ରାଷ୍ଟ୍ର ରକ୍ଷାରେ ଧର୍ମ ଗୁରୁତ୍ୱପୂର୍ଣ୍ଣ, ଶ୍ରାବଣୀ ଉପାକର୍ମ ଉଦଯାପିତ

Soa Ad
Spread the love

ଭଦ୍ରକ ଆର୍ଯ୍ୟ ସମାଜ ପକ୍ଷରୁ କୁଆଁସ ସ୍ଥିତ ଯଜ୍ଞ ମଣ୍ଡପରେ ଆଠ ଦିନ ଧରି ଚାଲିଥିବା ଶ୍ରାବଣୀ ଉପାକର୍ମ ଉଦଯାପିତ । ଏହା ରାକ୍ଷୀ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ଚାଲିଥିଲା । ବିଶିଷ୍ଟ ବୈଦିକ ବିଦ୍ବାନ୍ ବୀରେନ୍ଦ୍ର କୁମାର ପଣ୍ଡା ଓମ୍ ଧ୍ବଜା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପ୍ରତ୍ୟେକ ଦିନ ସକାଳ ସମୟରେ ପ୍ରାର୍ଥନା, ଭଜନ ପରିବେଷଣ, ଯଜ୍ଞ, ଉପନିଷଦ ଆଲୋଚନା ସହ ଅପରାହ୍ନରେ ସନ୍ଧ୍ୟା ପ୍ରାର୍ଥନା, ବୈଦିକ ଭଜନ ସହ ଉପନିଷଦ ଆଲୋଚନା ଅନୁଷ୍ଠିତ ହେଉଥିଲା ।

ଜନ୍ମାଷ୍ଟମୀ ଦିନ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ଅଖଣ୍ଡ ବ୍ରହ୍ମଚାରୀ, ଯୋଗେଶ୍ବର ଶ୍ରୀକୃଷ୍ଣଙ୍କ ଚରିତ୍ର ଅତ୍ୟନ୍ତ ଉଜ୍ବଳ ଓ ଅନୁକରଣୀୟ କହିଥିଲେ । ଯେ ପ୍ରାତଃ ସାୟଂ ଅଗ୍ନିହୋତ୍ର, ସନ୍ଧ୍ୟା କରୁଥିଲେ ସେ ଇଶ୍ବରୀୟ ନିୟମକୁ ଅତିକ୍ରମଣ କରିବା ସମ୍ଭବ ନୁହେଁ ବୋଲି ବକ୍ତାମାନେ ବିଚାର ପ୍ରତିପୋଷଣ କରିଥିଲେ । ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ବ୍ରହ୍ମତ୍ବରେ ଯଜ୍ଞ ଓ ସାୟଂ ଆଲୋଚନା ହୋଇ ଉପନିଷଦର ତ୍ୟାଗ ପୂର୍ବକ ଭୋଗର ରହସ୍ୟକୁ ବିଚାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ରାଷ୍ଟ୍ର ରକ୍ଷା କ୍ଷେତ୍ରରେ ଧର୍ମ ଗୁରୁତ୍ୱକୁ ବୁଝାଇବାକୁ ଯାଇ ପଣ୍ଡା କହିଥିଲେ ରାଷ୍ଟ୍ର ରକ୍ଷା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ, ରାଷ୍ଟ୍ର ରକ୍ଷା ହେଲେ ଯାଇ ଧର୍ମ ରକ୍ଷା ହୋଇପାରିବ ନହେଲେ ବାଂଲାଦେଶ ଭଳି ପରିସ୍ଥିତି ଉପୁଜିବ । ତେଣୁ ଧର୍ମ ହେଉଛି ଦ୍ବିତୀୟ ସମୟ ଆସିଛି ଆସନ୍ତୁ ଆମେ ସମସ୍ତେ ରାଷ୍ଟ୍ର ରକ୍ଷା ସମ୍ପର୍କରେ ଚିନ୍ତା କରିବା । ନହେଲେ ଧର୍ମ ମଧ୍ୟ ବିପଦକୁ ଠେଲି ହୋଇଚାଲିଯିବ । ଏହି ଅଷ୍ଟ ଦିବସୀୟ କାର୍ଯ୍ୟକ୍ରମରେ ୩୨ଜଣ ଯଜମାନ ଋକବେଦ ପାରାୟଣ ଯଜ୍ଞରେ ଭାଗନେଇଥିଲେ । କାର୍ଯ୍ୟକ୍ରମକୁ ସଭାପତି ସୁଶୀଳାରାଣୀ ଗୁପ୍ତା ଓ ସଂନ୍ଧ୍ୟା ଭଜନାଦି କାର୍ଯ୍ୟକୁ ସଂପାଦକ ଲକ୍ଷ୍ମୀଧର ପଣ୍ଡାଙ୍କ ସହ ସହ ସଂପାଦକ ରବି ନାରାୟଣ ଲେଙ୍କା, କାଶୀନାଥ ସାହୁ, ରାଜକିଶୋର ସାହୁ, ନନ୍ଦକିଶୋର ସାହୁ ଓ ମହିଳା ସଦସ୍ୟମାନେ ପରିଚାଳନା କରିଥିଲେ । ସହର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରାବଣୀ ଉପାକର୍ମରେ ଯୋଗଦେଇ ତାଙ୍କର ବୈଦିକ ମୂଲ୍ୟବୋଧ ବଢାଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।