ଡିଲ ଫାଇନାଲ୍, ବ୍ରହ୍ମଗିରିରୁ ବିଜେପି ଟିକେଟରେ ଲଢ଼ିବେ ସଞ୍ଜୟ, ଦେଖନ୍ତୁ Exclusive ଭିଡିଓ

ବ୍ରହ୍ମଗିରିରେ ରାଜନୀତିରେ ହେବ ଅଦଳ ବଦଳ । ବିଜେପିରେ ମିଶିପାରନ୍ତି ଉପସନା ! ସଞ୍ଜୟଙ୍କୁ ଆପଣାଇ ପାରେ ବିଜେପି! ବାବୁ ଦାସବର୍ମା। ଗଳା ଫଟେଇ ଯେଉଁଦିନ ଅଣ ଓଡ଼ିଆମାନଙ୍କୁ ଶଙ୍ଖ ସମାବେଶରେ ଚ୍ୟାଲେଞ୍ଜ କଲେ ଆମକୁ ଲାଗିଲା ଏଥର ହବ ଆର ପାର ଲଢେଇ । ସେହି ବିଦେଶୀ ଶକ୍ତି ରତ୍ନ ଭଣ୍ଡାର ଉପରେ ଆଖି ପକେଇଛନ୍ତି। ରାଜ୍ୟର ଖଣି ଉପରେ ସେମାନଙ୍କ ନିଜର ଅଛି । ଏଥର କିନ୍ତୁ ସେମାନଙ୍କୁ ଛଡାହବନି। ମୁଁହଭଙ୍ଗା ଜବାବ ଦିଆଯିବ । ଏ କଥା ସଂଜୟ ବାବୁ ସାହାସର ସହ କହିଦେଲେ । ଶଙ୍ଖ କର୍ମୀମାନେ ତାଳି ବଜେଇ ତାଙ୍କ ମନୋବଳ ବଢେଇଲେ । ଆମକୁ ବି ଲାଗିଲା ଯେ ଅଣ ଓଡ଼ିଆଙ୍କ ଦିନକାଳ ସରିଲା ।
ତା’ପରଠୁ ବାବୁ ସଂଜୟଙ୍କର ଆଉ କିଛି ସ୍ୱର ଶବ୍ଦ ଶୁଭିଲା ନାହିଁ । ତାଙ୍କୁ କୁଆଡେ ମୁଖିଆ ଡ଼କେଇ ପଠେଇ ବହେ ଶୋଧିଦେଲେ । ହଠାତ ଦେଖି ବାକୁ ମିଳିଲା ଯେ ସଂଜୟ ମୁଖିଆଙ୍କ ଗୁଣ କୀର୍ତ୍ତନ କରୁଛନ୍ତି । ଦଳର ମୁଖ୍ୟ ଯେହେତୁ ସେହେତୁ ପ୍ରଶଂସାରେ ଅସୁବିଧା ନାହିଁ । ତାଙ୍କ ଲଢେଇ ତ ଅଣ ଓଡ଼ିଆଙ୍କ ବିରୋଧରେ । ଅଣ ଓଡ଼ିଆ ବୋଲି ସେ କାହାକୁ ଧରିଚନ୍ତି ସେ କଥା ବି କାହାକୁ ଅଛପା ନାହିଁ ।
ପୁରୀ ପ୍ରତିଷ୍ଠା ସମାବେଶକୁ ଡାକରା ମିଳିଥିଲା ସଂଜୟଙ୍କୁ । ସେ ଆଗଧାଡ଼ିରେ ବସିଥିଲେ। କିନ୍ତୁ କହିବାକୁ ସୁଯୋଗ ଦିଆଗଲାନି । ମୁହଁ ଶୁଖେଇ ବସି ଥାନ୍ତି ସଂଜୟ । ଜଣାପଡିଯାଇଥିଲା ଯେ ଆଗକୁ ଯେ ସବୁ ବାଟ ବନ୍ଦ। ନିର୍ବାଚନ ହାରିଲେ। ଯୋଜନାବୋର୍ଡରୁ ବିଦା ହେଲେ। ଆର ଥରକୁ ଟିକଟ କଟିବା ଥୟ। ଯାହାଙ୍କ ବିରୋଧରେ ମୁହଁ ଖୋଲିଚନ୍ତି ସିଏ ତ ବାଣ୍ଟିବେ ଟିକଟ !
ବାବୁ ହତାଶ ହବାର ଆଉ ଗୋଟିଏ ବଡ଼ କାରଣ ଅଛି । ପଦ୍ମ ଦଳକୁ ଭରସା କରି ଏତେ ବଡ଼ କଥା କହିଦେଲେ ସିନା,ସେ ଦଳ ଆଡୁ କିଛି ସବୁଜ ପତାକା କେହି ଦେଖାଇ ନାହାନ୍ତି । ଶଙ୍ଖ ଓ ପଦ୍ମ ଭିତରେ ବଡ଼ ଅଣ୍ଡରଷ୍ଟାଣ୍ଡିଂ ଅଛି । ତଥାପି ସଂଜୟ ଛାଡିବା ପୁଅ ନୁହଁନ୍ତି । ଯଦି ରାଜୁ ଦାସ ହେଇଗଲେ ତ ଶଙ୍ଖ ଦଳ ଅବସ୍ଥା କେବଳ ବ୍ରହ୍ମଗିରି ନୁହେଁ ପୂରା ପୁରୀ ଜିଲାରେ ବେହାଲ ହେଇଯିବ । ଦେଖାଯାଉ ସଂକୟ ରାଜୁ ହେବେ ନା ପଦ୍ମ ଦଳକୁ ଯିବେ ? ଆରଥରକୁ ବହୁ ଲୋକଙ୍କର ଟିକଟ କଟିବ। ସେମାନେ ପଦ୍ମ ଦଳକୁ ଯିବେ ବୋଲି ଭାବୁଥିବେ । ତା’ସହିତ ଭାବନ୍ତୁ ଯେ ସେପଟକୁ ଯିବା ପାଇଁ ଏପଟୁ ପରମିସନ ମିଳିବା ଦରକାର । ଯଦି ପରମିସନ ଯୋଗାଡ କରି ପାରିବେ ତ ଦଳ ଛାଡିବା କଥା ମନ ଭିତରେ ବାନ୍ଧି ରଖନ୍ତୁ ।