ବିପଦରେ ସୁଶାନ୍ତ ସିଂଙ୍କ ଜୀବନ, ଦେଖନ୍ତୁ ଏହି Exclusive ଭିଡିଓ 

sushanata naba

ନବ ଦାସଙ୍କ ପରେ ପଡିବ କି ସୁଶାନ୍ତଙ୍କ ପାଳି ? ଟାର୍ଗେଟରେ ରହିଛନ୍ତି କି ଏହି ବରିଷ୍ଠ ନେତା ? ନବ ଦାଶଙ୍କ ପରେ ସୁଶାନ୍ତ ସିଂ ଙ୍କ ପାଳି ପଡିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ନବଙ୍କ ପରି ସୁଶାନ୍ତ ସିଂ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ  ମୃତ୍ୟର ଦୃଶ୍ୟ ଏବେବି ମନରୁ ଲିଭିନି କିନ୍ତୁ ଆଉ ଜଣେ ନେତାଙ୍କ ନା କୁ ନେଇ ଏବେ ବେଶ ଆଲୋଚନା ଚାଲିଛି । ଗୋଟିଏ ଦୁଃଖ ସରିନି ଆଉ ଗୋଟିଏ ଖବର ଏବେ ସାମ୍ନାକୁ ଆସିଲାଣି । ନବ ଦାସଙ୍କ ପରେ ଏବେ ଆଉ ଜଣେ ନେତାଙ୍କ ପାଳି ପଡିବ ବୋଲି ଚର୍ଚ୍ଚା ହେଉଛି । ସେ ନା ଶୁଣିଲେ ଆପଣଙ୍କୁ ମଧ୍ୟ କଥା ଟା ହଜମ ହେବନି । ତେଣୁ ନବ ଦାସଙ୍କ ପରି ସେ ବି ଜଣେ ପ୍ରଭାବଶାଳୀ ରାଜନେତା । ପଶ୍ଚିମ ଓଡ଼ିଶାରେ ମଧ୍ୟ ତାଙ୍କର ଦବଦବା ରହିଛି । ତେବେ ସେ ନେତା ଜଣଙ୍କ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ସୁଶାନ୍ତ ସିଂ । ନବ ଦାସ ଜୀବିତ ଥିବା ଅବସ୍ଥାରେ ପଶ୍ଚିମ ଓଡ଼ିଶାରେ ବିଜେଡିର ମଙ୍ଗ ଧରିଥିଲେ ସେ । 

ପଶ୍ଚିମ ଓଡ଼ିଶାରେ ଦଳ କୁ ସଶକ୍ତ କରିବା ପାଇଁ ଦଳ ତାଙ୍କୁ ଭରଷା କରିଥିଲା ଏବଂ ଦାୟିତ୍ୱ ଦେଇଥିଲା । ତାଙ୍କର ଅକାଳ ବିୟୋଗ ଘଟିବ ପରେ ସେହି ସ୍ଥାନ ଏବେ ଖାଲି ପଡିଛି । କିନ୍ତୁ ରାଜନୀତିର  ନିୟମ କହୁଛି । ରାଜନୀତିରେ କେବେ କାହା ସ୍ଥାନ ଶୂନ୍ୟ ପଡ଼େନା । ଜଣଙ୍କ ସ୍ଥାନ ଶୂନ୍ୟ ହେଲେ ଆଉ ଜଣେ ସେହି ସ୍ଥାନକୁ ପୂରଣ କରିବା ପାଇଁ ଆସିଯାଆନ୍ତି । ଏବେ ସୁଶାନ୍ତ ସିଂଙ୍କ କ୍ଷେତ୍ରରେ ତାହା ଘଟିବାକୁ ଯାଉଛି । ନବ ଦାସ ନେଉଥିବା ସମସ୍ତ ଦଳୀୟ ଦାୟିତ୍ୱ ଏବେ ସୁଶାନ୍ତ ସିଂ ଙ୍କୁ ଦେବାକୁ ଦଳ ମନସ୍ତ କରିଛି । ସୁଶାନ୍ତ ସିଂ ମଧ୍ୟ ଆଗରୁ ଦଳକୁ ବିଭିନ୍ନ ନିର୍ବାଚନରେ ବିଜୟୀ କରାଇଛନ୍ତି । ଏଠାରେ ବିଜେଡି ସରକାର ସଙ୍ଗଠନକୁ ମଜବୁତ କରିବାରେ ତାଙ୍କର ମଧ୍ୟ ପ୍ରଚଣ୍ଡ ଭୂମିକା ଅଛି । ତାଙ୍କର ସାଙ୍ଗଠନିକ ଭୂମିକା ଉପରୁ ଆଗରୁ ମଧ୍ୟ ଦଳ ଭରଷା କରି ସଫଳତା ପାଇଛି । ଗତ ପଦ୍ମପୁର ନିର୍ବାଚନରେ ସେ ଦଳକୁ ବିଜୟ କରାଇବା ସହ ନଜକୁ ପ୍ରମାଣିତ ମଧ୍ୟ କରିଛନ୍ତି । ନବ ଦାସଙ୍କ ପରେ ସେ ହେଉଛନ୍ତି ଦ୍ଵିତୀୟ ବରିଷ୍ଠ ନେତା । ଦରକାର ବେଳେ  ଦଳ ପାଇଁ ସେ କ୍ରାଇସେସ ମ୍ୟାନେଜର ଭୂମିକା ତୁଲାଇ ସଫଳତାରେ ଦଳକୁ ପରିଚାଳନା କରିଛନ୍ତି । 

ତେବେ ସବୁଠାରୁ ବଡ କଥା ହେଲା ବିଜେଡି ସୁପ୍ରିମୋ ମୁଖ୍ୟମନତ୍ରୀ ନବୀନ ପଟ୍ଟନାୟକଙ୍କ ର ଗୁଡ଼ ବୁକରେ ସେ ମଧ୍ୟ ସାମିଲ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ସେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ଚର୍ଚା ଜୋର ଧରିଛି । ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ତାଙ୍କୁ ବଡ଼ ଦାୟିତ୍ୱ ଦେଇପାରେ ବୋଲି ସାଧାରଣରେ ଚର୍ଚା ଜୋର ଧରିଛି । ତେବେ ସବୁ ପରେ ବି ବିଜେଡି ର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତି ଉପରେ ସବୁ କିଛି ନିର୍ଭର କରୁଛି । ଯଦି ସେଭଳି କିଛି ପରିସ୍ଥିତି ର ଆଶଙ୍କା କରାଯାଏ, ତେବେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇବା ଦରକାର ବୋଲି ଚର୍ଚ୍ଚା ହେଉଛି।  

Share this story