ପିନାକୀଙ୍କ ଜରିଆରେ ଶଙ୍ଖ ଫୁଙ୍କିବେ ଉପାସନା, ଛଟପଟ ସଞ୍ଜୟ
Sanjay Dasaburma

ବିଜେଡି ରାଜନୀତିରେ ସାଂସଦ ପିନାକୀ ମିଶ୍ରଙ୍କ ଦବଦବା କାହିଁରେ କେତେ । ସେ ଚାହିଁଲେ ମାରିବେ ଚାହିଁଲେ ରଖିବେ । ସିଏ କାଳେ ଏବେ ଜଷ୍ଟ ନେକ୍ସଟ ଟୁ ସିଏମ ବୋଲି ଖୋଦ ତାଙ୍କ ସମର୍ଥକ କହୁଛନ୍ତି। ଓକିଲାତି ବିଦ୍ୟାରେ ସରକାରଙ୍କୁ ବଞ୍ଚାଉଥିବାରୁ ସେ ଏବେ ସର୍ବମାନ୍ୟ । ପିନାକୀଙ୍କ ଗୁରୁତ୍ୱ କେତେ  ତାହା ମୁଖ୍ୟମନ୍ତ୍ରୀ ଙ୍କ କୋଟେରୀ ଗୋଷ୍ଠୀ ଭଲରେ ଜାଣନ୍ତି । 

ସଞ୍ଜୟଙ୍କୁ ଦଳରୁ ଆଉଟ କରିବାରେ  ପିନାକୀଙ୍କ କାଳେ ବଡ ହାତ ରହିଥିବା ଭିତରି ମହଲାରେ ଚର୍ଚ୍ଚା ହେଉଛି । ସୂତ୍ରରୁ ଯାହା ଖବର ଆସୁଛି ତାହା ବଡ ରୋଚକ । ୨୦୧୯ ନିର୍ଵାଚନରେ ଝାଳ ନାଳ ହୁଅନ୍ତୁ ପଛେ ପିନାକୀ ଜିତିଗଲେ । ହେଲେ ଚିତପଟାଙ୍ଗ ମାରିଲେ ପୁରୀର ମହେଶ୍ୱର ମହାନ୍ତି ଓ ବ୍ରହ୍ମଗିରର ସଞ୍ଜୟ ଦାସ ବର୍ମା । ନିର୍ବାଚନ ପରେ ମହେଶ୍ୱର ଚପି ଗଲେ । ହାରିଥିବାରୁ ଦବଦବା ଦେଖେଇଲେ ନାହିଁ ,ପୂର୍ବରୁ ବି ତାଙ୍କର ଦବଦବା ସେମିତି ନଥିଲା । ଯାହାହେଉ ସେ ଚୁପ  ରହିଲେ । ହେଲେ ସଂଞ୍ଜୟ  ମାଡି ଚାଲିଲେ । ବିଜେଡି କ୍ୟାମ୍ପରେ  ସବୁଠୁ ଆଗରେ ସେ ଥିଲେ । ନବୀଙ୍କର ସେ ଅତି ନିକଟର ଥିଲେ ସେଥିପାଇଁ ତାଙ୍କର ହାୱା ବି ରହିଲା ସେଥିପାଇଁ  ସେ ରାଜ୍ୟ ନେତା ଭାବେ ଗଣା ହେଲେ  । ଗଣିହବା ବି ସ୍ୱାଭାବିକ କାରଣ ତୃଣମୂଳ ସ୍ତରରେ ସଂଗଠନ କରି  ନେତା ହୋଇଛନ୍ତି ।

