ମଉଳୁଛି କଂଗ୍ରେସର ଗୁଜୁରାଟ ଆଶା : ଦଳ ଛାଡିବେ ଅନେକ ଯୁବ ଚେହେରା

hardhik patel congress

ଗୁଜରାଟ ବିଧାନସଭା ନିର୍ବାଚନ ପୁର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଦଳରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ । ହାର୍ଦ୍ଧିକ ପରେ ଦଳ ଛାଡ଼ିବେ କହ୍ନୟା- ଜିଗ୍ନେସ । ଆପ୍ପରେ ଯୋଗ ଦେବେ ହାର୍ଦ୍ଧିକ । ନ ପଦ୍ମ ଧରିବେ ପଟେଲ । ମଉଳିଯିବ କଂଗ୍ରେସର ଗୁଜୁରାଟ ଆଶା । ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଲା ଯାହା ଆକଳନ କରାଯାଉଥିଲା ଶେଷରେ ସେଇୟା ହିଁ ହେଲା । ଗୁଜୁରାଟ କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ତଥା ଗୁଜୁରାଟର ଯୁବ ଚେହେରା ହାର୍ଦ୍ଧିକ ପଟେଲ କଂଗ୍ରେସକୁ କହିଛନ୍ତି ଅଲବିଦା । ଗୁଜୁରାଟ କଂଗ୍ରେସ ମଧ୍ୟରେ ସବୁକିଛି ଠିକ ଚାଲିନଥିବା ବେଳେ ହାଇ କମାଣ୍ଡଙ୍କ ହସ୍ତକ୍ଷପ ଲୋଡ଼ିଥିଲେ ହାର୍ଦ୍ଧିକ ପଟେଲ । ହେଲେ ହାଇ କମାଣ୍ଡ ଧ୍ୟାନ ଦେଇନଥିଲେ । ବାରମ୍ବାର ଅସନ୍ତୋଷ ବ୍ୟକ୍ତ କଲେ ହାର୍ଦ୍ଧିକ ଆଉ ଶେଷରେ ଦଳ ଛାଡିଲେ । 

ଦଳ ଛାଡିବା କଥା ଟୁଇଟ୍‌ କରି ନିଜେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି: ଆଜି ମୁଁ ଦୃଢ଼ ଆତ୍ମବିଶ୍ବାସର ସହିତ ପଦରୁ (ଗୁଜରାଟ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ସଭାପତି) ଏବଂ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ଥଫା ଦେଲି। ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ। ‌ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବି।

ସେପଟେ ହାର୍ଦ୍ଧିକ ଦଳ ଛାଡିବା ପରେ ତାଙ୍କ ଜରିଆରେ କଂଗ୍ରେସରେ ସାମିଲ ହୋଇଥିବା ଦୁଇ ବନ୍ଧୁ  କହ୍ନୟା ଏବଂ ଜିଗ୍ନେସ ଦଳ ଛାଡିପାରନ୍ତି । କାରଣ ଏମାନେ କଂଗ୍ରେସରେ ଏବେ କୋଣ ଠେଁଶା ହୋଇପଡିଛନ୍ତି । 

ଅନ୍ୟପଟେ ପୂର୍ବରୁ ହାର୍ଦ୍ଧିକଙ୍କୁ ଦଳରେ ସାମିଲ କରିବାପାଇଁ ଆମ ଆଦମୀ ପାର୍ଟି ଅଫର ଦେଇଥିଲା । ଏବେ ଲାଗୁଛି ହାର୍ଦ୍ଧିକ ଆପ୍ପରେ ସାମିଲ ହୋଇ ବର୍ଷ ଶେଷ ବେଳକୁ ହେବାକୁଥିବା ବିଧାନସଭା ନିର୍ବାଚନରେ ଆପ୍ପର ମଙ୍ଗ ଧରିବେ । ସେପଟେ ହାର୍ଦ୍ଧିକ ବିଜେପି ସହ ମଧ୍ୟ ଯୋଗା ଯୋଗରେ ଥିବା ଚର୍ଚ୍ଚା ହେଉଛି । 

Share this story