ଅପରାଜିତାଙ୍କ ବିରୋଧରେ ଲଢ଼ି ଗଡ଼ ରକ୍ଷା କରିପାରିବେ ତ ବର୍ଷା ? ଦେଖନ୍ତୁ ଏହି ଭିଡିଓ

'ବର୍ଷା ମାଡ଼ରେ ଝଡିଯିବେ ଅପରାଜିତା ' । ଭୁବନେଶ୍ୱରରୁ ଲଢ଼ିପାରନ୍ତି ବର୍ଷା ପ୍ରିୟଦର୍ଶନୀ ! ଭୁବନେଶ୍ୱରରେ ଏଥର ଲଢେଇ ହେବ ଜୋରଦାର । ନିର୍ବାଚନ ଯେତେ ପାଖେଇ ଆସୁଛି ଚର୍ଚ୍ଚା ସେତେ ବଢୁଛି । ତିନି ଦଳର ମାହୋଲ ବେଶ ସରଗରମ ହୋଇ ଉଠୁଛି । ଆଉ ସ୍ମାର୍ଟ ସିଟିରେ ଏଥର ହେବ ଭିନ୍ନ ଲଢେଇ । ୨୦୧୯ ନିର୍ବାଚନରେ ଆଇଏଏସ ଓ ଆଇପିଏସ ଲଢେଇ ଦେଖିଥିଲା ରାଜଧାନୀ । କିନ୍ତୁ ଏଥର ଆଇଏଏସ ଓ ଅଭିନେତ୍ରୀର ଲଢେଇ ଦେଖିପାରେ ଭୁବନେଶ୍ୱର । ଅପରାଜିତାଙ୍କୁ ମାତ ଦେବାକୁ ମହିଳା କାର୍ଡ ଖେଳିପାରେ ବିଜେଡି । ଆଉ ଭୁବନେଶ୍ୱରରୁ ବିଜେଡିର ପ୍ରାର୍ଥୀ ସାଜିପାରନ୍ତି ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଏଇ ନେଇ ବିଜେଡିର ଅଣ୍ଡର ମହଲରେ ଚର୍ଚ୍ଚା ଜୋର ଧରିଛି । ଏପରିକି ବର୍ଷଙ୍କର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଏ ଦିଗକୁ ଇଙ୍ଗିତ କରୁଛି । ବିଜେଡି ଟିକେଟରୁ ବର୍ଷା ଲଢ଼ିଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ମଧ୍ୟ ନାହିଁ । କାରଣ ମହିଳା ଭୋଟ ବ୍ୟାଙ୍କ ବିଜେଡିର ବଡ ଶକ୍ତି । ତେଣୁ ଅପରାଜିତାଙ୍କୁ ପରାହତ କରିବାକୁ ମହିଳା ଚେହେରା ଭାବେ ବର୍ଷାଙ୍କୁ ମଇଦାନକୁ ଓଲ୍ହାଇପାରେ ବିଜେଡି । ଏମିତିରେ ବର୍ଷା ବିଜେଡି କ୍ୟାମ୍ପ ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଏପରିକି ଧାମ ନଗର ଉପନିର୍ବାଚନରେ ମଧ୍ୟ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇଥିଲେ ବର୍ଷା । ମୋଟାମୋଟି ଭାବେ କହିବାକୁ ଗଲେ ବିଜେଡିର ଗୁଡ଼ ବୁକରେ ଅଛନ୍ତି ବର୍ଷା ।
ଏସବୁ ଭିତରେ ଅପରାଜିତାଙ୍କ ବିରୋଧରେ ଜଣେ ମହିଳା ଚେହେରା ବିଜେଡି ଖୋଜୁଥିବା କୁହା ଯାଉଛି । ଆଉ ଏହି ତାଲିକାରେ ବର୍ଷା ବିଜେଡି ଷ୍ଟାରଟେଜିଙ୍କ ପ୍ରଥମ ଚଏସ ରହିଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ସମାଜ ସେବା ଜରିଆରେ ବର୍ଷା ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହେଉଛନ୍ତି । ଯାହାର ଅନେକ ଝଲକ ଦେଖିବାକୁ ମିଳିଛି । ଏହି ପ୍ଲାଟଫର୍ମ ହିଁ ବର୍ଷାଙ୍କ ରାଜନୈତିକ ଯାତ୍ରାକୁ ସହଜ କରିବା ବୋଲି କୁହା ଯାଉଛି । ଯେହେତୁ ବର୍ଷଙ୍କର ବଡ ଫ୍ୟାନ ବେଶ ରହିଛି ତାହା ମଧ୍ୟ ବିଜେଡି ପାଇଁ ଉପଯୋଗୀ ସାବ୍ୟସ୍ଥ ହେବ ବୋଲି କୁହା ଯାଉଛି । ଅର୍ଥାତ ଆଗାମୀ ନିର୍ବାଚନରେ ବିଜେଡି ପାଇଁ କ୍ରାଉଡପୂଲର ଭାବେ ଉଭା ହୋଇପାରନ୍ତି ବର୍ଷା ପ୍ରିୟଦର୍ଶନୀ । ଆଉ ବର୍ଷାଙ୍କୁ ଭୁବନେଶ୍ୱରରୁ ପ୍ରାର୍ଥୀ କରି ଦୁଇ ପ୍ରକାର ଫାଇଦା ନେବା ଚକରରେ ବିଜେଡି ଥିବା କୁହାଯାଉଛି । ପ୍ରଥମତଃ ଅପରାଜିତାଙ୍କୁ ଟକ୍କର ଦେବା ଭଳି ପ୍ରାର୍ଥୀ ବିଜେଡି କୁ ମିଳିବ ଏବଂ ଦ୍ବିତୀୟତଃ କ୍ରାଉଡପୂଲର ଭାବେ ବର୍ଷାଙ୍କ ପ୍ରଚାର ମଇଦାନକୁ ଓଲ୍ହାଇ ମହିଳା ଭୋଟ ବ୍ୟାଙ୍କ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।
ଅନ୍ୟପଟେ ବର୍ଷାଙ୍କ ଭୁବନେଶ୍ୱର ଆସନରୁ ଲଢ଼ିବା ଅପାତତଃ ସ୍ଥିର ହୋଇଥିବା କୁହା ଯାଉଥିବା ବେଳେ ଅପରାଜିତାଙ୍କୁ ଅକାଳ ଗୁଡ଼ୁମହେଲାଣି । ଯେହେତୁ ଭୁବନେଶ୍ୱରରେ ଅପରାଜିତାଙ୍କୁ ନେଇ ଅସନ୍ତୋଷର ବନହି ଜଳୁଛି ପ୍ରତି ୱାର୍ଡରେ ବିରୋଧର ସାମ୍ନା କରିବାକୁ ପଡୁଛି ତେଣୁ ଅପରାଜିତାଙ୍କ ପାଇଁ ୨୦୨୪ ନିର୍ବାଚନ ଯେ ୨୦୧୯ ନିର୍ବାଚନ ଭଳି ସହଜ ହେବ ତା ଭାବିବା ସମ୍ପୂର୍ଣ ଭୁଲ । ଆଉ ଅପରାଜିତାଙ୍କୁ ୨୦୨୪ ସ୍ୱପ୍ନ କୁ ଆହୁରି ଚ୍ୟାଲେଞ୍ଜ ମୟ କରିପାରନ୍ତି ବର୍ଷା ପ୍ରିୟଦର୍ଶନୀ ।