ପିନାକୀ କେବଳ ନିର୍ବାଚନ ବେଳେ  ଆସନ୍ତି ଆଉ ପଳାନ୍ତି । ଭୋଟ କାଳେ ତାଙ୍କ ପାଇଁ ପଣ୍ୟଦ୍ରବ୍ୟ । ଟଙ୍କା ଦେଇ ଭୋଟ କିଣିଦେଉଥିବା ତାଙ୍କ ସମର୍ଥକ ମାନେ କୁହନ୍ତି । ସେ ଯାହା ହେଉ ୨୦୧୯ ପରେ ପିନାକୀଙ୍କର ପାୱାର ବଢିଗଲା । ସଂଞ୍ଜୟଙ୍କୁ ସେ ପୂର୍ବ ଭଳି ଗୁରୁତ୍ୱ ଦେଲେ  ନାହିଁ । ଏହାକୁ ନେଇ ଚାଲିଲା କୀଟ  ପିଟ । କଥା ଥାର୍ଡ଼ ଫ୍ଲୋର ପର୍ଯ୍ୟନ୍ତ ଗଲା । ପିନାକୀ ସଞ୍ଜୟଙ୍କୁ ଗୁରୁତ୍ୱ  ଦେଉନଥିବାରୁ ସଞ୍ଜୟଙ୍କ ପ୍ରଭାବ କାଳେ କମିଲା ଓ ତାଙ୍କ କଥା କିଛି ରହିଲାନି । ଉପରେ ବି ପିନାକୀ କାଳେ ଗେମ କରିଦେଲେ । ସ୍ଥିତି ଗମ୍ଭୀର ହେଲା । ଦିନେ ଆଗଧାଡ଼ିରେ  ଥିବା ସଞ୍ଜୟଙ୍କ ପ୍ରଭାବ କମିବାରୁ ଦଳ ଭିତରେ ବି ଗୁଞ୍ଜନ ହେଲା । ଦିନେ ସଞ୍ଜୟଙ୍କ ସହ ଏକାଠି କୋର   କମିଟିରେ ଥିବା ପ୍ରଣବ ପ୍ରକାଶ ଦାସ (ବବି ) ଦୁହିଁଙ୍କ ଭିତରେ ହସ୍ତକ୍ଷେପ କରିଲେ । ପିନାକୀ ଓ ସଞ୍ଜୟଙ୍କ ମଧ୍ୟରେ ଥିବା ବିବାଦ ତୁଟାଇବାକୁ କାଳେ ଉଦ୍ୟମ କରିଥିଲେ ମାତ୍ର ତାହାବି ଫେଲ ମାରିଥିଲା । ସେ ହାରିଥିବା ସଞ୍ଜୟଙ୍କ ସହ ସାଲିସ କରିବାକୁ କାଳେ ଚାହିଁଲେ ନାହିଁ ତେଣୁ ସଞ୍ଜୟଙ୍କୁ ହତାଦର କରାଗଲା । 

ସେପଟେ ପିନାକୀ ବ୍ରହ୍ମଗିରର ପୂର୍ବତନ ବିଧାୟକ ସ୍ଵର୍ଗତ ଲୁଲୁ ମହାପାତ୍ରଙ୍କ   ଝିଅ ଉପାସନାଙ୍କୁ କାଳେ ପ୍ରମୋଟ କରିବାକୁ ଆରମ୍ଭ  କରିଦେଲେ । ଉପାସନା ବି ବିଜେଡିର ନିକଟତର ହୋଇଗଲେନି । ସେ ବି ସେଠାରେ ସମାନ୍ତରାଳ ସଂଗଠନ କରିଛନ୍ତି । କଥା ଉଠୁଛି ୨୦୨୪ ରେ ଉପାସନା ବିଜେଡିର ଯୋଗଦେବେ । ସଂଜୟଙ୍କ ପତ୍ତା କଟିବା ଆରମ୍ଭ ହେବା ପରେ ସେ ବି ବିରୋଧୀଙ୍କ ପାଖରେ ସରଣ ପଶିଲେଣି। ସଞ୍ଜୟ ବି କମ ଖେଳାଳି ନୁହନ୍ତି । ସେ ଯଦି ସବୁ ପୁରୁଖାଙ୍କୁ ଏକଜୁଟ କରିବାରେ ଲାଗିବେ ତେବେ ବିଜେଡ଼ିକୁ କ୍ଷତି ହୋଇପାରେ ବୋଲି ତାଙ୍କ ସମର୍ଥକ କହି ବୁଲୁଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ଅତୀତ । କେଡେ କେଡେ ନେତା ବିନା ନବୀନ ଶରଣରେ ଏବେ ଖତ । ଘରେ ବସି ନାତି ନାତୁଣୀ ଖେଳାଉଛନ୍ତି । ତେଣୁ ବେଶି ଅବୁଝା ହେବା ସଂଜୟଙ୍କ କ୍ୟାରିଅର ପ୍ରତି କ୍ଷତିକାରକ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

Share this story