'ମୁଇଁତ ପାର୍ଲାମେଣ୍ଟ୍ ଥିଁ ଅଛେଁ, ମୋର ଲାଇସେନ୍ସ କେନ୍ତା ବାତିଲ୍ ହେଲା ?’

ମୁଇଁତ ପାର୍ଲାମେଣ୍ଟ ଥିଁ ଅଛେ, ଡେଲି ଡିବେଟ୍ ଥିଁ ପାର୍ଟିସିପେଟ୍ କରୁଛେଁ। ପାର୍ଲାମେଣ୍ଟ ଇଥିରୁ ସାକ୍ଷୀ ଆଏ । ହେଲେ ମୋର୍ କେନ୍ଥା ଲାଇସେନ୍ସ ବାତିଲ୍ ହେଲା ? ସମ୍ବଲପୁର ବାରର ସମସ୍ତ ସଦସ୍ୟଙ୍କ ଲାଇସେନ୍ସ ବାତିଲ ପରେ ଏଭଳି ପ୍ରଶ୍ନ କରିଛନ୍ତି ବାର୍ର ବରିଷ୍ଠ ସଦସ୍ୟ ତଥା ବରଗଡ ସାଂସଦ ସୁରେଶ ପୂଜାରୀ।
ସେ କହିଛନ୍ତି ଯେ, ଏହି ନିଷ୍ପଭି ହିଁ ବାର୍ କାଉନସିଲ୍ର ଭୂମିକାକୁ ସ୍ପଷ୍ଟ କରୁଛି। ଏହାଛଡା ମୋତେ ଲାଇସେନ୍ସ ଦେବା ଲୋକ ରାଜ୍ୟ ବାର୍ କାଉନସିଲ୍ ହୋଇଥିବା ବେଳେ ଲାଇସେନ୍ସ ଛଡାଇ ନେବା ଲୋକ ଅଲ ଇଣ୍ଡିଆ ବାର୍ କାଉନସିଲ୍ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ସେପଟେ, ଆଇନଜୀବୀ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତଥା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ପାରୁନାହାନ୍ତି କି ଆଇନ ମନ୍ତ୍ରୀଙ୍କ ଠାରୁ ଉତ୍ତର ପାଇ ପାରୁନାହାନ୍ତି। ଏଭଳି ସ୍ଥିତିରେ ଆନ୍ଦୋଳନ କରିବାକୁ ସୁପ୍ରିମକୋର୍ଟ ମନା କରିବା ପରେ ଏମାନେ କଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଗୁରୁତ୍ଵପୂର୍ଣ କଥା ହେଲା ଯେ, ଅଫଜଲ ଏବଂ କସାବଙ୍କ ପରି ଆତଙ୍କବାଦୀଙ୍କ କ୍ଷେତ୍ରରେ ଯଦି ରାତିଅଧିଆ ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରୁଛି, ତାହେଲେ ଓକିଲମାନଙ୍କ କ୍ଷେତ୍ରରେ ପକ୍ଷ ରଖିବାର ସୁଯୋଗ ନ ଦେଇ ଲାଇସେନ୍ସ ବାତିଲ ଭଳି ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।