ନଡ୍ଡା ଆସିଲେ କଣ' ବଦଳିଯିବ ମୋଦି ନବୀନ ସମ୍ପର୍କ ?

jp nadda

ପୁଣି ଓଡିଶା ଆସିଲେ ନଡ୍ଡା । ସେପ୍ଟେମ୍ବରରେ ଆସିଥିଲେ, ଦଳର କର୍ମକର୍ତ୍ତା ଓ ଛାମୁଆ ବାହିନୀକୁ ଦୀକ୍ଷା ଦେଇଥିଲେ। ୨୦୨୪ ରେ ବିଜୟ ମନ୍ତ୍ର ଶୁଣାଇଥିଲେ। ପୁଣି ଆସିଛନ୍ତି କନ୍ଧମାଳ ଓ ପୁରୀକୁ ଯିବାଲାଗି । ତୁମୁଡ଼ିବନ୍ଧ ଜଲେଶାପେଟାରେ ସାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ ବୁଲିବେ। ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସ୍ଵାମୀଜୀଙ୍କ ହତ୍ୟା ପରେ ଖାଲି କ୍ଷମତା ନିଶାରେ ପଦ୍ମଦଳିଆ ଯେମିତି ମୁଖ୍ୟଙ୍କୁ କୋଳେଇ ଧରିଲେ, ସେହିଦିନଠାରୁ ତାଙ୍କ ଅଭିଶାପ ଏହି ଦଳ ଉପରେ ପଡ଼ି ଯାଇଛି । ଯେତେ ଚେଷ୍ଟା କଲେ ବି ଆଉ ଆସିପାରୁନି କ୍ଷମତାକୁ। ଯେ ପର୍ଯ୍ୟନ୍ତ ପଦ୍ମଦଳର ମୁଖିଆ ପ୍ରୀତିରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡିନଥିବା ସେ ପର୍ଯ୍ୟନ୍ତ ଏହି ଦଳ କଦାପି କ୍ଷମତାକୁ ଆସି ପାରିବନି ।

ତଥାପି ତୁମୁଡ଼ି ଯାଉଛନ୍ତି ଯେତେବେଳେ ନଡ୍ଡା ଫୁଲମାଳଟି ଏ ଗଳେଇଦେଲେ କ’ଣ ଫରକ ପଡ଼ିଯାଉଛି ଯେ ? ୨୦୦୮ରେ ଲକ୍ଷ୍ମଣାନନ୍ଦଙ୍କୁ ସମ୍ମାନ ସଂମ୍ମାନ ଜଣାଇ ଯଦି ପଦ୍ମଦଳିଆ ମେଣ୍ଟରୁ ବାହାରି ଆସିଥାନ୍ତେ ତେବେ ଆଡଭାନୀ ବି ପିଏମ ହୋଇଥାନ୍ତେ । ଓଡ଼ିଶାରେ ବି ପଦ୍ମଦଳକୁ ଭଲ ସଫଳତା ମିଳିଥାନ୍ତା। ଅବଶ୍ୟ ଯେଉଁ ଦଳ ବାଜପେୟୀଙ୍କୁ ସମ୍ମାନ ଜଣାଇନାହିଁ ସେହି ଦଳ ଲକ୍ଷ୍ମଣାନନ୍ଦଙ୍କୁ କାହିଁକି ସମ୍ମାନ ଜଣେଇବ ? ଯେତେଥର ନଡ୍ଡା ଆସିଲେ ମୁଖିଆଙ୍କ ଚଉକି ହଲିବାର ଅଛି କି ? ଏମିତି କହି କହି ଥେଇ ଥେଇ ନାଚି ଶେଷରେ ଶାହା ଆଉ ଓଡ଼ିଶା କଥା ମନେ ପକାଉନାହାନ୍ତି । ଏଠି ତ ସମସ୍ତେ ମିଶାମିଶି ହେଇଅଛନ୍ତି, ପଦ୍ମଦଳିଆ ଖୁସିରେ, ଚାହାନ୍ତି ନାହିଁ ଶଙ୍ଖ ସରକାର ଯାଉ। ଖାଲି ଯାହା ଲୋକ ଦେଖାଣିଆ ଲଢ଼େଇ ଚାଲିଛି । ସରକାରୀ ସହାୟତାରେ ଯଦି ପଦ୍ମ ନେତା ଓ ନେତ୍ରୀମାନେ ବେପାରଟା କରନ୍ତି ତେବେ ସେମାନଙ୍କୁ ଲୋକେ କାହିଁକି ଭରସା କରିବେ ? ଧାମନଗରକୁ ଧୋଇ ଶୁଖେଇ ଯେତେ ଦିନ ଖାଉଚନ୍ତି ଖାଆନ୍ତୁ। ମୋଦୀ ତ ମୁହଁ ଖୋଲିବାକୁ ନାହାନ୍ତି । ତାଙ୍କୁ ଦିଲ୍ଲୀ ଚିନ୍ତା ବେଶି । ଏଠି ସବୁ ପ୍ରକାର ସୁବିଧା ସୁଯୋଗ ଓ କ୍ଷମତା ଦବା ପରେ ବି ୨୫ ଧରିଲାନି ଦଳ। ବରଂ ମଖିଆଙ୍କ ପରି ମିତ୍ର ଭାଗ୍ୟରେ ଥିଲେ ମିଳେ। ଆଡଭାନୀଙ୍କୁ ସିନା ସିଏ ବିଶ୍ବାସଘାତ କଲେ କିନ୍ତୁ ଏଠି ତ ମୋଦୀଙ୍କ ବିଶ୍ବାସ ପୂରା ଜିଣି ନେଇଛନ୍ତି ।

ଯେ ପର୍ଯ୍ୟନ୍ତ ମୋଦୀ ସତକୁ ସତ ଓଡ଼ିଶାର ଦୁର୍ନୀତି ବିରୋଧରେ ମୁହଁ ଖୋଲିବେ ଓ ପଦକ୍ଷେପ ନେଇନାହାନ୍ତି, ପର୍ଯ୍ୟନ୍ତ ନଡା ବାବୁ ଯେତେଥର ଆସନ୍ତୁ ଲୋକେ ତାଙ୍କୁ ଜମାରୁ ବିଶ୍ବାସକୁ ନେବେନି । ଅଭେଦ୍ୟପ୍ରୀତି ନଭାଙ୍ଗି ବା ପର୍ଯ୍ୟନ୍ତ ଲୋକେ କାହିଁ କି ଏହି ଦଳକୁ କ୍ଷମତାକୁ ଆଣିବା ଲାଗି ଚିନ୍ତା କରିବେ ଯେ ? ବରଂ ମିଳିମିଶି ଅଛନ୍ତି ମିଳିମିଶି ଥାଆନ୍ତୁ। ଶଙ୍ଖ ଦଳ ଶହେ ପର୍ଯ୍ୟନ୍ତ ରାଜୁତି କରୁଥାଉ।

Share this story