କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ଶୋଭା ପାଉଛି ତ ଏଭଳି ମିଛ ?

ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସତ କୁ ବୁଲାଇବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ପାଇଁ ଲଟକିରହିଛି । ନିଜ ଦୋଷକୁ ଚାପି ମିଛ କଥାକୁ ବଖାଣିଦେଇଛନ୍ତି ବୈଷ୍ଣବ । ରେଳ ପ୍ରକଳ୍ପ ନେଇ ବୈଷ୍ଣବ କାହିଁକି ମିଛ କହିଲେ? ଭୋଟ୍ ପାଇଁ ମିଛ କହିଲେ କି? ପଦ୍ମପୁରରେ ଲୋକଙ୍କ ଆସ୍ଥା ଜିତି ଭୋଟ୍ ନେବା ପାଇଁ ଏ ମିଛ କହିଛନ୍ତି କି? ନା ଏହାପଛରେ ଆଉ କିଛି କାରଣ ଅଛି । ନା ମିଛ କହି ପଦ୍ମପୁର ହାରିବା ପାଇଁ ଏମିତି ଯୋଜନା କରିଛନ୍ତି । ଅଶ୍ୱିନୀଙ୍କ ଆଭିମୁଖ୍ୟ କ'ଣ? ସମସ୍ତେ ଜାଣିଛନ୍ତି ମିଛ ଧରାପଡିଲେ ଲୋକେ ପସନ୍ଦ କରିବେ ନାହିଁ । ଆଉ ବୈଷ୍ଣବ ଏମିତି ମିଛ କହିଲେ ଯେ ଯାହା ତତ୍କାଳ ଧରାପଡିଗଲା ।
ଆମେ କହୁଛୁ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କଥା । ଏହି ରେଳ ପ୍ରକଳ୍ପର ସତ ଅଶ୍ୱିନୀ ବୈଷ୍ଣବ ଜାଣିଛନ୍ତି ଏବଂ ଧର୍ମେନ୍ଦ୍ର ପ୍ରଧାନ ବି ଜାଣିଛନ୍ତି । ଅପରାଜିତା ଜାଣିଛନ୍ତି କି ନାହିଁ ତାହା ତ ଭିନ୍ନ କଥା ଏହି ଦୁଇ ମନ୍ତ୍ରୀ ଏଥିପାଇଁ ଜାଣିଛନ୍ତି କାରଣ ଅଶ୍ବିନୀ ବୈଷ୍ଣବ ହେଲେ ରେଳ ବିଭାଗର ମନ୍ତ୍ରୀ ଆଉ ଏହି ରେଳ ପ୍ରକଳ୍ପ ପାଇଁ ଏକାଧିକ ବୈଠକରେ ସାମିଲ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ କାହିଁକି ଅଶ୍ବିନୀ ବୈଷ୍ଣବ ମିଛ କହିଲେ ? ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇଛନ୍ତି । ଖୋର୍ଦ୍ଧା ଠାରୁ ୧୧୦ କିମି ଜମି ଅଧିଗୃହୀତ ହୋଇ ସାରିଛି । ବଲାଙ୍ଗୀର ଠାରୁ ମଧ୍ୟ ଜମି ଅଧିଗ୍ରହଣ ହୋଇସାରିଛି । ମଝିରେ ମାତ୍ର ୩୦ କିମି ଜଙ୍ଗଲ ଜମି ରହିଛି । ଏହି ଜଙ୍ଗଲ ଜମି ଅଧିକୃତ ହୋଇଗଲେ ବା ରେଳ ପ୍ରକଳ୍ପ ପାଇଁ ମିଳିଗଲେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ଭାରତର ଆଇନି ବ୍ୟବସ୍ଥା ଯାହା ଜଙ୍ଗଲ ଜମି ଅନୁମୋଦନ କରିବା ପାଇଁ ଅନୁମୋଦନ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ହିଁ ଦେଇଥାଏ । ରାଜ୍ୟ ସରକାର ଏଥିପାଇଁ ଆବେଦନ କରିବେ ଓ କେନ୍ଦ୍ର ସରକାର ଅନୁମୋଦନ ଦେବେ । ରାଜ୍ୟ ସରକାର ଆବେଦନ ବି କରିଛନ୍ତି ଆଉ ସେପଟରୁ ଉତ୍ତର ବି ଆସିଛି ଏହା ହେଉଛି ହାତୀ କରିଡର ।
ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଶ୍ଚ ପ୍ରସ୍ତାବ ଯାଇଛି ଯେ ସେ ୩୦କିମି କୁ ସ୍ୱତନ୍ତ୍ର ନଜର ରେ ରଖ ଯିବ । ଗାଡିର ସ୍ପିଡ଼ କୁ ୨୦କିମି ଭିତରେ ସୀମିତ ରଖା ଯିବ ଏହା ଦ୍ୱାରା ସେଠି ରେଳ ଲାଇନ ପାଇଁ କିଛି ଅସୁବିଧା ହେବ ନାହିଁ । ଏହି ଏବେ ପର୍ଯ୍ୟନ୍ତ କେନ୍ଦ୍ର ପାଖରେ ବିଚାରଧୀନ ଅଛି । ଯାହାକୁ କେନ୍ଦ୍ର ମନ୍ତ୍ରୀ ମାନେ ଭଲ ଭାବେ ଜାଣିଛନ୍ତି । କେନ୍ଦ୍ର ଅନୁମୋଦନ ନ ଦେବା ପର୍ଯ୍ୟନ୍ତ ରେଳ ପ୍ରକଳ୍ପ ପାଇଁ ଜମି ଚୂଡାନ୍ତ ହୋଇପାରିବ ନାହିଁ । ଏପରିକି ଡିସେମ୍ବର ୩ତାରିଖ ଦିନ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଛନ୍ତି ଯେ ରେଳ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିକୁ ଅନୁମୋଦନ ଦିଆଯାଉ । ଏ ଚିଠି ର ଉତ୍ତର ନାଁ କେନ୍ଦ୍ର ଦେଇପାରୁଛି ନାଁ ପ୍ରକଳ୍ପ କାର୍ୟ୍ଯ ଆଗକୁ ବଢିପାରୁଛି । ମିଛ କହି ଭୁଆଁ ବିଲେଇବା ପଛର ଅଶ୍ବିନୀଙ୍କ ଉଦ୍ଦେଶ୍ୟ କଣ ? ତାଙ୍କ ମିଛ ଧରା ପଡିଲେ ଲୋକେ ବିଜେପି କୁ ପ୍ରତ୍ୟାଖାନ କରିଦେବେ । ଏ କଥା କଣ ସେ ଜାଣିନଥିଲେ କି । ବିଜେପି ପଦ୍ମପୁରରେ ପ୍ରତ୍ୟାକ୍ଷିତ ହେଉ ସେ ଭାଲୁ କିଛି ଯୋଜନା ଥିଲା କି ? ତାଙ୍କର ଏହି ମିଛ ପାଇଁ ବିଜେପି ଜିତୁଥିବା ବାଜି ହାରିଗଲା । ଆଉ ବୈଷ୍ଣବଙ୍କ ମିଛ ଧରାପଡିଗଲା ।