୨୦୨୪ ନିର୍ବାଚନ ପାଇଁ ବିଜେଡିର ମାଷ୍ଟର ପ୍ଲାନ : ଆମଦାନୀ ନେତା କରିବେ କି କମାଲ ?

bijeo mokim eith bapi

ସବୁଥର ଭଳି ବିରୋଧୀଙ୍କୁ ଚେକ ଦେବାକୁ ବିଜୁଜନତା ଦଳ ପ୍ରସ୍ତୁତ କରିଛି ଖାସ ରଣନୀତି । ୨୦୨୪ ପାଇଁ ବିଜେଡି  ଏବେଠୁ ହିଁ ପ୍ରାକ୍ଟିସ ଆରମ୍ଭ କରିଲାଣି । କହିବାକୁ ଗଲେ ୨୦୨୪ରେ ମୈଦାନରେ ଖେଳିବା ପାଇଁ ଏବେଠୁ ଫିଲଡରେ  କସରତ କରୁଛି ଦଳ  । ପୋଖତ ବିରୋଧୀ ଏବେ ବିଜେଡି ମୁଁହା । ୨୪ ପୂର୍ବରୁ ଦଳ ଡ଼େଇଁବେ ନେତା । ଆମଦାନୀ ନେତାଙ୍କୁ କି ପ୍ରସ୍ତୁତି ଦେବ ବିଜେଡି ? ଦଳ ଡିଆଁ ନେତାଙ୍କ ଟିକେଟ ଆଶା ସଫଳ ହେବ ତ ? ବିଜେଡ଼ିକୁ କି ଫାଇଦା ଦେବେ ଆମଦାନୀ ନେତା ? ବିଜେଡ଼ିକୁ କି ଫାଇଦା ଦେବେ ଆମଦାନୀ ନେତା ? 

ଆଗକୁ ୨୦୨୪ ବିଧାନସଭା ନିର୍ବାଚନ ଆଉ ଏବେଠୁ ମାହୋଲ ସରଗରମ । କିଏ କାହାକୁ ବାଟ ଛାଡିବାକୁ ନାରାଜ । ଗାଦି  ପ୍ରତିଯୋଗିତାରେ ସମସ୍ତଙ୍କର ନମ୍ବର ୧ ହେବାକୁ ଇଛା । ଏହାରି ମଧ୍ୟରେ  କିନ୍ତୁ ବିଜେଡିର ଅନେକ ରଣନୀତି ମଧ୍ୟରୁ ବିରୋଧୀ ନେତା ଆମଦାନୀ ଅନ୍ୟତମ । ଏହି ରଣନୀତି ଆଧାରରେ ୨୦୨୪ ପୁର୍ବରୂ ବହୁ ନେତା ବିରୋଧୀ  ଶିବିର ଛାଡି ବିଜେଡି ଶିବିରରେ ଯୋଗଦେବେ । ତେବେ ଆମଦାନୀ ନେତାଙ୍କ ତାଲିକା ବହୁ ଲମ୍ବା  ଥିଲେ ବି ଚର୍ଚ୍ଚା ଓ ଆଲୋଚନା ଆଧାରରେ ଏବେ ଦୁଇ ଜଣ ନେତାଙ୍କୁ ନେଇ ବହୁତ ଆଲୋଚନା ଚାଲିଛି । ରାଜ୍ୟ କଂଗ୍ରେସର ବିଧାୟକ ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମ ଏବେ କଂଗ୍ରେସ ଛାଡି ବିଜେଡିକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ସେଇଭଳି ପାରାଦୀପ ଆସନରୁ ପାରମ୍ପରିକ ଭାବେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସର ହେବି ୱେଟ ବାପି ସର୍କଲକୁ ବି ଦଳ ଆମଦାନୀ କରିପାରେ ।

