ଗୁଜୁରାଟ ନିର୍ବାଚନରେ ବିଜେପିର ପୁଳା ପୁଳା ବିରୋଧୀ
modi kejariwal

ଗୁଜୁରାଟ ବିଧାନସଭା ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ସେତିକ ସରଗରମ ହେଉଛି । ଭାଜପା ର ଅଭେଦ୍ୟ ଗଡ଼ ଭାବେ ପରିଚିତ ଗୁଜୁରାଟରେ ଏଥର କଣ ଫଳାଫଳ ଆସୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର । ପୂର୍ବ ନିର୍ବାଚନ ଅପେକ୍ଷା ଏଥରର  ବିଧାନସଭା ନିର୍ବାଚନ ବିଜେପି ପାଇଁ କାଠିକର ପାଠ ହେବ ଏଭଳି ଆକଳନ ଆମେ ନୁହେଁ ବରଂ ଗୁଜୁରାଟ ଦେଖାଯାଉଥିବା ରାଜନୀତି ପାଣିପାଗ ତାହା ସୃଷ୍ଟି କରୁଛି । ଚଳିତ ନିର୍ବାଚନରେ ବିଜେପି ଏକ ନୂଆ ରଣନୀତି ଆପଣେଇଛି । ଗଡ଼ କିଭଳି ହାତଛଡ଼ା ନହେବ ସେନେଇ ଦଳ ଟିକେଟ ବଣ୍ଟାରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛି । ଅନେକ ନୂଆ ମୁହଁଙ୍କୁ ଦଳ ଟିକେଟ ଦେଇଛି ।

ସେମାନଙ୍କ ମଧ୍ୟରୁ କିଏ କିକ୍ରେଟଙ୍କ ପତ୍ନୀତ ଆଉ କିଏ ଅନ୍ୟ ଦଳରୁ ଆସିଥିବା ନେତା । ଏମାନଙ୍କ ଉପରେ ଭରଷା କରିଛି ଭାଜପା । ତେବେ ଦଳ ସହ ଦୀର୍ଘ ଦିନ ଧରି ରହିଥୁବା ଅଧିକାଂଶ ନେତା ଓ ବିଧାୟକ କିନ୍ତୁ ନିରାଶ ହୋଇଛନ୍ତି। ସମସ୍ତଙ୍କ ଟିକେଟ କାଟିଛି ବିଜେପି । ଯାହାଫଳରେ ସେମାନେ ବର୍ତ୍ତମାନ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ । ପାଖା ପାଖୁ ୧୨ରୁ ଅଧିକ ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅନେକ ବୁଝାସୁଝା ପରେ ମଧ୍ୟ ନିଷ୍ପତ୍ତିରେ ଅଟଳ ବିଦ୍ରୋହୀ ପ୍ରାର୍ଥୀ । ବିଭିନ୍ନ ସୁତ୍ରରୁ ଜଣାପଡ଼ିଛି ଯେ, ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ କିଛି ଜାତୀୟ ସ୍ତରର ନେତାଙ୍କୁ ଦାଇତ୍ଵ ଦିଆ ଯାଇଥିଲା । ସେମାନଙ୍କ କାମ ଥିଲା କି ଯେତେ ତେନେ ବୁଝା ସୁଝା କରି ଅସନ୍ତୋଷକୁ ଚପାଇବା । କିନ୍ତୁ ସମସ୍ତ ପ୍ରକାର ଚେଷ୍ଟା ବିଫଳ ହୋଇଛି ।

ଯାହା ଫଳରେ କଠୋର ରଣନୀତି ଆପଣେଇଛି ଭାଜପା । ଆରମ୍ଭ କରିଛି ବହିଷ୍କାର ରାଜନୀତି । ଦଳ ବିରୋଧୀ କାର୍ଯ୍ୟର ଛିଟା ଲଗାଇ ଏହି ୧୨ଜଣ ନେତାଙ୍କୁ ବିଜେପି ବହିଷ୍କାର କରିଛି । ଏହା ପୂର୍ବରୁ ୭ଜଣ ବିଧାୟକଙ୍କୁ ମଧ୍ୟ ବିଜେପି ବହିଷ୍କାର କରିଥିଲା । ସମସ୍ତଙ୍କୁ 6 ବର୍ଷ ଯାଏଁ ବହିଷ୍କାର କରାଯାଇଛି । ତେବେ ଦଳରୁ ବିଦା ହୋଇଥିଲେ ମଧ୍ୟ ନିର୍ବାଚନୀ ମଇଦାନରେ କିନ୍ତୁ ବିଜେପିକୁ ଅଡ଼ୁଆରେ ପକାଇବେ ଏହି ବିଦ୍ରୋହୀ ପ୍ରାର୍ଥୀ । ଯେମିତି କି ଓଡ଼ିଶାର ଧାମନଗର ଉପନିର୍ବାଚନରେ ଦେଖିବାକୁ ମିଳିଥିଲା । ଯଦି ଧାମନଗରରେ ଗୋଟିଏ ବିଦ୍ରୋହୀ ପ୍ରାର୍ଥୀତ୍ବ ଯୋଗୁ ଶାସକ ବିଜେଡିର ରଥ ଅଟକି ଯାଇଥିଲା । ତେବେ ଗୁଜୁରାଟରେ ବିଦ୍ରୋହୀଙ୍କ ସଂଖ୍ୟା ଦୁଇ ଅଙ୍କରେ ରହିଛି । ଏଭଳି ସ୍ଥିତିରେ ବିଜେପି ଆଗକୁ କଣ କରିବ? ତାହା ଏକ ବଡ଼ ପ୍ରଶ୍ନବାଚୀ ।

Share this story