ଥିଲା ବେଳେ ଟଙ୍କା ଟିଏ କାଢ଼ିଲେନି, ବିଦା ହେବା ପରେ ଭୋଜି ଦେଲେ
ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ହଟିଥିଲେ ମଧ୍ୟ କଂଗ୍ରେସକୁ ଏକଜୁଟ କରିବାକୁ ଅଣ୍ଟା ଭିଡିଛନ୍ତି । ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରର ୮ ଶହରୁ ଅଧିକ କଂଗ୍ରେସ ନେତା, ପଦାଧିକାରୀ ଓ କର୍ମୀଙ୍କ ପାଇଁ ସେ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ ।କାର୍ଯ୍ୟକ୍ରମରେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ସମ୍ମାନିତ କରିଥିଲେ।
ଏହି ଅବସରରେ ନିରଞ୍ଜନ କହିଥିଲେ ସେ କଂଗ୍ରେସ ଏକ ପରିବାର । ଏହି ପରିବାର ଭିତରେ କିଛି ଅଭାବ ଅସୁବିଧା ଥିଲେ ବାହାରେ କହିବା ପରିବର୍ତ୍ତେ ଘର ଭିତରେ ଆଲୋଚନା କରନ୍ତୁ । କଂଗ୍ରେସକୁ କ୍ଷତି ପହଞ୍ଚାନ୍ତୁ ନାହିଁ । ସସସ୍ତେ ବହୁ ପରିଶ୍ରମ କରି କଂଗ୍ରେସକୁ ଫେରାଇବୁ । ଏହି ମଧ୍ୟାହ୍ନ ଭୋଜନରେ ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲା କୁମାର, ସହପ୍ରଭାରୀ ଜି. ରୁଦ୍ର ରାଜୁଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ସହିତ ବ୍ଳକ, ନଗର, ଜିଲ୍ଲା ସଭାପତି, ପିସିସିର ପୂର୍ବତନ ପଦାଧିକାରୀ ଯୋଗ ଦେଇଥିଲେ ।
ସ୍ୱାସ୍ଥ୍ୟଗତ କାରଣରୁ ନବସଙ୍କଳ୍ପ ବୈଠକରରେ ଅନୁପସ୍ଥିତ ଥିବା ସୂଚନା ଦେଇଥିଲେ ତାର ପ୍ରସାଦ ବାହିନୀପତି । ପ୍ରବଳ ଖରାରେ ବ୍ରଜରାଜନଗର ନିର୍ବାଚନ ପ୍ରଚାର କରିବା ପରେ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା । ତେଣୁ ଅନୁପସ୍ଥିତ ଥିବା ସୂଚନା ଦେଇଛନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ତେବେ ପରିଶ୍ରମ କଲେ ଏବଂ ଲୋକେ ଚାହିଁଲେ କଂଗ୍ରେସ ଆଗକୁ ବଢ଼ିବ। ପିସିସି ସଭାପତିଙ୍କ ପଛରେ ବୁଲିଲେ ଦଳ ଆଗକୁ ବଢି ପାରିବନି । ସେହିପରି ଦଳୀୟ ସଙ୍ଗଠନକୁ ନେଇ ତାଙ୍କର କୌଣସି ଅସନ୍ତୋଷ ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ତାରା ପିସିସ ସଭାପତି ରେସରେ ନଥିଲେ । ମାତ୍ର ପଦବୀ ମିଳିଥିଲେ ଛାଡ଼ିନଥାନ୍ତେ ବୋଲି ସ୍ଵୀକାର କରିଛନ୍ତି । ପିସିସ ସଭାପତି ଶରତ ପଟ୍ଟନାୟକ କାନ କୁହା କଥା ଶୁଣିବେନି ବୋଲି ଯେଉଁ ବାର୍ତ୍ତା ଦେଇଛନ୍ତି ତାକୁ ସ୍ୱାଗତ କରିଛନ୍ତି ତାରା ।
ଅପରପକ୍ଷେ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ନିଜର ଉକ୍ତି ରଖିଥିଲେ ତାରା। ସେ କହିଥିଲେ, ବିଜେପି ଓ ବିଜେଡି ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି। କିଏ ଜଗନ୍ନାଥଙ୍କୁ ଛାତିରେ ଧରି ବୁଲିଲାଣି ତ ଆଉ କିଏ କାଖେଇ ବୁଲିଲାଣି। ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଓଡ଼ିଶାବାସୀଙ୍କ ପାଇଁ ଶୁଭଙ୍କର ନୁହେଁ। ପୁରୀରେ ବିକାଶ କାର୍ଯ୍ୟ ହେବା ଦରକାର। ଆଇନ୍ ଅନୁସାରେ କାର୍ଯ୍ୟ ହେଉ, ନ ହେଲେ ଜଗନ୍ନାଥ ସଫା କରିଦେବେ।