ଓଡ଼ିଶାରେ ଧର୍ମେନ୍ଦ୍ରଙ୍କୁ ଏକଘରିଆ କରିବାକୁ ଏଭଳି ଷଡଯନ୍ତ୍ର କରିଛନ୍ତି ବୈଜୟନ୍ତ, ଦେଖନ୍ତୁ ଏହି ଭିଡିଓ

ଭାଗବତଙ୍କ ସହ ହୋଇଛି କି ଭିତିରିଆ ଡିଲ ? ବିଜେପି ରାଜନିତୀ ଏମିତି ସମସ୍ତେ ଭାବନ୍ତି ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଏବେଠୁ କିଏ ରାଜ୍ୟରେ ବିଜେପି ଚେହେରା ସାଜିବ ତାହାକୁ ନେଇ ପ୍ରତି ଯୋଗିତା ଆରମ୍ଭ ହେଲାଣି । ଓଡିଶା ବିଜେପି ରାଜନୀତି କହିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନକୁ ବୁଝାଏ । କିନ୍ତୁ ଏହାକୁ ବୈଜୟନ୍ତଙ୍କ ଭଳି ଉଚ୍ଚାଭିଳାଷୀ ନେତା ହଜମ କରିପାରୁନଥିବା ନେଇ ଦଳୀୟ ମହଲରେ ସବୁବେକଲେ ଚର୍ଚା ହୁଏ । ବିଜେପିକୁ ଆମଦାନୀ ହୋଇ ଆସିଥିବା ବୈଜୟନ୍ତଙ୍କ ଗ୍ରାଉଣ୍ଡରେ ସେହିଭଳି ଲୋକପ୍ରିୟତା ଏହା ସତ୍ୱେ ମଧ୍ୟ ନିଜର ପରିବାର ମାଲେକଣରେ ଥିବା ଚ୍ୟାନେଲ ଜରିଆରେ ନିଜକୁ ବିଜେପିର ବଡ ନେତା ବୋଲି ବୈଜୟନ୍ତ ଡିଣ୍ଡିମ ପିଟିବାକୁ ଆଦୌ ପିଛା ଘୁଞ୍ଚା ଦିଅନ୍ତିନି ବୋଲି ଚର୍ଚ୍ଚା ହୁଏ । ପଦ୍ମପୁର ପ୍ରଚାର ମୈଦାନରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏହାସତ୍ବେ ମଧ୍ୟ ରାଜ୍ୟ ବିଜେପି ନଜରରେ ଏବେ ବି ପୋଷ୍ଟର ବଏ ଅଛନ୍ତି ଧର୍ମେନ୍ଦ୍ର । ଆଉ ଓଡିଶା ବିଜେପି ରାଜନୀତିରେ ବୈଜୟନ୍ତଙ୍କ ଅବସ୍ଥା ଯଥାନଂ ପୂର୍ବଂ ତଥାଙ୍ଗ ପରମଂ। ଯାହା ବୈଜୟନ୍ତଙ୍କୁ ଏବେ ଅସହ୍ୟ ହେଲାଣି ବୋଲି ଶୁଣିବାକୁ ମିଳୁଛି ।
ସଂଘ ନେତାଙ୍କ ସାରଣରେ ବୈଜୟନ୍ତ । ପ୍ରଧାନଙ୍କ ପତିଆରା କମାଇବାକୁ କରୁଛନ୍ତି କି ଷଡଯନ୍ତ୍ର ? ଓଡିଶା ବିଜେପି ରାଜନୀତିରେ ଧର୍ମେନ୍ଦ୍ରଙ୍କ ବିନା ପତ୍ରଟିଏ ବି ହଲେଣି ବୋଲି କୁହାଯାଏ । ଏପରିକି ରାଜନୀତିରେ ଧର୍ମେନ୍ଦ୍ରଙ୍କ ଉତଥାନ ପଛରେ ସଂଘ ପରିବାବାର ହାତ ଅଛି ବୋଲି ଚର୍ଚ୍ଚା ହୁଏ । ଆଉ ଏବେ ଧର୍ମେନ୍ଦ୍ରଙ୍କ ଚେକମେଟ ଦେବାକୁ ସେହି ସମାନ ଫର୍ମୁଲା ଆପଣାଇବାକୁ ବୈଜୟନ୍ତ ଆପ୍ରାଣ ଉଦ୍ୟମ କରୁଥିବାର ଚର୍ଚ୍ଚା ହେଉଛି । ସଂଘ ପରିବାରର ଆଶୀର୍ବାଦରେ ଆଗକୁ ଯିବାକୁ ବୈଜୟନ୍ତ ଅଣ୍ଟା ଭିଡିଥିବା କୁହାଯାଉଛି । ସଂଘ ପ୍ରମୁଖଙ୍କ ସହ ଦୀର୍ଘ ସମୟର ଆଲୋଚନା ଭିତରେ ବୈଜୟନ୍ତ କଲେ ପଦ୍ମପୁର ପରାଜୟର ଅଠା ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ମୁଣ୍ଡରେ ବଳିଥିବା ଚର୍ଚ୍ଚା ହେଉଛି ।
ଏହାପୂର୍ବରୁ ଅପରାଜିତା ମଧ୍ୟ ପଦ୍ମପୁର ପାଇଁ ଷ୍ଟାରଟେଜି ଭୁଲ ଥିବା କହି ପରୋକ୍ଷରେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଆଡକୁ ତୀର ମାରିଥିଲେ । ଧର୍ମେନ୍ଦ୍ରଙ୍କ ପତିଆରା ହ୍ରାସ କରିବାକୁ ଏବେ ପଣ୍ଡା ଷଢଙ୍ଗି କ୍ୟାମ୍ପ ଏକାଠି ହୋଇଥିବା ନେଇ ବିଜେପିର ଅନ୍ଦର ମହଲରେ ଚର୍ଚ୍ଚା ହେଉଛି ।