ବିଜେପିର ହେବ ପୁନରୁଦ୍ଧାର : ତୀବ୍ର ବିରୋଧ ପାଇଁ ଗଠନ ହେଲା କମିଟି
aparajita begunia

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପି ସଙ୍ଗଠନର ପୁନରୁଦ୍ଧାର ପାଇଁ ବାଇଧର ପଣ୍ଡାଙ୍କ ପୌରୋହିତ୍ୟରେ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦଳବିରୋଧୀ କାର୍ଯ୍ୟକୁ ବୈଠକରେ କର୍ମୀମାନେ ତୀବ୍ର ନିନ୍ଦା କରିଥିଲେ। ସାଂସଦ ଷଡଙ୍ଗୀ ବିଜେପିରୁ ବିଜୟ ଲାଭ କରିବା ପରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହିତ ସାଲିସ କରି ସମାନ୍ତରାଳ ଭାବରେ ୟୁଥ ଫର ଆକ୍ସନ, ଅଜିତା ଓ ସମର୍ଥ ଭଳି ନିଜସ୍ଵ ସଙ୍ଗଠନ କରି ସାଂସଦ ଅନୁଦାନ ପାଣ୍ଠିକୁ ଅନ୍ୟଦଳ କର୍ମୀକୁ କାର୍ଯ୍ୟାଦେଶ ଦେଇ ଚାଲିଛନ୍ତି।

ଫଳରେ ବିଜେପି ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଛି। ତୁରନ୍ତ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ଆଗେଇ ନେବାକୁ ଏକ ନୂତନ ସମିତି ଗଠନ କରାଯାଇଛି। ଏହା ଆଗାମୀ ଦିନରେ ସାଂସଦ ଷଡଙ୍ଗୀଙ୍କ ବିରୁଦ୍ଧରେ କାର୍ଯ୍ୟକ୍ରମ ଜାରି ରଖୁବ। ଏଥିରେ ସଂଯୋଜକ ଶାନ୍ତି ଶେଖର ଦାସ, ସହ ସଂଯୋଜକ ସଞ୍ଜୟ ପ୍ରସାଦ ଛୁଆଳସିଂହ ଓ ସୁବାସ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା ।

ବୋଲଗଡ ମଣ୍ଡଳ ସଭାପତି ସଞ୍ଜୟ କୁମାର ବେହେରା, ଧ୍ରୁବ ଚରଣ ବାହିନୀପତି, ଦୀନବନ୍ଧୁ ବିଶ୍ବାଳ, ଦୟାନିଧୂ ସେଠୀ, ବ୍ରଜବନ୍ଧୁ ସାହୁ, ବିପିନ ମହାପାତ୍ର, ଶରତ ଚନ୍ଦ୍ର ସାମନ୍ତରାୟ, ସୁବାସ ମହାଭୋଇ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ପୁନର୍ବାର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ ଅବଗତ କରାଯିବ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି।

Share this story