ଆଶା କରିଥିଲି ମଲ୍ଲି କି , ମଲ୍ଲି ପର କରି ଗଲା ଚୁଲିକି...
ଆଶା କରିଥିଲି ମଲ୍ଲୀକି, ମଲ୍ଲୀ ଚାଲିଗଲା ଚୁଲିକୀ । ଦାଗୀ ପ୍ରଦୀପଙ୍କୁ ନିରାଶ କଲା ବିଜେଡି । ବିଜେଡି ବିଧାୟକ ତାଲିକାରୁ କାଟିଲା ନାଁ । ସ୍ୱାଧୀନ ହେଲେ ବିଜେପି ଆଡକୁ ଟିକେ ଢଳିଲେ ! ବିଦା କଲା ବିଜେଡି କୋଳେଇ ନେବ କି ବିଜେପି ? ଏଭଳି ପ୍ରଶ୍ନ ଏବେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି। କିଛିଦିନ ତଳେ ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେଡି ତାଙ୍କୁ ବହିଷ୍କାର କରିଛି ସିନା ମାତ୍ର ସେ ଏବେ ବି ବିଜେଡିର ବିଧାୟକ ନଂ ୨୬ ବୋଲି ଗଣମାଧ୍ୟମରେ ବୟାନ ଦେଇଥିଲେ । ଏହାର କାରଣ ଦର୍ଶାଇବାକୁ ଯାଇ ସେ ବିଧାନସଭାର ୱେବସାଇଟକୁ କୋର୍ଡ କରିଥିଲେ । ତାଲିକାରେ ତାଙ୍କର ନାଁ ରହିଛି ମାତ୍ର ବିଜୁ ଜନତା ଦଳ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମକୁ ଡାକୁନାହିଁ ବୋଲି କହିଥିଲେ ।
ଏବେ ବିଧାନସଭା ବିଜେଡି ତାଲିକାରୁ ତାଙ୍କ ନାଁ କୁ ହଟେଇ ଦିଆଯାଇଛି । ତାଙ୍କ ନାଁ ଜାଗାରେ ବହିସ୍କୃତ ବିଜେଡି ବିଧାୟକ ବୋଲି ଲେଖା ଯାଇଛି । ଲେଖା ଯୋଖା ଅନୁସାରେ ସେ ଏବେ ସ୍ୱାଧୀନ ବିଧାୟକ ପାଲଟିଛନ୍ତି କିନ୍ତୁ କାଳେ ନବୀନ ତାଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଆଳରେ ଡାକିବେ ସେ ଆଶା ଛାଡି ପାରିନାହାନ୍ତି ।
ପ୍ରଦୀପଙ୍କ ଜାଗାରେ ବିଜେଡି ତରଫରୁ ଗୋପାଳପୁର ଅଞ୍ଚଳରେ ଗୋପବନ୍ଧୁ ଦାସଙ୍କୁ ନିଜର ନେତା କରିବା ପାଇଁ ଚାହୁଁଛନ୍ତି ଲୋକେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସେ ବେଶ ପରିଚିତ। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ରାଜନୈତିକ ପରାମର୍ଶଦାତା ଭାବେ ସେ କାମ କରୁଛନ୍ତି। ଯୁବ ଛାତ୍ର ସହ ବରିଷ୍ଠ ନେତା ମାନେ ମଧ୍ୟ ତାଙ୍କଠାରୁ ପରାମର୍ଶ ନେଉଛନ୍ତି । ଆର ଥରକୁ ସେ ଏହି ଆସନରୁ କୁଆଡେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି ।
ସେହି ଆଶଙ୍କାରେ ପ୍ରଦୀପ ଏବେ ରାହା ଖୋଜୁଛନ୍ତି । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରା ଯାଉଥିବା କାରଣରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା ବି କରିଛନ୍ତି । ପ୍ରଦୀପଙ୍କ ମୁଁହରେ ମୋଦିଙ୍କ ପ୍ରଶଂସା ତାଙ୍କୁ ଏବେ ବିଜେପି ମୁଁହା କରିବନି ତ । ତେବେ ତଡାଖିଆଙ୍କୁ ଦଳକୁ ନେଇ ବିଜେପି ଉଧେଇବ ନା ବୁଡିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।