ଅପରାଜିତାଙ୍କୁ ଶକ୍ତିଶାଳୀ କରିବା ପାଇଁ ନିର୍ବାଚନ ପୂର୍ବରୁ ପଦ୍ମ ଧରିବେ ଜଗଦେବ

aparajita

ଅପରାଜିତାଙ୍କୁ ଶକ୍ତିଶାଳୀ କରିବେ ଜଗଦେବ !  ଦିଲ୍ଲୀରେ ସରିଛି ବୈଠକ ବିଜେପିକୁ ଗଣେଶ ଯିବା ଧାର୍ଯ୍ୟ ! ନିର୍ବାଚନ ପୂର୍ବରୁ ପଦ୍ମ ଧରିବେ ଜଗଦେବ  । ୨୦୨୪ ନିର୍ବାଚନ ପାଇଁ ଏବେ ଠୁ ଅଣ୍ଟା ଭିଡ଼ିଲେଣି ଅପରାଜିତା । ଶୁଣିବାକୁ ମିଳୁଛି ଏବେ ଅପରାଜିତାଙ୍କର ଆଉ ସାଂସଦ ହେବାକୁ ମୋହ ନାହିଁ । କାରଣ ମନ୍ତ୍ରୀ ପଦ ବିନା କେବଳ ସାଂସଦ ହୋଇ ଦିଲ୍ଲୀ ଯିବାକୁ କାଳେ ଅପରାଜିତା ଚାଁହୁନାହାନ୍ତି । ଆଗାମୀ ୨୦୨୪ ନିର୍ବାଚନରେ ଅପରାଜିତା ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବେ । କିନ୍ତୁ ଏହା ପୂର୍ବରୁ ନିଜର ଟିମ ଗଠନ କରିବାକୁ ଅପରାଜିତା ଗୁରୁତ୍ୱ ଦେଉଥିବା ଶୁଣିବାକୁ ମିଳୁଛି । ଆଉ ଅପରାଜିତାଙ୍କ ଏହି ଟିମରେ ବିଜେଡିରୁ ନିଲମ୍ବିତ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କ ନାଁ ସର୍ବ।ଗେ ରହିଛି । ତେବେ ଅପରାଜିତା କାହିଁକି ପ୍ରଶାନ୍ତଙ୍କୁ ବାଛିଛନ୍ତି ତାହା ଅନେକଙ୍କୁ ଦ୍ବନ୍ଦରେ ପକାଇପାରେ ନିଶ୍ଚିନ୍ତ । କିନ୍ତୁ ଏହାର ଉତ୍ତର ହେଲା ଉଭୟଙ୍କର ଫାଇଦା ପଲିଟିକ୍ସ । ଗୋଟିଏ ପଟେ ପ୍ରଶାନ୍ତ ବିଜେଡିରୁ ନିଲମ୍ବିତ ହେଲା ପରେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତାରେ । ଆଉ ଗୋଟିଏ ପଟେ ଅପରାଜିତା ନିଜ ପାଇଁ ଯେଉଁ ସେଭ ଜୋନ ବାଛିଛନ୍ତି ସେଠାରେ ପ୍ରଶାନ୍ତଙ୍କ ପତିଆରା କାହିଁରେ କଣ । ଏଭଳି ସ୍ଥଳେ ନିଜର ରାଜନୈତିକ କ୍ୟାରିଅର ବଞ୍ଚାଇବାକୁ ଉଭୟ ପ୍ରଶାନ୍ତ ଓ ଅପରାଜିତ ଗୋଟିଏ ଘାଟରେ ପାଣି ପିଇବାକୁ ମନ ସ୍ଥିର କରିଥିବା ଶୁଣିବାକୁ ମିଳୁଛି । ଆଉ ଏଥିପାଇଁ ଅପରାଜିତା କାଳେ ପ୍ରଶାନ୍ତଙ୍କୁ ପଦ୍ମ ପୋଖରୀରେ ବୁଡ଼ ପକାଇବାକୁ ଅଫର କରିଥିଲେ । ଯାହାକୁ ଅନୌପଚାରିକା ଭାବେ ଗଣେଶ ମାନିନେଇଥିବା ଚର୍ଚ୍ଚା ହେଉଛି । 

