ବିଚିତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଇଁ ହରଡ଼ଘଣାରେ ସରକାର
naba das

ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଆମ ସ୍ୱାସ୍ଥ୍ୟ ବିଭାଗ କେତେ ସଚେତନ ତାଙ୍କ କଥାରୁ ଆପଣ ଯାହା ଠଊରେଇଥିବେ। କିନ୍ତୁ ରାଜନେତାଙ୍କ ବିବୃତ୍ତି ଶୁଣିବା ପରେ, ତାଙ୍କ କଥାକୁ ବିଶ୍ବାସ କରିବା ଆଗରୁ ନିଜେ ବୁଝନ୍ତୁ ଆଜିର ବାସ୍ତବତା । 

ଦୁଧ କା ଦୁଧ, ପାନି କା ପାନି। ଆପଣ ଠିକ୍ ବୁଝି ସାରିଥିବେ, ଆମ ମନ୍ତ୍ରୀ କାହା ପାଇଁ। ଲୋକଙ୍କ ପାଇଁ, ଲୋକଙ୍କ ସ୍ବାର୍ଥ ପାଇଁ ନା ଦଳର ସ୍ବାର୍ଥ ପାଇଁ। ଦୀର୍ଘଦିନ ଧରି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସ ଭାବନ ସମ୍ମୁଖରେ ଧାରଣାରେ ବସୁଛନ୍ତି ରୋଗୀ, କେତେବେଳେ କ୍ୟାନସର ରୋଗୀ ତ ଆଉ କେତେବେଳେ କିଡନୀ ରୋଗୀ। ସମସ୍ତଙ୍କର ଗୋଟିଏ ଅଭିଯୋଗ ଆମକୁ ଉଚିତ୍ ସ୍ବାସ୍ଥ୍ୟସେବା ମିଳୁନି। କିନ୍ତୁ ମନ୍ତ୍ରୀ ମହୋଦୟ ଛାତିରେ ହାତ ବାଡେଇ କହୁଛନ୍ତି ଅଭିଯୋଗ ଭିତ୍ତିହୀନ।

ଦେହରେ ପ୍ଲାକାଡ୍‌, ଲେଖାରେ ନିବେଦନ। ହେ ସରକାର, ଆମେ ସବୁ କିଡନୀ ରୋଗୀ ଆମକୁ ଔଷଧ ଦିଅ। ଏ ଦୃଶ୍ୟ ବ୍ୟସ୍ତବହୂଳ ରାଜଧାନୀ ଭୁବନେଶ୍ବରର। ଆଉ ସ୍ଥାନଟି ହେଉଛି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ବାସ ଭବନ ସମ୍ମୁଖ। ଦିନେ କି ୨ ଦିନ ନୁହେଁ ୧୦୦ ଦିନ ହେଇଗଲା, ଏମାନେ ଏମିତି ଆନ୍ଦୋଳନ କରିଛନ୍ତି। ମାଗୁଛନ୍ତି ଔଷଧ। ସରକାରଙ୍କୁ ଭିକ୍ଷା କରୁଛନ୍ତି ଜୀବନ।

ମନ୍ତ୍ରୀଙ୍କ ମିଛ ଧରାପଡିଛି। ଦାଣ୍ଡରେ ପଡି ହାଟରେ ଗଡୁଛି। ହେଲେ ଚୋରି ଉପରେ ସିନାଚୋରି ଦେଖାଉଛନ୍ତି ଆମ ରାଇଜର ସ୍ୱାସ୍ଥ୍ୟ ମନ୍ତ୍ରୀ। କେବଳ ନବ ଦାସ ନୁହଁ ରାଜ୍ୟ ସରକାରଙ୍କ ଅନେକ ଅଭିଜ୍ଞ ମନ୍ତ୍ରୀ ଏବେ ଜନତାରଙ୍କ ପ୍ରଶ୍ନର କାଠଗଡ଼ାରେ। ତଥାପି ସତ କହିବାକୁ ଜୁ ନାହିଁ।

Share this story