ନବଙ୍କ ବଳରେ ସାଂସଦ ହୋଇନାହାନ୍ତି ତ ପୂଜାରୀ ?

ଗଲା ଇଲେକସନରେ ବି’ କଣ ଏମିତି ନେତା ପଦ୍ମ ଦଳରୁ ଲୋକ ସଭାକୁ ଯାଇଥିଲେ, ସେମାନଙ୍କ ସଂସଦୀୟ କ୍ଷେତ୍ରରୁ ଜଣେ ବି କେହି ବିଧାନସଭାକୁ କିଣି ନଥିଲେ । ଅର୍ଥାତ ବିଧାନସଭାରେ ପଦ୍ମ ଶୂନ । ଏମାନେ ହେଲେ ବରଗଡ଼ରୁ ସୁରେଶ ପୂଜାରୀ ଏବଂ ଭୁବନେଶ୍ବରରୁ ଅପରାଜିତା ଷଢଙ୍ଗୀ । କିନ୍ତୁ ସୁରେଶଙ୍କୁ ନେଇ ଦଳ ଭିତରେ ସନ୍ଦେହ ବଢ଼ୁଛି । ବଢି ବାର କାରଣ ବି ଅଛି । ଗଲା ଇଲେକସନରେ ସୁରେଶ ଶଙ୍ଖ ଦଳର ଭେଟେରାନ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ ଦେଇଥିଲେ। ବିଜେପୁରରେ ମୁଖିଆ ଲବି ମଧ୍ୟ ଜିତେଇ ପାରିଲେନି ପ୍ରସନ୍ନଙ୍କୁ । ସୁରେଶଙ୍କ ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ସାଂସଦ ହେବା ପରେ ସମସ୍ତେ ଭାବିଥିଲେ ବରଗଡ଼ ଜିଲାରେ ପଦ୍ମ ଦଳର ନାଡ, ମୂଳ, ପତ୍ର ଓ ଫୁଲ ସବୁ ଷ୍ଟ୍ରଙ୍ଗ ହେଇଯିବ । କିନ୍ତୁ ଷ୍ଟ୍ରଙ୍ଗ ହବ କ’ଣ ପୂରା ପଦ୍ମ ମୂଳ ଦୋହଲି ଯିବାକୁ ବସିଲାଣି । ପ୍ରଥମ ଉପର୍ବାଚନ ହେଲା ବିଜେପୁରରେ। ମୁଖିଆ ଜିତିଥିଲେ ୫୭ ହଜାର ଅଧିକ ଭୋଟରେ କିନ୍ତୁ ଉପନିର୍ବାଚନରେ ରୀତା ପଦ୍ମ ପ୍ରାର୍ଥୀଙ୍କୁ ହରେଇଦେଲେ ପାଖାପାଖି ଲକ୍ଷେ ଭୋଟରେ । ଦ୍ବିତୀୟ ଉପନିର୍ବାଚନ ଏଇ ବର୍ଷ ହେଲା ବ୍ରଜରାଜନଗରରେ । ବ୍ରଜରାଜ ନଗରରେ ପୂଜାରୀ ଆଗରୁ ଲଢ଼ୁଥିଲେ । ଅଳ୍ପ ଭୋଟରେ ହାରି ଯାଇଥିଲେ । ୨୦୧୪ରେ ଏଇଠୁ ଜିତିଥିଲେ ରାଧା ଦେବୀ। ୨୦୧୯ରେ ଅଳ୍ପ ଭୋଟରେ ହାରିଲେ ବି ଦ୍ଵିତୀୟ ସ୍ଥାନ ଥିଲେ। କିନ୍ତୁ ଉପନିର୍ବାଚନରେ ଅମାନତ ଉଡ଼ିଗଲା ପଦ୍ମର । ରାଧା କହୁଛନ୍ତି ଯେ ଏହା ହେଲା ସୁରେଶଙ୍କ ଯାଦୁ !
ଏବେ ନିକଟରେ ସରିଲା ପଦ୍ମପୁର ବାଇ ଇଲେକସନ । ୨୦୧୯ରେ ସାଢେ ପାଞ୍ଚ ହଜାର ଭୋଟରେ ହାରି ଥିଲେ ପ୍ରଦୀପ ପୁରୋହିତ । ସିଏ ୨୦୧୪ରେ ବିଧାୟକ ଥିଲେ । ଏଥର ଉପନିର୍ବାଚନ ବୁଝିବା ଦାୟିତ୍ଵ ସୁରେଶଙ୍କ ମୁଣ୍ଡ ଉପରେ ଦିଆଯାଇଥିଲା। ଏମିତି ପରିଚାଳନା କଲେ ଯେ ପୁରୋହିତ ୪୨ ହଜାର ଅଧିକ ଭୋଟରେ ହାରି ଗଲେ । ତିନି ତିନିଟା ଉପନିର୍ବାଚନରେ ପଦ୍ମ ଦଳ ଆଣ୍ଠେଇଗଲା। ଦଳକୁ ଅପମାନ ଯୋଗ ପଡିଲା।
ଆରଥରକୁ ବରଗଡ଼ ସାଂସଦ ଆସନ ଆଉ ଦଳ ବଜାୟ ଉପରେ ଏମିତି ନିର୍ବାଚନ ରଖିପାରିବ କି ? ସମସ୍ତେ ଧରି ନେଲେଣି ଯେ ପୂଜାରୀଙ୍କ ଆନୁଗତ୍ୟରେ କେଁ ଅଛି । ଲୋକସଭା ନିର୍ବାଚନରେ ଦଳର ପ୍ରାର୍ଥୀ ମାନେ ପୂଜାରୀଙ୍କୁ କାହିଁକି ବା ସମର୍ଥନ କରିବେ ? ନବ ଦାସ ଏଣ୍ଡ କୋ ସହାୟତାରେ ଆଉଥରେ ନିର୍ବାଚନ ଜିତିବା ସମ୍ଭବ କି ପୂଜାରୀଙ୍କ ପକ୍ଷରେ ? ବରଗଡ଼, ସମ୍ବଲପର ଏବଂ କଳାହାଣ୍ଡି ସାଂସଦଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ଦେଖାଯାଇ ଦଳର ଚାଣକ୍ୟ ଆନୁଗତ୍ୟ ସନ୍ଦେହ ଘେରରେ ଥିବା ସାଂସଦମାନଙ୍କୁ ପୁଣି ରିପିଟ୍ କରାଇବେ କି ନାହିଁ ?