ମୋକିମଙ୍କ ସହ ସ୍ୱର ମିଶାଇଲେ ସପ୍ତଗିରି : କହିଲେ ଦ୍ରୌପଦୀ ଜିତିଲେ ଅଧିକ ଖୁସି ହେବେ

congres bhawan

ସଂସଦରେ ଭୋଟ ଦେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଓଡିଶାର କୋରାପୁଟ ଜିଲ୍ଲାର କଂଗ୍ରେସ ସାଂସଦ ସପ୍ତଗିରି ଉଲକା । “ରାଷ୍ଟ୍ରପତି ନିର୍ବାଚନରେ ଯଦି ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି ତେବେ ମୁଁ ଖୁସି ହେବି” ନୂଆଦିଲ୍ଲୀରେ ଏକ ସାକ୍ଷାତକାର ଦେଇ ଏପରି ମତ ରଖିଛନ୍ତି କୋରାପୁଟ ସାଂସଦ। ସେ କହିଛନ୍ତି ଯେ, ”ପ୍ରଥମ ଥର ପାଇଁ ଭୋଟ ଦେଇ ବହୁତ ଖୁସି ଅଛି, NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିର୍ବାଚନରେ ବିଜୟୀ ହୋଇ ରାଷ୍ଟ୍ରପତି ଭବନକୁ ଆସିବା ଉଚିତ ।” ସେ ଆହୁରୁ ମଧ୍ୟ କହିଛନ୍ତି, ”ମୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବାକୁ ଉତ୍ସାହିତ ଥିଲି । ଏହା କେବଳ ମୋର ଭୋଟ୍ ନୁହେଁ, ବରଂ ଏହା ମୋ ନିର୍ବାଚନମଣ୍ଡଳୀର ୧୬ ଲକ୍ଷ ଲୋକଙ୍କ ଭୋଟ୍ ।”

ତେବେ ପ୍ରଥମେ କଟକ ବାରବାଟି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ରାଜ୍ୟ କଂଗ୍ରେସ୍ ରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଓଡ଼ିଶାରୁ କଂଗ୍ରେସ ର ଏକମାତ୍ର ସାଂସଦ ସପ୍ତଗିରି ଏପରି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନା ଅନୁସାରେ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ,୨୧ ତାରିଖରେ ଭୋଟ ଗଣତି ତାରିଖ ରହିଛି। ଏହାପରେ ଜୁଲାଇ ୨୫ ତାରିଖରେ ନୂତନ ରାଷ୍ଟ୍ରପତି ଶପଥ ନେବେ।

Share this story