ଜଗଦମ୍ବା କ୍ଲଥ ଷ୍ଟୋର ସହ ପିଙ୍କିଙ୍କ ଏତେ ମଧୁର ସମ୍ପର୍କ କେମିତି ?
ପଦମ୍ପୁରରେ ପଦ୍ମଦଳିଆ ନେତ୍ରୀ ପିଙ୍କି ପ୍ରଧାନ ଆଉ କୁସୁମ ଟେଟେ କୁଆଡ଼େ ବିହାର, ଉତ୍ତରପ୍ରଦେଶ ଅପରାଧ ପୁରାଣ ପଢ଼ୁଛନ୍ତି । ପ୍ରଚାର ପାଇଁ ଯାଇଥିବା ପିଙ୍କି ନିଜ ପ୍ରଚାର ପାଇ ଜଗଦମ୍ବା କ୍ଲଥ୍ ଷ୍ଟୋରରେ ଯେଉଁ ମହାଭାରତ କଲେ ସେଥୁରେ ରାମମନ୍ଦିର ଆଖଡ଼ା କର୍ମକର୍ତ୍ତା କୁଆଡ଼େ ଗୁରୁଚାପର ଶିକାରହୋଇଛନ୍ତି । ସାମ୍ନା କୋଠରୀରୁ ପଛ କୋଠରୀ ଦେଇ ଶୌଚାଳୟକୁ ବାରମ୍ବାର ଯିବାକୁ ପଡ଼ୁଛି।
ଟିକସ ଫାଙ୍କି ଅଭିଯୋଗରେ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବିଜେପି ନେତାଙ୍କୁ ସୁରକ୍ଷା ଦେବାକୁ ପ୍ରଥମ ଦଫାରେ ପିଙ୍କି ପ୍ରଧାନ ଆଉ ବିଳମ୍ବିତ ରାତିରେ ସୁନ୍ଦରଗଡ଼ ପଦ୍ମ ନେତ୍ରୀ କୁସୁମ ଟେଟେ ଯେଉଁ ନାଟକ କଲେ ଆଇନ ହିସାବରେ ତାହା ଅତ୍ୟନ୍ତ ଗୁରୁତର ଅପରାଧ । ପିଙ୍କିଙ୍କ ଆହ୍ବାନରେ ପଦ୍ମ ଦଳିଆ କର୍ମୀମାନେ ଏକାଠି ହୋଇ ଜଣେ ଜିଏସ୍ଟି ଅଧିକାରିଣୀଙ୍କୁ ସର୍ବ ସମ୍ମୁଖରେ ଅସଦାଚରଣ କଲେ, ଗୋଡ଼େଇ ଗୋଡ଼େଇ ପିଟିଲେ ।
ସେପଟେ ଅଧ ରାତିରେ ଘରର ପଛବାଟ ଦେଇ କୁସୁମ ପ୍ରବେଶ କରି ଜିଏସ୍ଟି ବାବୁମାନଙ୍କଠାରୁ ଜବତ କାଗଜପତ୍ର ଛଡ଼ାଇ ନେଲେ । ବିହାର ଓ ଉତ୍ତରପ୍ରଦେଶରେ ପଦ୍ମ ଦଳିଆ ନେତା ଓ ନେତ୍ରୀମାନେ ଯେପରି ଅପରାଧୀ ପରି କାର୍ଯ୍ୟ କରୁଛନ୍ତି, ଓଡ଼ିଶାରେ ବରଗଡ଼ ଜିଲ୍ଲାରେ ସେଇ ଢ଼ାଞ୍ଚା ପଦ୍ମ ଦଳିଆ ନେତାମାନେ ପୂର୍ବରୁ ଆରମ୍ଭ କରିଛନ୍ତି ଆଉ ଏବେ ପଦମ୍ପୁରରେ ପିଙ୍କି ଆଉ କୁସୁମ କେବଳ ତାହାର ପୁନରାବୃତ୍ତି କରିଛନ୍ତି ।
ଯେଉଁ ଦଳର ତାରକା ପ୍ରଚାରକ ହତ୍ୟା ଅଭିଯୁକ୍ତ, ଯେଉଁ ଦଳର ପ୍ରାର୍ଥୀଙ୍କ ନାମରେ ଡ଼ଜନଡ଼ଜନ ଅପରାଧ ମାମଲା, ସେହି ଦଳର ନେତା- ନେତ୍ରୀଙ୍କଠାରୁ ଆଉ ଅଧିକ କ’ଣ ଆଶା କରାଯାଏ ?