ତେବେ ଉଭୟ ବାପି ସର୍କଲ ଓ ମୁକିମ ମଧ୍ୟ ବିଜୁ ଜନତା ଦଳରେ ଏଣ୍ଟ୍ରି ପାଇଁ ଆଗ୍ରହୀ ଥିବା ଆଲୋଚନା ହେଉଛି । ତେବେ ସବୁଠାରୁ ବଡ କଥା ହେଉଛି ବିରୋଧୀ ଦଳରୁ ଆସିଥିବା ନେତାଙ୍କୁ ବିଜୁ ଜନତା ଦଳ ପ୍ରାଧାନ୍ୟ ଦେଇଛି । ନବ ଦାସ ,ସୁଲୋଚନା ଦାସ ,ଭୂପିନ୍ଦର ସିଂ, ରଘୁନନ୍ଦନ ଦାସ  ,ବିକ୍ରମ ପଣ୍ଡା,  ଚନ୍ଦ୍ରଶେଖର ପ୍ରମୁଖ ବିରୋଧୀ ଦଳରୁ ଆସି ବିଜୁ ଜନତା ଦଳରେ ମନ୍ତ୍ରୀ ,ବିଧାୟକ ,ସାଂସଦ ଏବଂ ମେୟର ଭଳି ପଦବୀ ପାଇଥିବାର ନଜିର ରହିଛି । ଏଥିରୁ ସ୍ପଷ୍ଠ ପ୍ରମାଣିତ ଯେ ବିଜେଡିରେ ଯୋଗ ଦେବାକୁ ଥିବା ହେବି ୱେଟ  ନେତାଙ୍କୁ ବି ମିଳିପାରେ ଖାସ ପ୍ରାଧାନ୍ୟ । ଯଦି ଚର୍ଚ୍ଚା ଓ ଆଲୋଚନା ସତ ହୁଏ,ଯଦି ମୁକିମ ବିଜେଡିରେ ଯୋଗ ଦିଅନ୍ତି  ତେବେ ମୁକିମଙ୍କୁ ହୁଏତ ଆଗାମୀ ଦିନରେ ମନ୍ତ୍ରୀ ପଦ ଦେଇପାରେ ଦଳ । ଯେଉଁଥିପାଇଁ ସେ ବେଶ ଆଶା ବାଦି ମଧ୍ୟ ।

ଏମିତିରେ କଂଗ୍ରେସ ଏପର୍ଯ୍ୟନ୍ତ ସଂଗଠନ ସଜାଡିବାରେ ସଫଳ ହୋଇପାରିଲା ନାହିଁ । ସେପରି ବାପି ସର୍କଲ ଜଣେ ଦକ୍ଷ ଓ ଟାଣୁଆ ଶ୍ରମିକ ନେତା ଭାବେ ଜଣା ଶୁଣା । ତାଙ୍କର ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ରହିଛି । ତେବେ ଵାପିଙ୍କୁ ଦଳକୁ ନଆଣି ସମସ୍ତ ଭୋଟ ଅକ୍ତିଆର ମୌକାକୁ  ହାତଛଡା କରିବନି  ଦଳ ବିଜେଡି । ମହମ୍ମଦ ମୁକିମ ମଧ୍ୟ ଜଣେ  ହେବି ୱେଟ ନେତା ଯିଏ ବାରବାଟୀରେ ବିଜେଡି ବିଧାୟକ ପାର୍ଥି ଥିବା ଦେବାଶିଷ ସାମନ୍ତରାୟଙ୍କୁ ହରାଇ ବିଧାନସଭା ଆସନ ଜିତିଥିଲେ । କଟକରେ ମୁକିମଙ୍କ ସ୍ୱତନ୍ତ୍ର ଦବଦବାବି ରହିଛି ଏହା ସହିତ ସାମ୍ପ୍ରଦାୟିକ ଭୋଟ ମଧ୍ୟ ମୁକିମଙ୍କ ହାତରେ ତେଣୁ ମୁକିମ ବିଜେଡ଼ିକୁ ଆସିଲେ ଦଳ ଫାଇଦାରେ ରହିବ । ତେବେ ଦେଖିବାକୁ ବାକି ରହିଲା ୨୦୨୪ ନିର୍ବାଚନକୁ ଆଖିରେ ରଖି ଦଳ କି ପ୍ରକାର ରଣନୀତି ଆପଣେଇବ ବିଜୁ ଜନତା  ଦଳ ।

Share this story