୨୦୨୪ରେ ଅପରାଜିତାଙ୍କୁ ମିଳିବନି ଟିକେଟ! କିଏ କରୁଛି ଷଡ଼ଯନ୍ତ୍ର, ଦେଖନ୍ତୁ ଏ ଭିଡିଓ

ଚର୍ଚ୍ଚାରେ ଅପରାଜିତାଙ୍କୁ ସକ୍ରିୟତା । ସରକାରଙ୍କ ବିରୋଧରେ ଆଉ ଆକ୍ରମଣାତ୍ମକ ହେଉନାହାନ୍ତି । ନବୀନଙ୍କ ବିରୋଧରେ କାହିଁକି ନୀରବତା । ନବୀନ ଅପରାଜିତାଙ୍କ ମଧ୍ୟରେ ବୁଝାମଣା ହୋଇଛି କି ? ନା ନିଆଁ ଆସିବା ପୂର୍ବରୁ ଧୂଆଁ ବାହାରୁଛି । ମୋଦିପରାଜିତାଙ୍କ ଉପରେ ଭରଷା ରଖିପାରିବେ ତ ? ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ତାଠୁ ବେଶୀ ସରଗରମ ହେଉଛି ରାଜ୍ୟ ରାଜନୀତି । ଦିନକୁ ଦିନ ଆମ୍ନା ସାମ୍ନା ହେଉଛନ୍ତି । ଧର୍ମେନ୍ଦ୍ର ପ୍ରଧନ ନବୀନ ସରକାରଙ୍କ ବିରୋଧରେ ଗର୍ଜନ କରୁଛନ୍ତି ।
ଅନ୍ୟପଟେ ଅପାରାଜିତାଙ୍କ ଆଭିମୁଖ୍ୟକୁ ନେଇ ଏବେ ଅସ୍ପଷ୍ଟ ରହୁଛି । ନବୀନଙ୍କ ବିରୋଧରେ ଆଉ ପଦେଅଧେ କହିବାର ଦେଖିବାକୁ ମିଳୁନାହିଁ । ବିଜେପିର ଅନେକ ବୈଠକ ସଭା ସମିତିରେ ଦେଖିବାକୁ ମିଳୁଥିଲେ ମଧ୍ୟ ରାଜନୈତିକ ପ୍ରସଙ୍ଗ ଆଉ ଉଠାଉନାହାନ୍ତି । ବିଜେପି ଠାରୁ ଅପାରାଜିତାଙ୍କର ସମଦୂରତା ଦେଖିବାକୁ ମିଳୁଛି । ରାଜ୍ୟରେ ଗତ କିଛି ଦିନ ପୂର୍ବରୁ ଉଠାଦୋକାନ ଗୁଡିକୁ ବିଏମସି ଭାଙ୍ଗି ଦେଇଥିଲା । କିନ୍ତୁ ଏବିଷୟରେ ସରକାରଙ୍କୁ ମୁହଁ ଖୋଲି କୌଣସି ଟାର୍ଗେଟ କରିନଥିଲେ । ଅନ୍ୟପଟେ ବିଜେପିରେ ହକିକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ବୟାନ ଭିନ୍ନ ରହିଥିଲା । ଧର୍ମେନ୍ଦ୍ର ହକିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଥିବା ବେଳେ ଜୟନାରାୟଣ ମିଶ୍ର ସରକାରଙ୍କୁ କଡା ବିରୋଧ କରିଥିଲେ । ତେବେ ଏହାରି ମଧ୍ୟରେ ସବୁ ପ୍ରସଙ୍ଗରେ ନିଜ ମତ ରଖୁଥିବା ଅପରାଜିତା ଷଡଙ୍ଗୀ ନିରବ ରହିଥିଲେ । ସାଧାରଣ ନିର୍ବାଚନ ହେବାକୁ ଖୁବ କମ ଦିନ ବାକିରହିଛି । ତେବେ ଏଭଳି ପରିସ୍ଥିତିରେ ଅପରାଜିତାଙ୍କ ନିରବତା ଉପରେ ଅନକେ ପ୍ରଶ୍ନ ଉଠୁଛି ।
ତେବେ ଏହାକୁ ନେଇ ଅନେକ ଆକଳନ ମଧ୍ୟ ହେଲାଣି । କୁହାଯାଉଛି କି ଅପରାଜିତାଙ୍କୁ ଓଡିଶା ମଙ୍ଗ ସମ୍ଭାଳିବା ପାଇଁ କେନ୍ଦ୍ର ବିଜେପି ଇଛୁକ ନାହାନ୍ତି । ଅପରାଜିତା ହିମଞ୍ଚଳ ପ୍ରଦେଶରେ ନିର୍ବାଚନ ମଙ୍ଗ ସମ୍ଭାଳିଥିଲେ । ହିମଞ୍ଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିଥିଲେ । ରଶରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ଆଗ୍ରହ କ୍ରମେ ଅପରାଜିତା ନିର୍ବାଚନ ପ୍ରଚାର ପାଇଁ ହିମାଞ୍ଚଳ ପ୍ରଦେଶ ପ୍ରଚାରରେ ଯାଇଥିବା ଶୁଣିବାକୁ ମିଳିଥିଲା । କିନ୍ତୁ ହିମାଞ୍ଚଳ ପ୍ରଦେଶରେ ବିଜେପିର ପରିସ୍ଥିତି କଣ ହେଲା ତାହା ସମସ୍ତେ ଜାଣନ୍ତି । ବେଗୁନୁଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ଗତ ଥର ଦଖଲରେ ଥିଲା ତିନୋଟି ଜିଲ୍ଲା ପରିଷଦ ଜୋନ । ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଦଳ ଲଢ଼ି ଏହି ସଫଳତା ପାଇଥିଲା ମାତ୍ର ଏଥର ଲଢ଼େଇର ଦାୟିତ୍ୱ ନେଇଥିଲେ ଅପରାଜିତା ଷଢଙ୍ଗି । ହେଲେ ନୂଆ ଆସନ ଯୋଡ଼ିହେବା ଦୂରରେ ଥାଉ ସେହି ତିନୋଟି ଯାକ ଆସନ ହାତରୁ ଖସି ଯାଇଛି । ଭୁବନେଶ୍ୱର ଅଧୀନରେ ଥିବା ୨୬ ଜୋନରୁ ଗୋଟିଏ ବି ଆସନ ବିଜେପି ଜିତିପାରି ନାହିଁ । ଅନ୍ୟପଟେ ଭୁବନେଶ୍ୱର ମୁନିସିପାଲ ନିର୍ବାଚନରେ ଶୋଚନୀୟ ପରାଜୟ ହେବା ଅପରାଜିତାଙ୍କୁ ଦକ୍ଷତାକୁ ଦେଖାଇଥିଲା । ନିଜ ସଂସଦୀୟ କ୍ଷେତ୍ରକୁ ହଟେଇବାରେ ବିଫଳ ହେବା ପରେ ଏବେ ଅପରାଜିତାଙ୍କୁ ବିଜେପି ଟିକେଟ ଦେବା ନା ନାହିଁ ସେ ନେଇ ଚିନ୍ତାରେ ପଡିଛି ।