ଗଦ୍ଦାର ପାଇଲଟ ମରିବା ଯାଏଁ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ

Congress

ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି। ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କୁ ଗଦ୍ଦାର କହିଛନ୍ତି। ଜଣେ ଗଦ୍ଦାର କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି।  ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ସମୟରେ  ଗେହଲଟ ପାଇଲଟଙ୍କୁ ୬ ଥର  ଗଦ୍ଦାର ବୋଲି କହିଛନ୍ତି।

 ବାରମ୍ବାର ପାଇଲଟଙ୍କୁ ଗଦ୍ଦାର କହିଥିଲେ ଗେହଲଟ।   ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ବିଧାୟକ  ପାଇଲଟଙ୍କୁ  ମୁଖ୍ୟମନ୍ତ୍ରୀ କରିପାରିବେ ନାହିଁ। ଯେଉଁ ବ୍ୟକ୍ତିଙ୍କ ପାଖେ ୧୦ ଜଣ ବିଧାୟକ ବି ନାହାଁନ୍ତି ସେ କି ମୁଖ୍ୟମନ୍ତ୍ରୀ ହେବେ।  ଯିଏ ନିଜ ଦଳ  ବିରୋଧରେ  ବିଦ୍ରୋହ କରୁଛନ୍ତି ସେଭଳି  ଲୋକଙ୍କୁ ପାର୍ଟି   ହାଇ କମାଣ୍ଡ  କେବେ ବି ମୁଖ୍ୟମନ୍ତ୍ରୀ  କରିବାକୁ ଚାହିଁବେ ନାହିଁ।

ଏପଟେ ପାଇଲଟ ଗଦ୍ଦର ଟିପ୍ପଣୀର କଡା ଜବାବ ରଖିଛନ୍ତି।   ପାଇଲଟ୍‌ କହିଛନ୍ତି  ଏସବୁ ଭିତ୍ତିହୀନ ଅଭିଯୋଗ।   ଏଭଳି ବେପରୁଆ  ବୟାନର କୌଣସି  ଆବଶ୍ୟକତା ନାହିଁ।   ଗେହଲଟ୍‌ କିଛି ଲୋକଙ୍କ କଥାରେ ପରିଚାଳିତ ହେଉଛନ୍ତି। କିଛି ଭୁଲ୍‌ ଲୋକ ଗେହଲଟଙ୍କୁ ମତାଉଛନ୍ତି  ବୋଲି କହିଛନ୍ତି ପାଇଲଟ୍‌।  ତେବେ ପାଇଲଟଙ୍କ ବିରୋଧରେ ଗେହଲଟଙ୍କ ଏ ଟିପ୍ପଣୀ ପାଇଁ  ଦଳୀୟ ସଙ୍କଟ ବଢିଯାଇଛି।

 ଦଳ ପକ୍ଷରୁ ଏହାର ସମାଧାନ ପାଇଁ ଚେଷ୍ଟା ମଧ୍ୟ ଜାରୀ ରହିଛି।  ତେବେ ପାଇଲଟଙ୍କୁ ଏ ଗଦ୍ଦର ଆକ୍ଷେପ ଗେହଲଟଙ୍କୁ ଭାରି ପଡିବନି ତ ? ପାଇଲଟ୍‌ ଏବଂ ଗେହଲଟଙ୍କ ତୁ ତୁ ମେ ମେ କଂଗ୍ରେସ ଦଳରେ ଆହୁରି କନ୍ଦଳ ସୃଷ୍ଟି କରିବନି ତ?  ଦେଖିବାକୁ ବାକି ରହିଲା ଗେହଲଟଙ୍କ ମନ୍ତବ୍ୟ ନେଇ ପାଇଲଟଙ୍କ ସମର୍ଥକଙ୍କ ରଣନୀତି  ଆଗକୁ କଣ ହେବ।

Share this story