ସବ୍ୟସାଚୀ ପଣ୍ଡାଙ୍କ ଉପରେ ନିର୍ମାଣ ହେବ ଓଡ଼ିଆ ଚଳଚ୍ଚିତ୍ର

babusan role sabyasachi

ଦମନର ସଫଳତା ପରେ ପୁଣି ଆଉ ଏକ ପାଦ ଆଗେଇବାକୁ ଯାଉଛି ଓଡିଆ ଫିଲ୍ମ । ଦମନରେ ଏକ ଡାକ୍ତର ଭୂମିକାକୁ ନେଇ ଫିଲ୍ମ ତିଆରି ପରେ ଏବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ପୁଣି ଥରେଆଉ ଏକ ପ୍ରକୃତ ଘଟଣା ନେଇ ଓଡିଆ ଫିଲ୍ମ ତିଆରି ହେବାକୁ ଯାଉଛି । ଓଡ଼ିଆ ଫିଲ୍ମ ଦମନର ଅଭୂତପୂର୍ବ ସଫଳତା ପରେ ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସତ ଓ ପ୍ରକୃତ ଘଟଣାକୁ ନେଇ ଫିଲ୍ମ ନିର୍ମାଣ କଲେ ଲୋକଙ୍କ ଭିତରେ ଆଦୃତ ହୋଇପାରୁଥିବା ସ୍ପଷ୍ଟ ହୋଇଛି । ଓଡ଼ିଆ ଫିଲ୍ମ ସୁପରଷ୍ଟାର ତଥା ତଥା ଦମନ୍ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ୍ ମହାନ୍ତି ଏବେ ସେହିପରି ଆଉ ଏକ ପ୍ରକୃତ ଘଟଣା ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିବା ପାଇଁ ଚିନ୍ତା କରୁଛନ୍ତି । ବାବୁସାନ୍ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବା ପାଇଁ ସବ୍ୟସାଚୀଙ୍କ ଓକିଲ ତଥା ଗଞ୍ଜାମ ଓକିଲ ସଂଘ ସଦସ୍ୟ ଦୀପକ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

ଏଥିରେ ବାବୁସାନ୍ ନିଜେ ସବ୍ୟସାଚୀଙ୍କ ଭୂମିକାରେ ଅଭିନୟ କରିବେ ବୋଲି ମଧ୍ୟ ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କକୁ କହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଜେଲ୍ ଭିତରେ ସବ୍ୟସାଚୀଙ୍କ ସହ ଫିଲ୍ମ ସମ୍ପର୍କରେ ଆଲୋଚନା କରିବା ପାଇଁ କୋର୍ଟ ପକ୍ଷରୁ ଅନୁମତି ମିଳିବ କି ନାହିଁ ତାହା ଆଉ ଏକ ପ୍ରସଙ୍ଗ ରହିଛି ।

ସବ୍ୟସାଚୀ ମଧ୍ୟ ଏନେଇ ସବୁଜ ସଙ୍କେତ ଦେଇଥିବା ଆଇନଜୀବୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଜେଲ ମଧ୍ୟରେ ସବ୍ୟସାଚୀ ନିଜର ପୂରା ଇତିହାସ ଉପରେ କିଛି ଲେଖିଥିବା ବେଳେ ସେହି ଲେଖାକୁ ଆଧାର କରି ଏହି ଚଳଚ୍ଚିତ୍ର ନିର୍ମାଣ ହେବ ବୋଲି ଜଣାପଡ଼ିଛି । ତେବେ ଏହି ଫିଲ୍ମ ପାଇଁ ଅନେକ ପ୍ରତିବନ୍ଧକ ରହିଛି । ପ୍ରଥମେରେ ବ୍ରହ୍ମପୁର କୋର୍ଟରେ ସବ୍ୟସାଚୀଙ୍କ ସମସ୍ତ ମାମଲା ସରିଯାଇଥିବାରୁ ମାମଲା ବିଚାରାଧୀନ ଥିବା ଅନ୍ୟ କୋର୍ଟଗୁଡ଼ିକରେ ତାଙ୍କ ଓକିଲଙ୍କ ପକ୍ଷରୁ ଏ ନେଇ ଆବେଦନ କରାଯିବା ସମ୍ଭାବନା ରହିଛି । ଅନ୍ୟପଟେ ସବ୍ୟସାଚୀଙ୍କ ସହ ବାବୁସାନ୍‌ଙ୍କ ଆଲୋଚନା ପାଇଁ କୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଛି ।

Share this story