୧୯୯୩ ରୁ ଚିନ୍ତା ନଥିଲା, ଆଜି ହଠାତ ଭାଲେଣି କାହିଁକି ?

dam rout Pradip purohit

ପ୍ରଦୀପଙ୍କୁ ଦାମଙ୍କ ତେରେଛା ବାଣ ।  ଦୀର୍ଘ ନିରବତା ପରେ ପୂର୍ବତନ ମନ୍ତ୍ରୀ ଦାମୋଦର ଯେଉଁ ତେରଛା ତୀର ଛାଡ଼ିଛନ୍ତି ତାହା ଯାଇ ସିଧା ପଦ୍ମପୁର ପଦ୍ମଫୁଲିଆ ପ୍ରାର୍ଥୀ ପୁରୋହିତଙ୍କଠି ବାଜିଛି । ଯେଉଁ ଲୋକ ଏବେ ପଦ୍ମ ଦଳ ପକ୍ଷରୁ ପଦ୍ମପୁରରେ ପ୍ରାର୍ଥୀ ହୋଇଛନ୍ତି ସିଏ ପଦମ୍ପୁର ଜିଲ୍ଲା କଥା କେବେ ବିଧାନସଭାରେ ଉଠାଇଛନ୍ତି ବୋଲି ଦାମୋଦର ପ୍ରଶ୍ନ କରିଛନ୍ତି। ବିଜୁବାବୁ ୧୯୯୩ ମସିହାରେ ୧୩ ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିଥିଲେ । 

ସେତେବେଳେ ସମ୍ବଲପୁର ଜିଲ୍ଲା ବି ଚାରି ଭାଗ ହୋଇଥିଲା, ମାତ୍ର କେହି ପଦମ୍ପୁର କଥା କହିଲେ ନାହିଁ । ୟା ପରେ କଂଗ୍ରେସ ସରକାର ଆସିଲା ଓ ତଥାପି କଂଗ୍ରେସ ନେତାମାନେ ବି ସେତେବେଳେ ଏ କଥା କହିଥିବା କେହି ଶୁଣିନାହିଁ । ଯେଉଁ ଦଳ ଏବେ ପୁରୋହିତଙ୍କୁ ପ୍ରାର୍ଥୀ କଲା, ସେହି ଦଳ ପରବର୍ତ୍ତୀ ସମୟରେ ସରକାରରେ ଭାଗୁଆଳି ଥିଲେ ଓ ରାଜସ୍ବ ବିଭାଗ ତାଙ୍କ ହାତରେ ଥିଲା, ସେତେବେଳେ ତ କେହି ପଦମ୍ପୁର ଜିଲ୍ଲା କଥା କହିଲେ ନାହିଁ ।

ନବୀନ ପଟ୍ଟନାୟକଙ୍କ ନିକଟରେ ଏବେ ପଦମ୍ପୁର ଜିଲ୍ଲା ଦାବି ପହଞ୍ଚିଛି । ସେ ନିଶ୍ଚିତ ଏଥପାଇଁ ପଦକ୍ଷେପ ନେବେ ବୋଲି ବିଶ୍ୱାସ ଅଛି । ମାତ୍ର ଯେଉଁ ହାତ ଦଳିଆ ଆଉ ପଦ୍ମଦଳିଆ ନେତାମାନେ ପଦମ୍ପୁରରେ ଏବେ ଯାଇ ଲୁହ ବୁହାଇ ମାଟି ଓଦା କରି ଦେଇଛନ୍ତି ସେମାନେ ଆଗୁ କେଉଁଠି ଥିଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଆଉ ବିଜେପି ନେତାମାନେ କୁମ୍ଭୀରକାନ୍ଦଣା କାନ୍ଦିବା କାହିଁକି ଶୋଭାପାଉ ନାହିଁ ବୋଲି ଦାମୋଦର କହିଛନ୍ତି । ତାଙ୍କ ହିସାବରେ ନିଜ ଦୁର୍ବଳତା ଲୁଚାଇବା ପାଇଁ ପଦମ୍ପୁରରେ ହାତ ଦଳିଆ ଓ ପଦ୍ମ ଦଳିଆ ନେତା କୁଆଡ଼େ ଖାଲି ବାହାନା କରୁଛନ୍ତି ।

Share this story