ଦଳର ସଂଗଠନ ଦାୟିତ୍ୱ ନେଇ ଝିଅକୁ ଗାଦି ଛାଡିବେ କି ନବ ?
ଝାରସୁଗୁଡ଼ାରେ ନେତୃତ୍ୱ ନେବାକୁ ଦୀପାଲି ପ୍ରସ୍ତୁତ । କେବଳ ନିର୍ବାଚନ ମଣ୍ଡଳ ବାସୀଙ୍କ ମତ ଓ ନବୀନଙ୍କ ଆଶୀର୍ବାଦ ଆବଶ୍ୟକ । ଝିଅ ଦୀପାଲି ଲାଗି ଝାରସୁଗୁଡା ଆସନ ପାଇଁ ଦୀର୍ଘଦିନରୁ ପଥ ପ୍ରସ୍ତୁତ କରି ଆସୁଥିବା ମନ୍ତ୍ରୀ ନବ ଦାସ ଗତକାଲି ପରୋକ୍ଷରେ ଏଭଳି ଇଙ୍ଗିତ ଦେଇଛନ୍ତି । ପାହାଡି ମନ୍ଦିରରେ ଆୟୋଜିତ ଦଳୀୟ ସଭାରେ ବାପା ଝିଅଙ୍କ ଭିତରୁ ୨୪ରେ କିଏ ଲଢ଼ିବା ତାକୁ ନେଇ ଜାରି ସସ୍ପେନ୍ସ ଭିତରେ ଦିପାଳୀ ବି ସମାନ ଢଙ୍ଗରେ ପ୍ରତିକ୍ରିୟା ରଖି ନିଜର ରାଜନୈତିକ ଅଭିଳାଷକୁ ଦର୍ଶାଇଛନ୍ତି ।
ନବ ବି ରାଜନୀତିରୁ ଅବସର ନେବାକୁ ଏକ ପ୍ରକାର ସଙ୍କେତ ଦେଇଛନ୍ତି । ଲୋକଙ୍କ ସେବାଲାଗି ପଦ ପଦବୀର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଦଳର ସୁପ୍ରିମୋଙ୍କ ଉପରେ ସବୁ କିଛି ନିର୍ଭର କରୁଛି କହି ଗୋଟି ଫିଙ୍ଗିଛନ୍ତି ନବ ।
ଏମିତିରେ ବ୍ରଜରାଜନଗର ଉପନିର୍ବାଚନରେ ଦୀପାଲିଙ୍କୁ ମୈଦାନ ଓଲ୍ହାଇବେ ବୋଲି ନବ ଭାବିଥିଲେ । ହେଲେ ସେଠାରେ ଫେଲ ମାରିଥିଲେ । ଦୀପାଲି ବି ଦୀର୍ଘ ଦିନ ହେଲା ନବଙ୍କ ଉପଯୁକ୍ତ ରାଜନୈତିକ ଉତ୍ତରାଧିକାରୀ ଭାବେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ନିରତର ସାମିଲ ହୋଇଛନ୍ତି । ଝିଅର ନିରତର ରାଜନୈତକ ଗତିବିଧି ଓ ବାପାଙ୍କ ରାଜନୈତିକ ସଫଳତା ହୁଏତ ଝାରସୁଗୁଡାରେ ୨୪ରେ ବାପ ବଦଳରେ ଝିଅକୁ ନେତୃତ୍ୱ ଦେବାକୁ ସେତେ ବଡ ପ୍ରତିବନ୍ଧକ ଆସି ନ ପାରେ ।