ବିଜେଡିରୁ ନିଲମ୍ବିତ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କୁ ଆଗାମୀ ନିର୍ବାଚନରେ ଦଳ ଟିକେଟ ଦେବକି ନାହିଁ ତାହାର ଗ୍ୟାରେଣ୍ଟି ଏଯାବତ ମିଳିନାହିଁ । କାରଣ ଦିନ ଦ୍ବିପହରରେ ପ୍ରଶାନ୍ତ ଯେଉଁ ଭଳି କାଣ୍ଡ କରିଥିଲେ ତାକୁ ଦୃଷ୍ଟିରେ ରଖିଲେ ଜଗଦେବଙ୍କୁ ଟିକେଟ ଦେବା ଦଳପାଇଁ ବୁମେରାଙ୍ଗ ହୋଇପାରେ । ଯେହେତୁ ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକି ଅଛି । ତେଣୁ ସୁରକ୍ଷିତ ଶିବିର ପ୍ରଶାନ୍ତ ଖୋଜୁଥିବା କୁହାଯାଉଛି । ଆଉ ଅପରାଜିତା ଏହି  ସୁଯୋଗର ଫାଇଦା ନେବାକୁ କୌଣସି କସରତ ଛାଡି ନଥିବା କୁହଯାଉଛି । ବୋଲଗଡ ବେଗୁନିଆ କୁ ନିଜର ସୁରକ୍ଷିତ ଆସନ କରିବା ପାଇଁ ଜଗଦେବଙ୍କୁ ବିଜେପିରେ ମିଶାଇବାକୁ ଅପରାଜିତା ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଏପରିକି ଏହା ଭିତରେ ଦିଲ୍ଲୀ ଯାଇଁ  ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ପ୍ରଶାନ୍ତ ଭେଟିଥିବା ଶୁଣିବାକୁ ମିଳୁଛି । ଆଉ ଏହି ଭେଟ ଭାଟ କାଳେ ଅପରାଜିତା ଆରେଞ୍ଜ କରିଥିଲେ ବୋଲି ସାଂସଦଙ୍କ ନିକଟତମ ମହଲରୁ ଖବର ଆସୁଛି । ଅପରାଜିତା ୨୦୨୪ରେ ବୋଲଗଡ଼ ବେଗୁନିଆରୁ ଲଢ଼ିବାକୁ ଏକପ୍ରକାର ମନବଳାଈ ସାରିଲେଣି ବୋଲି ଶୁଣିବାକୁ ମିଳୁଛି । ଏମିତିରେ ଜଗଦେବଙ୍କର ପୁରୁଣା ଆସନ ଜଗଦେବଙ୍କର ଏବେ ବି ଏଠାରେ ବଡ଼ ଭୋଟ ବ୍ୟାଙ୍କ ରହିଛି । 

ତେଣୁ ବୋଲଗଡ ବିଜୟକୁ ସହଜ କରିବାକୁ ଅପରାଜିତାଙ୍କର ନଜର ଏବେ ଜଗଦେବଙ୍କର ଭୋଟ ବ୍ୟାଙ୍କ ଉପରେ ରହିଛି । ସେହିଭଳି ପ୍ରତିବଦଳରେ ଜଗଦେବଙ୍କୁ ଖୋର୍ଦ୍ଧା ଆସନ ଭେଟିଦେବାକୁ ଅପରାଜିତା ଡ଼ିଲ କରିଥିବା କୁହାଯାଉଛି । ତେଣୁ ଏହି ଆସନରେ ଜଗଦେବଙ୍କୁ ସମସ୍ତ ପ୍ରକାର ସହଯୋଗ କରାଇବାକୁ ଅପରାଜିତା ପ୍ରତିଶୃତି ଦେଇଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଜଗଦେବ ଉଭୟ ଖୋର୍ଦ୍ଧା ଓ ବୋଲଗଡ ବେଗୁନିଆକୁ ଘନ ଘନ ଗସ୍ତ କରୁଛନ୍ତି  । ବିଜେଡି ଯେପରି ଏ ବାବଦରେ ଟିକେ ବି ସୂଚନା ନ ପାଇବ ଓ ପ୍ରଶାନ୍ତଙ୍କ ଉପରେ ସନ୍ଦେହର ଆଖି ନ ବୁଲିବ ସେଥିପାଇଁ ନିଜ ପତ୍ନୀକୁ ଚିଲିକାର ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରଖିଛନ୍ତି । କିନ୍ତୁ ଅପରାଜିତାଙ୍କ ନିକଟତମ ମହଲରୁ ମିଳିଥିବା ଖବର ଅନୁଯାୟୀ ଖୁବ ଶୀଘ୍ର ପ୍ରଶାନ୍ତକୁ ପଦ୍ମ ଧରାଇବାକୁ ପ୍ରସ୍ତୁତି ଶେଷ ହୋଇଛି । କେବଳ ଶୁଭ ସମୟକୁ ଅପେକ୍ଷା । 

Share this story