ସମ୍ପର୍କ ଠାରୁ ଦାୟିତ୍ୱ ବଡ଼ : ପ୍ରମାଣ କଲେ ତାଳଚେର ବିଧାୟକ
ଦାୟିତ୍ୱ ତୁଲାଇବା ସମସ୍ତଙ୍କ ପାଇଁ ସହଜ ନୁହେଁ । ମାତ୍ର ତାଳଚେର ବିଧାୟକ ବ୍ରଜ ପ୍ରଧାନ ଏ କ୍ଷେତ୍ରରେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା କେବଳ ତାଙ୍କ ସମାଲୋଚକ ନୁହନ୍ତି; ସବୁ ରାଜନୈତିକ ଦଳ ପାଇଁ ଉଦାହରଣ। ନେତୃତ୍ବ ପ୍ରତି ସମର୍ପିତ ଭାବ ଓ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ତାଙ୍କର ନିଷ୍ଠା ତାଙ୍କୁ ଦଳର ନେତା ଓ ସହଯୋଗୀମାନଙ୍କ ନିକଟରେ ଆପଣାର କରି ପାରିଛି । ଏପରି କର୍ମୀ ଥିଲେ ଯେ କୌଣସି ଦଳ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସମର୍ଥ ହେବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ପ୍ରମାଣିତ ହୋଇଛି। ପଦମ୍ର ଉପନିର୍ବାଚନ କାଳରେ ଗୋଟିଏ ଅଞ୍ଚଳର ଦାୟିତ୍ୱ ବ୍ରଜଙ୍କ ଉପରେ ନ୍ୟସ୍ତ କରିଥିଲେ ଦଳୀୟ ନେତୃତ୍ୱ। ନିର୍ବାଚନ ପ୍ରଚାର କାଳରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ ପରଲୋକ ହୋଇଗଲା।
ତଥାପି ନିଜ ଦାୟିତ୍ଵ ଓ ନେତୃତ୍ବ ନିକଟରେ ବଚନବଦ୍ଧ ବ୍ରଜ ବିରତି ନ ନେଇ ନିର୍ବାଚନ ପ୍ରଚାର କାମରେ ନିଜକୁ ନିୟୋଜିତ କରି ରଖିଲେ । ଏସୂଚନା ପାଇବା ପରେ ଦଳୀୟ ନେତୃତ୍ବ ତାଙ୍କୁ ପାରିବାରିକ କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଲେ, ମାତ୍ର ନିଜ ଦାୟିତ୍ବ ଶେଷ ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକ୍ଷେତ୍ର ଛାଡ଼ି ଯାଇପାରିବେ ନାହିଁ ବୋଲି ନିଜକୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ନ ଥିଲେ । ଯେଉଁଥିପାଇଁ ତାଙ୍କୁ ଦଳରେ ସମସ୍ତେ ପ୍ରଶଂସା କରିଛନ୍ତି ।
ପରିବାରକୁ ପଛରେ ପକାଇ ଦଳ ପାଇଁ ନିଷ୍ଠାର ସହ କାମ କରୁଥିବା ବ୍ରଜଙ୍କ ପରି ନେତା ଓ କର୍ମୀମାନଙ୍କୁ ସେଇଥପାଇଁ ଦଳର ସଭାପତି ଧନ୍ୟବାଦ ଜଣାଇଛନ୍ତି। ଦଳର ମୁଖ୍ୟ ଯେପରି ରାଜ୍ୟବାସୀଙ୍କ ବିକାଶ ପାଇଁ ପ୍ରତିବଦ୍ଧ, ଦଳର କର୍ମୀ ଓ ନେତାମାନେ ମଧ୍ୟ ନିଜ ଦାୟିତ୍ୱ ପ୍ରତି ବଚନବଦ୍ଧ । ନିର୍ବାଚନ ପରେ ନିର୍ବାଚନ ଜିଣିବା ଏହି ଦଳ ପାଇଁ ଆୟାସସାଧ୍ୟ ହେବ କିପରି ?