ସଞ୍ଜୟ, ମହେଶ୍ବର ପରାଜିତ ପରେ ସମୀର ଏକୋଇର ବଳା ବିଶିକେଶନ

ଶଙ୍ଖଦଳର ନିମାପଡ଼ା ଅଧୂପତି ସମୀର ରଞ୍ଜନ ସଲିଡ୍ ନେତା । ଲୋକ କହନ୍ତି କଥା ପରି ତାଙ୍କର କାମ ବି ଟାଣ | ଯାହା ପାଟିରୁ ବାହାରିଲା ତାହା ବେଦବାକ୍ୟ ପରି ଅକାଟ୍ୟ । ଲୋକ ବି ତାଙ୍କୁ ଭଲ ପାଇବା ଅଜାଡ଼ି ଦେଇଛନ୍ତି । ଲାଗ ଲାଗ ବିଜୟୀ ହୋଇଛନ୍ତି ତାଙ୍କ ଅଞ୍ଚଳରେ । ତାଙ୍କର ଗୁଣ ଆଉ ଭାଗ୍ୟ ଟାଣ ଯୋଗୁଁ ମିଳିଛି ମନ୍ତ୍ରୀ ପଦ । ଜିଲାର ଦୁଇ ଟାଣୁଆ ନେତା ସଞ୍ଜୟ ଆଉ ମହେଶ୍ବର ପରାଜିତ ହେବା ପରେ ସିଏ ତ ଏକୋଇର ବଳା ବିଶିକେଶନ ।
ମନ୍ତ୍ରୀ ପଦ ମିଳିବା ପରେ ରାଇଜ ଆଉ ରାଇଜ ବାହାରେ ବୁଲିବୁଲି ସ୍କୁଲ ଦେଖୁଛନ୍ତି ସମୀର।ସ୍କୁଲ ଆଉ ଶିକ୍ଷା ସଂସ୍କାର ପାଇଁ ଯାବତୀୟ ଯୋଜନା I କେହି କେହି ସଂସ୍କାରୀ ମନ୍ତ୍ରୀ ତାଙ୍କ ଗାଡ଼ିରୁ ବ୍ୟାକ୍ ଗିୟର ହଟାଇ ଦେଇଥିବା ପ୍ରଚାର କଲେ । ହେଲେ ଏବେ ଦି’ ଦି'ଟା ପ୍ରସଙ୍ଗରେ ବାବୁ ଯେମିତି ବାରମ୍ବାର ଗିୟର ବଦଳାଇ ପଛକୁ ଗାଡ଼ି ଗଡ଼ାଇଛନ୍ତି ସେଥୁରୁ କଥା କାହିଁକି ଅଲଗା ଅଲଗା ବାସୁଛି । ଆଉ ଦି'ଟା ମାସ ପରେ ମେଟ୍ରିକ୍ ପରୀକ୍ଷା, ତା' ପଛପଛେ ଯୁକ୍ତ ଦୁଇ ପରୀକ୍ଷା ବି ହେବ । ହେଲେ ପାଠପଢ଼ା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ସମୀର ଆଉ ତାଙ୍କ ବିଭାଗ କୁଆଡ଼େ ଯେତିକି ତତ୍ପର ହେବା କଥା ସେତିକି ତତ୍ପର ହେଉ ନାହାନ୍ତି ବୋଲି ଭାରି ଚର୍ଚ୍ଚା ହେଉଛି ।
ଏତିକି ବେଳକୁ ସମୁଦ୍ର କୂଳ ଆଡୁ ଯେଉଁ ଗୁରୁଚାପ ଜନିତ ପବନ ବହିବା ଆରମ୍ଭ କରିଛି ସେଥ୍ରେ ଶେଷ ଶୀତର ମଧୁର ସମୀର କୁଆଡ଼େ ହଜିଯିବା ଅବସ୍ଥା ଦେଖା ଦେଇଛି । ଏ ସବୁ ଶୁଣିବା ପରେ ସମୀର କୁଆଡ଼େ ଭାରି ସତର୍କ ।