ତରରେ ମଧ୍ୟ ଲୋକଙ୍କ ପାଖକୁ ଯାଇଁ ସୌମ୍ୟଙ୍କ ବିରୋଧରେ ଜନମତ ସୃଷ୍ଟି କରୁଛନ୍ତି l ତେଣୁ ଆଗାମୀ ଦିନରେ ଅନୁଭଙ୍କୁ ବିଜେଡି ଟିକେଟ ଦେବାକୁ ମାନସ୍ଥ କରିଥିବା ସୂଚନା ମିଲିଛି l
ସେପଟେ ସବୁ ଦଳ ବୁଲି ସାରିଛନ୍ତି ସୌମ୍ୟ l ନିଜେ ଏକ ଦଳ କାରି ମଧ୍ୟ ଚିଟ ଖାଇଛନ୍ତି l ତେଣୁ ବିଜେଡି ଛାଡିଲେ ତାଙ୍କ ପାଇଁ ଆଉ କୌଣସି ବିକଳ୍ପ ମଧ୍ୟ ନାହିଁ l ଗଣମାଧ୍ୟମ ଆଳରେ ବିଭିନ୍ନ ଦଳ କୁ ଯିବା ସୌମ୍ୟଙ୍କ ପାଇଁ ସହଜ ହେଉଥିଲା l ଦୁଇ ଦୁଇ ଟି ବଡ଼ ଗଣମାଧ୍ୟମ ହାତରେ ଥିବାରୁ ସୌମ୍ୟଙ୍କୁ ନେବାକୁ ସବୁଦଳ ମଧ୍ୟ ଆଗ୍ରହ ପ୍ରକାଶ କରୁଥିଲେ l ମାତ୍ର ଆଗକୁ ସେମିତି ହେବ ନାହିଁ କାରଣ ସୌମ୍ୟଙ୍କ ମାଲିକାନରେ ଥିବା ଗଣମାଧ୍ୟମର ଲୋକପ୍ରିୟତା ହ୍ରାସ ପାଉଥିବାରୁ ତାଙ୍କୁ ନେଇ କୌଣସି ଦଳ ରିସ୍କ ନେବାକୁ ଚାଁହୁନାହାନ୍ତି l କିନ୍ତୁ ଆଗାମୀ ଦିନରେ ସୌମ୍ୟଙ୍କ କ୍ୟାରିଅର ଏକ ପ୍ରକାର ଶେଷ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି l ଦୀର୍ଘ ବର୍ଷ ଧରି ବ୍ଲାକମେଲ ପାଲିଟିକ୍ସ କରିଆସୁଥିବା ସୌମ୍ୟ ଏଥର ଚାରି ପାଞ୍ଜି ରୁ ଯିବା ନିଶ୍ଚିନ୍ତ l