ଆରମ୍ଭ ହେଲା ଗୁଜୁରାଟ କାଉଣ୍ଟଡାଉନ : ଡିସେମ୍ବର ୧ ଓ ୫ରେ ମତଦାନ
gujurat election

ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍‌ । ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛି ନିର୍ବାଟନ ଆୟୋଗ। ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରେସ୍‌ କନଫରେନ୍ସ କରି ଏ ନେଇ ଘୋଷଣା କରିଛନ୍ତି । ମୋଟ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଆସନ୍ତା ଡିସେମ୍ବର ୧ ଓ ୫ ଦୁଇଟି ପର୍ଯ୍ୟାୟରେ ମତଦାନ କରାଯିବ । ୨୦୨୩ ଫେବୃଆରୀ ୧୮ ତାରିଖରେ ଶେଷ ହେଉଛି ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ।

ସୂଚନାଯୋଗ୍ୟଯେ, ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ନିଜର ନିର୍ବାଚନ ରଣ କୌଶଳ କଡାକଡି କରିସାରିଥିବା ବେଳେ ଆମ୍ ଆଦମୀ ପାର୍ଟିର ପ୍ରବେଶ ଏଥର ପ୍ରତିଯୋଗିତାକୁ ଆହୁରି ଆକର୍ଷଣୀୟ କରିଦେଇଛି। ଗୁଜରାଟରେ ୧୮୨ ଟି ବିଧାନସଭା ଆସନ ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ୨୦୧୭ ରେ ସମସ୍ତ ୧୮୨ ଟି ଆସନର ଫଳାଫଳ ଘୋଷଣା ହେବା ପରେ ବିଜେପି ୯୯ ଟି ଆସନ ସହିତ ବହୁମତ ଅତିକ୍ରମ କରିଥିଲା। କଂଗ୍ରେସ ୭୭ ଟି ଆସନ ପାଇଥିଲା। ଗୁଜୁରାଟରେ ସଂଖ୍ୟାଗରିଷ୍ଠତା ହେଉଛି ୯୨।

ପ୍ରଥମ ପର୍ଯ୍ୟାୟ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗାଇଡଲାଇନ୍

ଗେଜେଟ୍‌ ନୋଟିଫିକେସନ୍‌ ନଭେମ୍ବର ୫ ଏବଂ ନଭେମ୍ବର ୧୦
ନାମାଙ୍କନ ଦାଖଲର ଶେଷ ତାରିଖ-ନଭେମ୍ବର ୧୪ ଏବଂ ନଭେମ୍ବର ୧୭
ନାମାଙ୍କନ ଯାଞ୍ଚ ତାରିଖ-ନଭେମ୍ବର ୧୫ ଏବଂ ୧୮
ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ନଭେମ୍ବର ୧୭ ଓ ୨୧
ମତଦାନ ତାରିଖ-ଡିସେମ୍ବର ୧ ଏବଂ ୫
ମତଗଣନା ଏବଂ ଫଳ ପ୍ରକାଶ ତାରିଖ-ଡିସେମ୍ବର ୮

Share this story