ଧାମନଗର ଉପନିର୍ବାଚନ ବେଳେ ଅପରାଜିତାଙ୍କୁ ହିମାଚଳ ଦାୟିତ୍ୱ : ବୈଜୟନ୍ତଙ୍କୁ ବି ଭଦ୍ରକ ମନା ?
dhamnagara

ଧାମନଗର ଯିବାକୁ ଅପରାଜିତା ଓ ବୈଜୟନ୍ତଙ୍କୁ ମନା । ଧାମନଗରରେ ବିଜେପିର ଶୀତଳ ଯୁଦ୍ଧ । ଧାମନଗରରେ ଅପରାଜିତା-ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା ଜୋରଦାର ଚର୍ଚ୍ଚା । ବିଜେପି ବିଜେଡିର ଭୟଙ୍କର ଗୋଷ୍ଠୀ କନ୍ଦଳ କିଛି ଦିନ ତଳେ ସ୍ପଷ୍ଟ ଭାବେ ବାରି ହୋଇପଡିଥିଲେ । ବିଜେଡିରୁ ରାଜୁ ଦାସ ବିଦ୍ରୋହ କରି ସ୍ବାଧିନରେ ପାର୍ଥୀ ହେବା ପରେ ବିଜେଡି ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା । କିନ୍ତୁ କେବଳ ବିଜେଡି କାହିଁକି ବିଜେପି ମଧ୍ୟ ଏଥିରୁ ବାଦ ପଡିନାହିଁ । ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ପରେ ଦଳିତ ବର୍ଗ ପାଇଁ ସଂରକ୍ଷିତ ଏହି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ଉପନିର୍ବାଚନ। ବିଜେଡିରୁ ଟିକେଟ୍ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଟିକେଟ୍ ନପାଇବା ପରେ ସ୍ୱାଧୀନ ପାର୍ଥି ହୋଇଛନ୍ତି। ଏହାକୁ ନେଇ ବିଜେଡି ଭିତରେ ଘୋର ଗୋଷ୍ଠୀ କନ୍ଦଳ ଚାଲିଛି ବୋଲି କୁହାଯାଉଛି। ତେବେ, ବିଜେପି କଥା ଦେଖିଲେ ଏଥିରେ ବିଜେଡି ଠାରୁ ଅଧିକ ଆଉ ଭୟଙ୍କର ଗୋଷ୍ଠୀ କନ୍ଦଳ ରହିଛି। 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିଛନ୍ତି। ତେବେ ପ୍ରଥମ ଥର ପାଇଁ ଉପନିର୍ବାଚନରେ ଧର୍ମେନ୍ଦ୍ରଙ୍କ ଏଭଳି କଠୋର ପଦକ୍ଷେପ ବିରୋଧୀଙ୍କୁ ହତାଶ କରିପକାଇଛି । ଏହା ସହ ବିଜେପି  ଏହି ଉପନିର୍ବାଚନରେ ଏକ ଭିନ୍ନ ଢଙ୍ଗରେ ଲଢ଼ିବାକୁ ପ୍ରୟାସ କରୁଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ପ୍ରୟାସରେ ବିଜେପିର ସାଙ୍ଗଠନିକ ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ପ୍ରଚାର ପରିଚାଳନା ପାଇଁ ବ୍ୟବସ୍ଥା କରାଯାଉଛି। କିନ୍ତୁ ବିଜେପିର ଭୟଙ୍କର ଗୋଷ୍ଠୀ କନ୍ଦଳ ନିର୍ବାଚନ ପୂର୍ବରୁ ଦେଖାଦେଲାଣି । ଗତ ୭ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ଦର୍ଶନ ଯାଇଥିବା ବେଳେ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପରିବାରକୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ତାଙ୍କ ଘରକୁ ଯାଇଥିଲେ। ବିଷ୍ଣୁ ସେଠୀଙ୍କ ପତ୍ନୀଙ୍କ ସହ ସାକ୍ଷାତ ହେଲା। କିନ୍ତୁ, ବିଷ୍ଣୁ ସେଠୀଙ୍କ ପୁଅ ତଥା ଏବେକାର ବିଜେପି ପାର୍ଥି ସୁରଜ ସୂର୍ଯ୍ୟବଂଶୀ ଅନୁପସ୍ଥିତ ଥିଲେ। 

dharmendra

ବିଜେପିର ଏହି ଶୀତଳ ଯୁଦ୍ଧର ଆଭାସ ସୁରଜଙ୍କ ଉପରେ ପଡିଥିବା ଆଲୋଚନା ହେଉଛି। ଏଥିପାଇଁ ହୁଏତ ଧାମନଗର ଉପ- ନିର୍ବାଚନ ପାଇଁ ବିଜେପିର ପ୍ରଚାରକ ଲିଷ୍ଟରେ ନାଁ’ ଥାଇ ସୁଦ୍ଧା ଅପରାଜିତା ଏବେ ଓଡ଼ିଶା କଥା ଛାଡ଼ି ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର କାମରେ ଯାଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ଆଗ୍ରହ କ୍ରମେ ଅପରାଜିତା ନିର୍ବାଚନ ପ୍ରଚାର ପାଇଁ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା କୁହାଯାଉଛି । ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ କଣଠେସା କରାଯାଉଥିବା ପରି ଅନୁଭବ ହେଉଛି। ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଭଦ୍ରକ ଯାଇଥିବା ସମୟରେ ସାଙ୍ଗରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଜୟନ୍ତ ପଣ୍ଡା ମଧ୍ୟ ସେଠାକୁ ଯିବାକୁ ଆଗ୍ରହୀ ଥିଲେ। ତେବେ ଶେଷ ସମୟରେ ତାହା ବାତିଲ୍ ହେବା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । । ଏବେ ପ୍ରଚାରକ ଲିଷ୍ଟରେ ନାଁ’ ଥିବା ବୈଜୟନ୍ତ ପଣ୍ଡା ପ୍ରଚାର ପାଇଁ ଧାମନଗର ଆସୁଛନ୍ତି ନାଁ’ ନାହିଁ, ତାହା ଦେଖିବାକୁ ବାକି ରହିଲା।

Share this story