ପ୍ରକଳ୍ପ ବିରୋଧୀ କୁଚକ୍ରିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା

Puri Temple suprimcort

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା। ଆସିଲା କୋର୍ଟଙ୍କ ବଡ ରାୟ । ପ୍ରକଳ୍ପ କାର୍ଯ୍ୟକୁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି । ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବାକୁ ମନା କଲେ କୋର୍ଟ । ଏହି କାର୍ଯ୍ୟ ଜାରି ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହାସହିତ ୨ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଏସ୍‌ଆଇର ଅନୁମୋଦନ ନଥାଇ ପରିକଳ୍ପନା ପ୍ରକଳ୍ପ କରାଯାଇଥିବା ଘଟଣାକୁ ବିରୋଧ କରି ଦୁଇଟି ଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ଏପରିକି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନ୍ଦ ସରସ୍ୱତୀ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି । ବିଜେପି କଂଗ୍ରେସ ପକ୍ଷରୁ ମଧ୍ୟ ସରକାରଙ୍କ ବିରୋଧ କରାଯାଇଛି । ରାଜନୈତିକ ଦଳ ଓ କିଛି ସଂଗଠନ ମଧ୍ୟ ବିରୋଧ କରୁଛନ୍ତି । ସରକାର ଆଇନ୍ ବାହାରକୁ ଯାଇ କାର୍ଯ୍ୟକରୁଥିବା ଦର୍ଶାଇ ଏହି ବରୋଧ ହୋଇ ଆସୁଛି । ରାଜ୍ୟରେ ଏହି ପ୍ରସଙ୍ଗକୁ ନେଇ କିିଛିଦିନି ହେଲା ବେଶ୍ ହୋହାଲ୍ଲା ଜାରି ରହିଛି । କିନ୍ତୁ ବିରୋଧୀଙ୍କ ଦାବିକୁ କୋର୍ଟ ଗ୍ରହଣ କରିନାହାଁନ୍ତ । ଏହାକୁ ଏକ ଜନସ୍ୱାର୍ଥ ମାମାଲା ଭାବରେ କୋର୍ଟ ଗ୍ରହଣ କରିନାହାଁନ୍ତି । ଏଣୁ ଏବେ ରାଜ୍ୟ ସରକାର ନିର୍ଦ୍ୱନ୍ଦରେ ଓ ବିନା ବାଧାରେ ନିର୍ମାଣ କାର୍ଯ୍ୟ କରିବେ ।

ସୁପ୍ରିମକୋର୍ଟଙ୍କ ପୂର୍ବ ଅଦେଶକୁ ଭିତ୍ତି କରି ଜନ ସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରୁଥôବା କୋର୍ଟକୁ ଦର୍ଶାଇଥିଲେ । ବିରୋଧୀ ଅଯଥା କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଦର୍ଶାଯାଇଥିଲା । କୋର୍ଟ ସରକାରଙ୍କ ଭିତ୍ତିକୁ ଗ୍ରହଣ କରିଛନ୍ତି ।

Share this story