୨୦୨୪ରେ ଢେଙ୍କାନାଳ ନା ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଦେଖନ୍ତୁ ଏହି ଭିଡିଓ

dharmendra

https://youtu.be/u1m9uT_uD_U

୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତ ଚର୍ଚ୍ଚାର ଆଜି ଅନ୍ତ ଘଟାଇଲେ ଧର୍ମେନ୍ଦ୍ର ।  ଢେଙ୍କାନାଳ ରୁ ଲଢ଼ିପାରନ୍ତି କେନ୍ଦ୍ରମନ୍ତ୍ରୀ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ପରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ରେ ଏକ ଇଣ୍ଟରଭୟୁ ଦେବାକୁ ଯାଇ ସେ ଏଭଳି କହିଛନ୍ତି ।

ଏ ବାବଦରେ ପାର୍ଟିକୁ ଅନୁରୋଧ କରିଛନ୍ତିି । ଏବେ ପ୍ରଶ୍ନ ଉଠୁଛି,୨୦୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ଯଦି ଲଢିବେ ତେବେ କେଉଁ ଆସନରୁ ଲଢିବେ ? ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଧର୍ମେନ୍ଦ୍ର ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି ।

ଅନ୍ୟପଟେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ସେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ପତ୍ନୀ ମୃଦଳା ମଧ୍ୟ ଢେଙ୍କାନାଳ ଗସ୍ତରେ ଆସି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ସେପଟେ ପ୍ରଶାସନିକ ଅଧିକାରୀ ଭାବେ ମନୋଜ ମିଶ୍ର ଗତ କିଛିଦିନ ହେଲା ଚାକିରି ଛାଡିଛନ୍ତି । ଏଣୁ ସୁପ୍ରିମୋ ନବୀନଙ୍କ ମନୋଜ ଫାଷ୍ଟ ଚଏସ ବୋଲି ଚର୍ଚ୍ଚା ହେଉଛି।  ଯଦି ସେଭଳି ହେଲା ତେବେ ଧର୍ମେନ୍ଦ୍ର ଙ୍କ ବିରୋଧରେ ଶଙ୍ଖ ଟିକେଟରେ ଲଢ଼ିପାରନ୍ତି ଧର୍ମେନ୍ଦ୍ର। କିନ୍ତୁ କଥା ଉଠୁଛି, ଧର୍ମେନ୍ଦ୍ର ଲଢ଼ିଲେ ଜିତିବେ ତ ? ନାଁ ଜିତିବା ପାଇଁ ନବୀନଙ୍କ ପାଖେ ଓଲଟା ଶରଣ ପଶିବେ ? ଖୁବଶୀଘ୍ର ଏ ନେଇ ସ୍ପଷ୍ଟ ସୂଚନା ମିଳିପାରିବ । 

Share this story