ନବୀନ ମୋଦି ଭେଟଘାଟ, କଣ ଦେଉଛି ସଙ୍କେତ ?

nabin modi

ଦିଲ୍ଲୀ ମୁଖ୍ୟଙ୍କ ସହ ଆମ ମୁଖୁଙ୍କ ଏହା ସଜ ଫଟୋ। ମୁଖୁଆ ଦିଲ୍ଲୀ ଯାଇଥିବା ବେଳେ ଉଠିଚି । ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷ ପଦ ମିଳିଚି ଭାରତକୁ। ମୋଦୀ ଏବେ ଜି-୨୦ ଅଧ୍ୟକ୍ଷ। ପ୍ରସ୍ତୁତି ବୈଠକ ପାଇଁ ସବୁ ବଡ଼ ବଡ଼ ନେତାମାନଙ୍କୁ ଡକା ଯାଇଥିଲା ଦିଲ୍ଲୀ। ପ୍ରସ୍ତୁତି ବୈଠକ ସକାଶେ। ଆମ ମୁଖୁଆ ବି ଯାଇଥିଲେ। ଏମିତି ଅନେକ ନେତାଙ୍କ ଫଟୋ ମୋଦୀଙ୍କ ସୌଜନ୍ୟରୁ ଗଣମାଧ୍ୟମରେ ବୁଲୁଚି। ଏମିତିକି କମ୍ୟୁନିଷ୍ଟିଆ ନେତାଙ୍କ ଫଟୋ ମଧ୍ୟ ଅଛି । 

ହେଲେ ଆମ ମୁଖ୍ୟଙ୍କ ଫଟୋକୁ ନେଇ ରାଜ୍ୟରେ ଭଳି ଭଳିକି ଚର୍ଚ୍ଚା । ପ୍ରଶଂସା ଯେତିକି, ଆଶଙ୍କା ବେଶି । କେଜାଣି କାହିଁକି ସାମାଜିକ ଗଣମାଧ୍ୟମରେ ଏହି ଫଟୋକୁ ନେଇ ଏମିତି ଚର୍ଚ୍ଚା ଯେ ପଦ୍ମ ଓ ଶଙ୍ଖ ଦଳିଆଙ୍କ ଦିହକୁ ଲାଗୁଥିବ । ସିଏମଙ୍କ ସହ ପିଏମଙ୍କ ପରେ ଫଟୋ ଲୋକଙ୍କୁ ଉତ୍ସାହିତ କରୁନି।

ବରଂ ଲୋକେ କହିଲେଣି ଯେ ପୁଣି ଗୋଟିଏ କ’ଣ ଡିଲ୍ ହେଇଯିବ। ଚିଟ୍ଫଣ୍ଡ କେଳେଙ୍କାରୀରେ କୁଆଡେ ମୁଖୁଆ ଭାରି ହୁଲସ୍କୁଲ କରିଥିଲେ । କିନ୍ତୁ ଜେଟଲୀ ବାବୁଙ୍କ ମଧ୍ୟସ୍ଥିତାରେ ଏମିତି କ’ଣ ହେଇଗଲା ଯେ ପିଏମ ସିଏମଙ୍କ ଉପରେ ସନ୍ତୁଷ୍ଟ ହେଇଗଲେ। 

ଏବେ ଲୋକେ କହିଲେଣି ଯେ ଇଡି କିଳା ଢ଼ିଲା କରିବାକୁ ଏହି ସାକ୍ଷାତ କୁଆଡେ କାମ ଦବ। ରାଜ୍ୟ ନେତାମାନେ ଯାହା ବି ଭାବନ୍ତୁ ନା କାହିଁକି ଏମିତି ମଝିରେ ମଝିରେ ଦି’ ନେତାଙ୍କ ଦେଖା ସାକ୍ଷାତ ସବୁକିଛି କରିଦବ ଠିକଠାକ। ଏମାନେ ତଳେ ଯେତେ ବାଡ଼ିଆପିଟା ହେଲେ ହେଉଥାନ୍ତୁ। ସତ କେତେ ମିଛ କେତେ ସମୟ ହିଁ କହିବ । କିନ୍ତୁ ଫଟୋଟା ଅନେକ କଥା କହିଦଉଚି ଇସାରାରେ।

Share this story