ରାଜୁ ଦାସଙ୍କୁ ଟଙ୍କା ଯୋଗାଉଥିବା ବ୍ୟବସାୟୀ ଜଣଙ୍କ କିଏ ?
raju das

କାହା ବଳରେ ବଳୀୟାନ ହେଉଛନ୍ତି ରାଜୁ ? ରାଜୁଙ୍କ ପଛରେ ରହିଛି କି କଲିକତା ଲିଙ୍କ୍ । କିଏ ସେହି ବ୍ୟବସାୟୀ ଯିଏ ରାଜୁଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ କରୁଛନ୍ତି । ଧାମନଗର ଉପନିର୍ବାଚନରେ ଜିତିବା ପାଇଁ ରାଜୁ ଦାସଙ୍କ ବଡ ଯୋଜନାକୁ ପଣ୍ଡ କରିଦେଲା ବିଜେଡି । ସ୍ବାଧିନ ପ୍ରାର୍ଥୀ ରାଜୁଙ୍କ ସ୍ବପ୍ନ ଚୁରମାର କରିଦେଲା ବିଜେଡି। ଧାମନଗର ଉପନିର୍ବାଚନ ମଇଦାନରେ ଜିତିବା ପାଇଁ ସବୁ ଦଳ ନିଜ ନିଜର ରଣ ନୀତି ପ୍ରସ୍ତୁତ କରି ଯୁଦ୍ଧ କରୁଛନ୍ତି। କିନ୍ତୁ ବିଜେଡି ରଣନୀତି ଆଗରେ ସବୁ ଫେଲ୍। ରଥି ମହାରଥୀ ବି ବିଜେଡି ଆଗରେ ଫେଲ ମାରିଗଲେ। ଆଉ ବିଜେଡି ଓଡିଶାର ନିର୍ବାଚନ ପରିଚାଳନାରେ ଧୁରନ୍ଧର ବୋଲି ପ୍ରମାଣିତ କରିଦେଇଛି। କାରଣ ଏହି ଉପନିର୍ବାଚନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଯେଉଁ ଚାଲ ଖେଳିଥିଲେ ତାହାକୁ ଭାଙ୍ଗି ରୁଜି ଚୁରମାର କରିଦେଇଛି ବିଜେଡି।

ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବା ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡିରୁ ବିଦ୍ରୋହ କରି ସ୍ବାଧିନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କଲେ। ତେବେ ସେତେବେଳେ ପ୍ରଶ୍ନ ଉଠିଲା ଯେ , ରାଜୁ କାହା ବଳରେ ଏପରି ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜେନ୍ଦ୍ର ଦାସ ତାଙ୍କ ପ୍ରଚାରକୁ ଚଳାଇ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତାଙ୍କର ଅଫିସ ଖୋଲିଛି, ପ୍ରଚାର ଗାଡ଼ି ବୁଲୁଛି, ଚାରିଆଡ଼େ ପୋଷ୍ଟର, ବ୍ୟାନର ଲାଗିଛି । କାହାରି  ଭିତିରି ସମର୍ଥନ ମିଳିନଥିଲେ ଏପରି କଥା ସମ୍ଭବ ହୋଇନଥାନ୍ତା । ପରେ ଜଣାପଡିଥିଲା ଯେ, ରାଜୁ ଦାସଙ୍କର ଜଣେ ସଂପର୍କିୟ ପଶ୍ଚିମବଂଗର ନନ୍ଦି ଗ୍ରାମରେ ବଡ ବ୍ୟବସାୟ କରୁଛନ୍ତି। ବିଜେଡି ଯେତେବେଳେ ଟିକେଟ ଦେଲା ନାହିଁ ସେ କୁଆଡେ ଭରସା ଦେଲେ ଛିଡା ହେବା ପାଇଁ।

ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା ହେଲା ସେ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ମଧ୍ୟ ଦେଲେ। ସେହି ଅନୁସାରେ ରାଜୁ ଦାସ ପ୍ରାର୍ଥୀପତ୍ର ଦାଖଲ କଲେ। ଯୋଜନା ଥିଲା ରାଜୁ ଦାସଙ୍କର ଯେତେକ ସମର୍ଥକ ଅଛନ୍ତି ସେମାନଙ୍କ ଦ୍ବାରା ଆର୍ଥିକ କାରବାର କରି ବିପୁଳ ପରିମାଣର ଭୋଟ ହାତେଇବା। ହେଲେ ଧାମନଗରରେ ରାଜୁ ଦାସଙ୍କ ଯେଉଁସବୁ ସମର୍ଥକ ଥିଲେ ବିଜେଡି ପ୍ରାୟ ସମସ୍ତଙ୍କୁ ନିଜ ଆଡକୁ ନେଇ ଆସିଲା। ଫଳରେ ରାଜୁ ଦାସଙ୍କ ମୁଣ୍ଡ ଖରାପ ହୋଇଗଲା।

ଏହାପରେ ପୁଣି ଦ୍ବିତୀୟ ଯୋଜନା କରାଗଲା। ତାହା ହେଲା କୋଲକାତାରୁ ପ୍ରାୟ ତିନିରୁ ଚାରି ଶହ ପାଇପ ମିସ୍ତ୍ରୀଙ୍କୁ ଧାମନଗର ଆଣି ସେମାନଙ୍କ ଦ୍ବାରା କାରବାର କରିବା। ଏପରିକି ସେମାନଙ୍କ ଦ୍ବାରା ବିଭିନ୍ନ ବିଶୃଙ୍ଖଳା ମଧ୍ୟ କରିବା ପାଇଁ ଯୋଜନା କରାଗଲା। ହେଲେ ବିଜେଡି ଏ ଖବର ପାଇବା ପରେ ପୋଲିସକୁ ଅବଗତ କରାଇ ଚଢାଉ ଆରମ୍ଭ ହେଲା। ପୋଲିସ ବଳ ପୁରା ଧାମନଗରରେ ଗାଁ କୁ ଗାଁ ବୁଲି ବାହାର ରାଜ୍ୟରେ କିଏ ଅଛିନ୍ତି ତାଙ୍କୁ ଖୋଜିବାକୁ ଲାଗିଲା।

ପୋଲିସର ଏପରି କାର୍ଯ୍ୟ ଦେଖି କୋଲକାତାରୁ ଆସିବାକୁ ଥିବା ଏହି ଲୋକ ବଳ ଶେଷରେ ଭୟଭିତ ହୋଇ ପଡିଲେ। ଆଉ ଧାମନଗର ଆସିବାକୁ ସାହାସ ଜୁଟାଇ ପାରିଲେ ନାହିଁ। ଫଳରେ ରାଜୁ ଦାସଙ୍କର ଏହି ଦ୍ବିତୀୟ ଯୋଜନା ମଧ୍ୟ ପଣ୍ଡ ହୋଇଗଲା। ଏହା ଯଦି ସଫଳ ହୋଇଥାଆନ୍ତି ତେବେ ରାଜୁ ଦାସ ଜିତିଥାଆନ୍ତେ କି ହାରିଥାଆନ୍ତେ ତାହା ଭିନ୍ନ କଥା। ହେଲେ ଏହା ବିଜେପି ପ୍ରାର୍ଥୀଙ୍କୁ ବେଶ୍ ସାହାଯ୍ୟ କରିପାରିଥାଆନ୍ତା।

Share this story