ସୁରଙ୍କ ବାହା ଧରି ଷ୍ଟାଡିୟମ ବାହାରକୁ କାଢ଼ିଦେଲେ ସୁରକ୍ଷା କର୍ମୀ

sura rout

ସୁରଙ୍କୁ ଅପମାନ ଦେଇ ବାହାର କରିଦେଲେ କଳିଙ୍ଗ ଷ୍ଟାଡିୟମର ସୁରକ୍ଷା କର୍ମୀ । ଏହି ଘଟଣାରେ ସୁର ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି । ଏନେଇ ସରକାରଙ୍କ ଦୁର୍ବଳ ମ୍ୟାନେଜମେଣ୍ଟ ଦାୟୀ ବୋଲି ଅଭିଯୋଗ କରିଛନ୍ତି ସୁର ରାଉତରାୟ । କଳିଙ୍ଗ ଷ୍ଟାଡିୟମରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଅପମାନ ହେବା ପରେ ଚାରିଆଡେ ଚର୍ଚ୍ଚା ଲାଗିରହିଛି ।

ସୁରଙ୍କ ବାହୁ ଭିଡି ବାହାର କରିଦେଇଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି । ୟୁ-୧୭ ଫୁଟବଲ ବିଶ୍ୱକପ ଦେଖିବାକୁ ଯାଇଥିବା ସୁରଙ୍କୁ ଏଭଳି ବ୍ୟବହାର ଦେଖାଯାଇଛି । ସରକାରୀ ପାସ୍ ପାଇଥିବା ସତ୍ତ୍ୱେ ସୁରଙ୍କୁ ଷ୍ଟାଡିୟମରେ ପୂରାଇ ଦେଲେନି ବୋଲି ସେ କହିଛନ୍ତି । ଜଣେ ବିଦେଶୀ ସୁରକ୍ଷା କର୍ମୀୀ ସୁରଙ୍କୁ ଅପମାନ କରିଥିବା ଅଭିଯୋଗ ଆଣିଛନ୍ତି ସୁର । ସୁର ଆଣିଥିବା ପାସ୍ ରେ ପଶି ହେବନି ବୋଲି ରୋକଠୋକ ମନା କଲେ ସୁରକ୍ଷା କର୍ମୀ । 

ଏମିତିକି ତାଙ୍କ ବାହୁ ଭିଡି ବାହାର କରି ଦେଇଥିବା କହିଲେ ସୁର । ଆଥଲେଟିକ ଆସୋସିଏସନ ସଭାପତି ଭାବେ ପାସ ପାଇଥିଲେ ସୁର । ଏଭଳି ଘଟଣା ପାଇଁ ସରକାରଙ୍କୁ ଦୋଷରୋପ କରିଛନ୍ତି ଜଟଣୀ ବିଧାୟକ । ତେବେ ଏହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Share this story